ବ୍ୟୁରୋ ନ୍ୟୁଜ: ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜ ପାଇଁ ଭାରତୀୟ ଟିମର ଘୋଷଣା ଶୁକ୍ରବାରକୁ ହେଇଛି। ଏହି ସିରିଜରେ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି ଓ ରୋହିତ ଶର୍ମା ଆଘାତ କାରଣରୁ ଏହି ସିରିଜରୁ ବାହାର ହୋଇଯାଇଛନ୍ତି। ଖାସ କଥା ଏହା କି ବିରାଟ କୋହଲି ସାଧାରଣ ଖେଳାଳି ଭାବେ ରାହୁଲଙ୍କ ଅଧିନାୟକତ୍ୱରେ ଖେଳିବେ। ୧୯ ଜାନୁଆରୀରୁ ଆରମ୍ଭ ହେବାକୁ ଥିବା ଏହି ସିରିଜରେ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ଓ ଇସାନ କିସନଙ୍କୁ ସାମିଲ କରାଯାଇଛି।

ପ୍ରେସର ବୋଲର ଯଶପ୍ରୀତ ବୁମରାଙ୍କୁ ଏହି ସିରିଜର ଉପଅଧିନାୟକ କରାଯାଇଛି। ଅଳ୍ପଦିନ ତଳେ ବିରାଟ କୋହଲିଙ୍କର ବିସିସିଆଇ ସହିତ ବିବାଦ ହୋଇଯାଇଥିଲା। ସେ ଆଗରୁ ଘୋଷଣା କରିଦେଇଥିଲେକି ଟି-୨୦ ବିଶ୍ୱକପ ୨୦୨୧ ପରେ ସେ ଟି-୨୦ ଅଧିନାୟକ ପଦ ଛାଡିଦେବେ କିନ୍ତୁ ସେ ଏକଦିବସିୟ ଓ ଟେଷ୍ଟ ଟିମର ଅଧିନାୟକ ପଦରେ ରହିବେ ବୋଲି କହିଥିଲେ। କିନ୍ତୁ ପରେ ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଯାଇଥିଲା।ଏବେ ସେ ଟିମ ସହିତ କେବଳ ଖେଳାଳି ରୂପରେ ସାମିଲ ହେବେ ଓ ରାହୁଲ ଅଧିନାୟକତ୍ୱ ସମ୍ଭାଳିବେ।
ଚେତନ ଶର୍ମାଙ୍କ ଅଧିନସ୍ଥ ଚୟନ ସମିତି ୧୮ ଜଣିଆ ଟିମ ଘୋଷଣା କରିଛି। ଟିମରେ ୨୪ ବର୍ଷୀୟ ଋତୁରାଜ ଗାୟକବାଡ ଓ ଭେଙ୍କଟେସ ଅୟରଙ୍କୁ ଜାଗା ଦିଆଯାଇଛି। ଦୁହେଁ ବିଜୟ ହଜାରେ ଏକଦିବସିୟରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଅନୁଭବୀ ଶିଖର ଧୱନଙ୍କୁ ଟିମରେ ସାମିଲ କରାଯାଇଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସିୟ ସିରିଜ ୧୯ ଜାନୁଆରୀ ୨୦୨୨ରେ ଆରମ୍ଭ ହେବ। ସିରିଜର ଦ୍ୱିତୀୟ ମ୍ୟାଚ ୨୧ ଜାନୁଆରୀକୁ ଓ ତୃତୀୟ ମ୍ୟାଚ ୨୩ ଜାନୁଆରୀକୁ କେପଟାଉନରେ ଖେଳାଯିବ।
TEAM : KL Rahul (Capt), Shikhar Dhawan, Ruturaj Gaekwad, Virat Kohli, Surya Kumar Yadav, Shreyas Iyer, Venkatesh Iyer, Rishabh Pant (wk), Ishan Kishan (wk), Y Chahal, R Ashwin, W Sundar, J Bumrah (VC), Bhuvneshwar Kumar,Deepak Chahar, Prasidh Krishna, Shardul Thakur, Mohd. Siraj
— BCCI (@BCCI) December 31, 2021
ଏକଦିବସିୟ ସିରିଜ ପାଇଁ ଭାରତୀୟ ଟିମ:କେ ଏଲ ରାହୁଲ (ଅଧିନାୟକ), ଶିଖର ଧାୱନ, ଋତୁରାଜ ଗାୟକବାଡ଼,ବିରାଟ କୋହଲି, ସୂର୍ଯ୍ୟକୁମାର ଯାଦବ,ଶ୍ରେଯସ ଅୟର, ଭେଙ୍କଟେସ ଅୟର, ରିଷଭ ପନ୍ତ(ୱିକେକିପର), ଇସାନ କିସନ(ୱିକେଟକିପର), ୟୁଜବେନ୍ଦ୍ର ଚହଲ, ଆର ଅଶ୍ୱିନୀ, ୱାସିଙ୍ଗଟନ ସୁନ୍ଦର, ଯଶପ୍ରୀତ ବୁମରା (ଉପଅଧିନାୟକ),ଭୁବନେଶ୍ୱର କୁମାର, ଦୀପକ ଚାହାର, ପ୍ରସିଦ୍ଧ କୃଷ୍ଣା, ସାରଦୁଲ ଠାକୁର ଓ ମହମ୍ମଦ ସିରାଜ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।