କେ ଏଲ ରାହୁଲ କେଉଁ ସାଇଡ଼ରୁ ଆପଣଙ୍କୁ ଅଧିନାୟକ ଭଳି ଦେଖାଗଲେ ? ଚୟନକର୍ତ୍ତାଙ୍କୁ ପୂର୍ବତନ କ୍ରିକେଟରଙ୍କ ପ୍ରଶ୍ନ

ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଭାରତୀୟ ଟିମର ପ୍ରଦର୍ଶନ ବହୁତ ଖରାପ ରହିଥିଲା। କହିରଖିବୁ ଦକ୍ଷିଣ ଆଫ୍ରିକା ସହ ଭାରତ ପ୍ରଥମେ ଟେଷ୍ଟ ସିରିଜରେ ୨-୧ରେ ହାରିବା ପରେ ଏକଦିବସିୟ ସିରିଜରେ ମଧ୍ୟ ଭାରତ ୩-୦ରେ ହାରିଥିଲା।

Google

ରେଗୁରାଲ ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯାଇପାରିନଥିବାରୁ କେ ଏଲ ରାହୁଲ ଏକଦିବସିୟ ସିରିଜରେ ଅଧିନାୟକତ୍ୱ କରିଥିଲେ। ଏକଦିବସିୟ ସିରିଜ ଏପରି ଭାରତୀୟ ଟିମ ହାରିବା ପରେ କେ ଏଲ ରାହୁଲଙ୍କୁ ନେଇ ଅନେକ ଆଲୋଚନା ହେଉଛି। କହିରଖିବି ପୁର୍ବ ବ୍ୟାଟ୍ସମ୍ୟାନ ମନୋଜ ତିୱାରି ଏହାକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ସେ କହିଛନ୍ତି କୌଣସି ବି ଖେଳାଳିଙ୍କୁ କେହି ମଧ୍ୟ ଅଧିନାୟକତ୍ୱ ପାଇଁ ପ୍ରସ୍ତୁତ କରାଇପାରିବେନି ସେ ଯେତେ ବଡ଼ ଲିଡ଼ର ହୁଅନ୍ତୁ ନା କାହିଁକି।

କହିରଖିବି ମନୋଜ ତିୱାରି ସ୍ପୋର୍ଟସ କିଡା ସହ କଥାବାର୍ତ୍ତା ହୋଇ କହିଛନ୍ତି ଚୟନକର୍ତା ରାହୁଲଙ୍କ ମଧ୍ୟ ଅଧିନାୟକତ୍ୱ ରୂପରେ କଣ ଦେଖିଲେ। ସେ ଆଗକୁ କହିଛନ୍ତି ଅନେକ ଲୋକ ରାହୁଲଙ୍କୁ ଅଧିନାୟକ ରୂପରେ ପ୍ରସ୍ତୁତ କରୁଛନ୍ତି ଆଗାମୀ ଭବିଷ୍ୟତ ପାଇଁ କିନ୍ତୁ ଏପରି ସମ୍ଭବ ନୁହେଁ କୌଣସି ବ୍ୟକ୍ତିକୁ ଆପଣ ଅଧିନାୟକ ପାଇଁ ପ୍ରସ୍ତୁତ କରେଇପାରିବେନି ଏହି କଳା ତା ଭିତରେ ଆଗରୁ ଆସିବା ଦରକାର।

Google

ସେ ଆଗକୁ କହିଛନ୍ତି ଯଦି କୌଣସି ଖେଳାଳି ଭିତରେ ଅଧିନାୟକତ୍ୱ ଗୁଣ ନଥିବ ତାକୁ ଏଥିପାଇଁ ପ୍ରସ୍ତୁତ କରିବା ପାଇଁ ଅନେକ ସମୟ ଲାଗିବ। କାରଣ ସଠିକ ନିର୍ଣ୍ଣୟ ନେବା ପାଇଁ ଖେଳାଳିକୁ ୨୦-୨୫ ମ୍ୟାଚ ଖେଳିବାର ଆବଶ୍ୟକତା ଅଛି। ସେ କହିଛନ୍ତି ରାହୁଲ ଆଇପିଏଲରେ ଅଧିନାୟକତ୍ୱ କରିଛନ୍ତି ତାହା ମଧ୍ୟ ଭଲରହିନାହିଁ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *