ବ୍ୟୁରୋ ରିପୋର୍ଟ: ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏକଦିବସିୟ ସିରିଜର ପ୍ରଥମ ମ୍ୟାଚ ପାର୍ଲ ଗ୍ରାଉଣ୍ଡରେ ଖେଳାଯାଇଥିଲା, ଯେଉଁଥିରେ ଟିମ ଇଣ୍ଡିଆ ହାରିଯାଇଥିଲା। ଏକଦିବସିୟର ଅଧିନାୟକ ରୋହିତ ଶର୍ମା ଆଘାତ କାରଣରୁ ଏହି ସିରିଜରେ ଖେଳୁନାହାନ୍ତି ତେଣୁ ତାଙ୍କ ଜାଗାରେ ଏହି ସିରିଜରେ କେ ଏଲ ରାହୁଲ ଅଧିନାୟକତ୍ୱ କରୁଛନ୍ତି। ରାହୁଲଙ୍କର ଏହା ୩୯ ତମ ଏକଦିବସିୟ ମ୍ୟାଚ ଅଟେ ଓ ଏଥିରେ ସେ ଅଧିନାୟକ ଅଟନ୍ତି। ନିଜର ୩୯ ତମ ଏକଦିବସିୟ ମ୍ୟାଚରେ ଭାରତ ପାଇଁ ଅଧିନାୟକତ୍ୱ କରୁଥିବା ରାହୁଲ ଏହା ସହିତ ଅନେକ ରେକର୍ଡ ନିଜ ନାମରେ କରିଛନ୍ତି।

ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ପ୍ରଥମ ଏକଦିବସିୟରେ ଅଧିନାୟକ କରୁଥିବା କେ ଏଲ ରାହୁଲ ଲିଷ୍ଟ ଏ କ୍ରିକେଟରେ ଅଧିନାୟକତ୍ୱ କରିନଥିବା ୫୦ ଓଭର ମ୍ୟାଚରେ ଦେଶ ପକ୍ଷରୁ ଅଧିନାୟକତ୍ୱ କରୁଥିବା ତୃତୀୟ ଖେଳାଳି ହୋଇଯାଇଛନ୍ତି। ରାହୁଲଙ୍କ ପୂର୍ବରୁ ୱିକେଟ କିପର ବ୍ୟାଟ୍ସମ୍ୟାନ ସୈୟଦ କିରମାନି ଓ ଆକ୍ରାମକ ବ୍ୟାଟ୍ସମ୍ୟାନ ବିରେନ୍ଦ୍ର ସେହ୍ଵାଗ ଏହି ଉପଲବ୍ଧି ହାସଲ କରିଛନ୍ତି।
ମୋହିନ୍ଦର ଅମରନାଥଙ୍କ ରେକର୍ଡକୁ କଲେ ବରାବରୀ:
ଏହା ସହିତ କର୍ଣ୍ଣାଟକର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଦେଶପାଇଁ ୫୦ ରୁ କମ ଏକଦିବସିୟ ଖେଳି ଅଧିନାୟକତ୍ୱ କରିଥିବା ଦ୍ୱିତୀୟ ଖେଳାଳି ହୋଇଯାଇଛନ୍ତି। କେଏଲ ରାହୁଲଙ୍କ ପୂର୍ବରୁ ଏହି ଖାସ ରେକର୍ଡ ମୋହିନ୍ଦର ଅମରନାଥଙ୍କ ନାମରେ ଥିଲା। ସେ ଅକ୍ଟୋବର ୧୯୮୪ରେ ଟିମର ଅଧିନାୟକତ୍ୱ କରିଥିଲେ।

ଅମରନାଥ ଯେବେ ଟିମର ଅଧିନାୟକତ୍ୱ କରୁଥିଲେ ସେବେ ସେ ୩୫ ତମ ଏକଦିବସିୟ ଖେଳୁଥିଲେ। କହିରଖିବୁ ଦକ୍ଷିଣ ଆଫ୍ରିକା ଏହି ମ୍ୟାଚରେ ଟଚ ଜିତି ପ୍ରଥମେ ବ୍ୟାଟିଙ୍ଗ କରୁଛି ଓ ମଧ୍ୟପ୍ରଦେଶର ଅଲରାଉଣ୍ଡର ଭେଙ୍କଟେସ ଅୟର ଏହି ମ୍ୟାଚରେ ଡେବ୍ୟୁ କରୁଛନ୍ତି।
ଭାରତ ପକ୍ଷରୁ ଶ୍ରେୟସ ଅୟର ଚତ୍ରୁର୍ଥ ନମ୍ବରରେ ବ୍ୟାଟିଙ୍ଗ କରିଥିଲେ, ଅଧିନାୟକ କେ ଏଲ ରାହୁଲ ଓ ଶିଖର ଧାୱନ ଓପନିଙ୍ଗ କରିବାର ନଜର ଆସିଥିଲେ। ସ୍ପିନରେ ଆର ଅଶ୍ୱିନୀ ଓ ୟୁଜବେନ୍ଦ୍ର ଚହଲଙ୍କୁ ଚୂଡାନ୍ତ ଏକାଦଶରେ ସାମିଲ କରାଯାଇଥିଲା। ଦୁଇଦେଶରେ ଚୂଡାନ୍ତ ଏକାଦଶ ଏହି ପ୍ରକାର ଥିଲା। ବିରାଟ କୋହଲି , ଶିଖର ଧୱନ ଏବଂ ସାରଦୁଲ ଠାକୁର ସୁନ୍ଦର ବ୍ୟାଟିଂ କରିଥିଲେ ହେଲେ ଅନ୍ୟ କେଉଁ ବ୍ୟାଟ୍ସମାନ ଅର୍ଦ୍ଧ ଶତକ ଲଗାଇନଥିଲେ।

ଭାରତର ଚୂଡାନ୍ତ ଏକାଦଶ: କେଏଲ ରାହୁଲ(ଅଧିନାୟକ), ଶିଖର ଧାୱନ, ବିରାଟ କୋହଲି, ଶ୍ରେୟସ ଅୟର, ରିଷଭ ପନ୍ତ(ୱିକେଟକିପର), ଭେଙ୍କଟେସ ଅୟର, ସାରଦୁଲ ଠାକୁର, ଆର ଅଶ୍ୱିନୀ, ଭୁବନେଶ୍ୱର କୁମାର, ଯଶପ୍ରୀତ ବୁମରା,ୟୁଜବେନ୍ଦ୍ର ଚହଲ।
ଦକ୍ଷିଣ ଆଫ୍ରିକାର ଚୂଡାନ୍ତ ଏକାଦଶ: କ୍ୟୁଣ୍ଟନ ଡିକକ(ୱିକେଟକିପର), ଜାନେମନ ମଲାନ,ଏଡେନ ମାର୍କରମ, ରାଶି ବେନ ଡର ହୁସେନ, ତେମ୍ବା ବାବୁମା(ଅଧିନାୟକ),ଡେଭିଡ ମିଲର,ଏଡିଲେ ଫେହଲୁକବାୟୋ,ମାର୍କୋ ଜାନସେନ,କେଶବ ମହାରାଜ, ତବରେଜ ସମସି,ଲୁଙ୍ଗି ଏନଗିଡି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।