ବ୍ୟୁରୋ ରିପୋର୍ଟ: ବିସିସଆଇ କେ ଏଲ ରାହୁଲଙ୍କୁ ଚିକିତ୍ସା ପାଇଁ ଜର୍ମାନୀ ପଠାଉଛି। ଭାରତୀୟ ଟିମ ଇଂଲଣ୍ଡ ଗ୍ରସ୍ତରେ ଯିବ ଯେଉଁଠି ଟିମକୁ ମୋଟ ୭ ଟି ମ୍ୟାଚ ଖେଳିବାର ଅଛି। କେଏଲ ରାହୁଲ ଆଘାତ କାରଣରୁ ଇଂଲଣ୍ଡ ଗ୍ରସ୍ତରେ ଯାଇପାରିବେ ନାହିଁ। ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଚାଲୁଥିବା ଟି-୨୦ ସିରିଜରୁ ମଧ୍ୟ ସେ ବାହାର ହୋଇଯାଇଥିଲେ। ରୋହିତଙ୍କୁ ସେହି ସିରିଜରେ ଆରାମ ଦିଆଯାଇଥିଲା ଓ ରାହୁଲଙ୍କୁ ଅଧିନାୟକ କରାଯାଇଥିଲା।

ବିସିସିଆଇ କ୍ରିକବଜକୁ କହିଛନ୍ତି କି ରାହୁଲ ଚିକିତ୍ସା ପାଇଁ ଜର୍ମାନୀ ଯିବେ। ଏହି ମାସର ସେସରେ ବା ଆଗାମୀ ମାସର ଆରମ୍ଭରେ ରାହୁଲ ଜର୍ମାନୀ ଯିବେ। ରାହୁଲ ଇଂଲଣ୍ଡ ଗ୍ରସ୍ତରେ ନଯାଇପାରିବା ଟିମ ଇଣ୍ଡିଆ ପାଇଁ ବଡ଼ ଝଟକା ଅଟେ କାରଣ ରାହୁଲ ଟିମ ଇଣ୍ଡିଆର ଏବେ ପ୍ରମୁଖ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରେ ଜଣେ। ରୋହିତଙ୍କ ଅଧିନାୟକତ୍ୱରେ ରାହୁଲଙ୍କୁ ଉପ ଅଧିନାୟକ କରାଯାଇଥିଲେ ଏବେ ଏକ ନୂତନ ଉପ ଅଧିନାୟକ କରାଯିବ। ରାହୁଲ ଭାରତ ପାଇଁ ଏବେ ପର୍ଯ୍ୟନ୍ତ ୪୩ ଟେଷ୍ଟ,୪୨ ଏକଦିବସିୟ ଓ ୫୬ ଟି-୨୦ ମ୍ୟାଚ ଖେଳିସାରିଲେଣି।
ଇଂଲଣ୍ଡରେ ୭ଟି ମ୍ୟାଚ ଖେଳିବ ଭାରତୀୟ ଟିମ:
ଭାରତୀୟ ଟିମ ଇଂଲଣ୍ଡ ଗ୍ରସ୍ତରେ ମୋଟ ୭ଟି ମ୍ୟାଚ ଖେଳିବ ଯେଉଁଥିରେ ଗୋଟେ ଟେଷ୍ଟ ,୩ ଟି ଏକଦିବସିୟ ଓ ୩ଟି ଟି-୨୦ ସାମିଲ ଅଛି। ଟିମ ୧ ଜୁଲାଇରୁ ଇଂଲଣ୍ଡରେ ଟେଷ୍ଟ ମ୍ୟାଚ ଖେଳିବ। ଗୁରୁବାର ଦିନ ଟିମ ଇଣ୍ଡିଆର ଏକ ବ୍ୟାଚ ଟିମ ଇଂଲଣ୍ଡ ଯାଇଛି ଯେଉଁଥିରେ ରାହୁଲ ନାହାଁନ୍ତି।
🚨
Big blow for India! @vijaymirror with the report 👇 #KLRahul #EngvIndhttps://t.co/Cd3OyB0OA9
— Cricbuzz (@cricbuzz) June 16, 2022
ବର୍ତ୍ତମାନ ଟିମ ଇଣ୍ଡିଆ ଦକ୍ଷିଣ ଆଫ୍ରିକା ସହ ଟି-୨୦ ସିରିଜ ଖେଳୁଛି। ଏହି ସିରିଜରେ ଏବେ ପର୍ଯ୍ୟନ୍ତ ଖେଳାଯାଇଥିବା ୩ ଟି ମ୍ୟାଚରୁ ଭାରତୀୟ ଟିମ ଗୋଟେ ମ୍ୟାଚ ଜିତିଛି। ସିରିଜର ଆଗାମୀ ମ୍ୟାଚ ଶୁକ୍ରବାରକୁ ଖେଳାଯିବାର ଅଛି। ଆଗାମୀ ମ୍ୟାଚ ଜିତି ଭାରତୀୟ ଟିମ ସିରିଜ ୨-୨କୁ ଆଣିବାକୁ ଚାହିଁବ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।