ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆକୁ ଏହି ମାସରେ ଆୟରଲ୍ୟାଣ୍ଡ ବିରୁଦ୍ଧରେ ଦୁଇଟି ମ୍ୟାଚର ଟି-୨୦ ସିରିଜ ଖେଳିବାର ଅଛି। ଏହି ସିରିଜରେ ଯୁବ ଖେଳାଳିଙ୍କୁ ଚୟନ କରାଯାଇଛି କାରଣ ସିନିୟର ଖେଳାଳି ଇଂଲଣ୍ଡ ଗ୍ରସ୍ତରେ ପାଇଁ ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି। ଆୟରଲ୍ୟାଣ୍ଡ ବିରୁଦ୍ଧରେ ସିରିଜ ପାଇଁ ହାର୍ଦିକ ପାଣ୍ଡ୍ୟାଙ୍କୁ କରାଯାଇଛି।
Just in: Hardik Pandya will lead India in the two-match T20I series in Ireland pic.twitter.com/gCm7svHY7e
— ESPNcricinfo (@ESPNcricinfo) June 15, 2022
ଏବେ ଟିମ ଇଣ୍ଡିଆର ପୂର୍ଵ ଅଲରାଉଣ୍ଡର ୱାସିମ ଜାଫର ହାର୍ଦିକ ପାଣ୍ଡ୍ୟାଙ୍କୁ ନେଇ ବଡ଼ କଥା କହିଛନ୍ତି। ଜାଫରଙ୍କ ଅନୁସାରେ ହାର୍ଦିକଙ୍କୁ ସୀମିତ ଓଭର କ୍ରିକେଟରେ ଟିମ ଇଣ୍ଡିଆର ଉପ ଅଧିନାୟକ କରାଯିବା ଉଚିତ। ଏହା ସହିତ ଜାଫର ହାର୍ଦିକଙ୍କୁ ଟିମ ଇଣ୍ଡିଆର ଭବିଷ୍ୟତର ଅଧିନାୟକ ପାଇଁ ମୁଖ୍ୟ ଦାବିଦାର କହିଛନ୍ତି।
ରୋହିତଙ୍କ ପରେ ମୋର ନମ୍ବର-୧ ପସନ୍ଦ-ଜାଫର:
ଜାଫର ଇଏସପିଏନ କ୍ରିକଇନ୍ଫୋକୁ କହିଛନ୍ତି,”ହାର୍ଦିକ ଏହାର ଦାବେଦାର ଅଟନ୍ତି। ଭାରତୀୟ ଚୟନକର୍ତ୍ତାଙ୍କୁ ସୀମିତ ଓଭର ଅଧିନାୟକତ୍ୱ ପାଇଁ ତାଙ୍କ ଉପରେ ଗମ୍ଭୀରତାର ସହ ବିଚାର କରିବାକୁ ହେବ। ଖାସ କରି ସେହି ସମୟରେ ଯେବେ ରୋହିତ ଶର୍ମା ଉପଲବ୍ଧ ନଥିବେ,ମୋର ରାୟ ଅଟେ କି ପାଣ୍ଡ୍ୟା ପ୍ରଥମ ପସନ୍ଦ ଅଟନ୍ତି ,କାରଣ ସେ ଯେଉଁଭଳି ଆଇପିଏଲ ୨୦୨୨ରେ ଅଧିନାୟକତ୍ୱ କରିଛନ୍ତି। ଆଗକୁ ସେ ରୋହିତଙ୍କ ପରେ ସେ ମୋର ପ୍ରଥମ ପସଦ ଅଟନ୍ତି”।

ଜାଫର ଆଗକୁ କହିଛନ୍ତି,”ଯଦି ରୋହିତ ଖେଳୁଛନ୍ତି ତେବେ ମୋର ମାନିବାର ଅଟେକି ପାଣ୍ଡ୍ୟାଙ୍କୁ ସୀମିତ ଓଭର କ୍ରିକେରରେ ଉପଅଧିନାୟକ କରାଯିବ ଉଚିତ। ସେ ଏପରି ବ୍ୟକ୍ତି ଅଟନ୍ତି ଯିଏକି ନିଜ ଦାୟୀତ୍ୱର ମଜା ନେଇଥାନ୍ତି ଓ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରିବାକୁ ଚେଷ୍ଟା କରିଥାନ୍ତି। ସମସ୍ତେ ନିଜ ଘର ଭଳି ଅନୁଭବ କରିଥାନ୍ତି। ସେଥିପାଇଁ ରୋହିତଙ୍କ ପରେ ସେ ମୋର ପସନ୍ଦ ଅଟନ୍ତି”।
ଗୁଜରାଟକୁ ଜିତାଇଥିଲେ ଟ୍ରଫି:
ହାର୍ଦିକ ପାଣ୍ଡ୍ୟା ବର୍ତ୍ତମାନ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଚାଲୁଥିବା ପାଞ୍ଚଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜରେ ବ୍ୟସ୍ତ ଅଛନ୍ତି। ସେ ଆଇପିଏଲ ୨୦୨୨ରେ ନିଜ ଅଧିନାୟକତ୍ୱ ଦ୍ଵାରା ଗୁଜୁରାଟ ଟାଇଟନ୍ସକୁ ଚମ୍ପିୟାନ କରିବାରେ ପ୍ରମୁଖ ଦାଇତ୍ୱ ପାଳନ କରିଥିଲେ। ଆଇପିଏଲରେ ସୁନ୍ଦର ପ୍ରଦର୍ଶନ ଦ୍ଵାରା ସେ ପୁଣି ଇଣ୍ଟରନେସନାଲ କ୍ରିକେଟକୁ ଫେରିଲେ। ଏବେ ତାଙ୍କୁ ଭାରତର ଅଧିନାୟକତ୍ୱ କରିବାର ମୌକା ମଧ୍ୟ ମିଳିଛି।

ତେବେ କଣ ଆପଣଙ୍କ ମତ ଆମକୁ କମେଣ୍ଟରେ ଜଣାନ୍ତୁ। ଆପଣଙ୍କ ଅନୁମାନରେ କଣ ରାହୁଲ ଆଗାମୀ କ୍ୟାପଟେନ ହେବେ ଭାରତର ନା ପାଣ୍ଡ୍ୟା? କଣ ଆପଣଙ୍କ ଚଏସ? ତେବେ ଆୟରଲ୍ୟାଣ୍ଡ ସିରିଜ ପାଇଁ କ୍ୟାପଟେନ ବନିଛନ୍ତି ଟିମ ଇଣ୍ଡିଆର ହାର୍ଦିକ ପାଣ୍ଡ୍ୟା।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।