ବ୍ୟୁରୋ ରିପୋର୍ଟ: ଭାରତୀୟ ଟିମ ପ୍ରଥମ ଏକଦିବସିୟରେ ୱେଷ୍ଟଇଣ୍ଡିଜକୁ ୬ ୱିକେଟରେ ହରାଇଥିଲା। ରବିବାରକୁ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ଖେଳାଯାଇଥିବା ଏହି ମ୍ୟାଚରେ ଭାରତ ୱେଷ୍ଟଇଣ୍ଡିଜକୁ ୧୭୬ ରନରେ ଅଲଆଉଟ କରିଦେଇଥିଲା। ଏହା ପରେ ଭାରତୀୟ ଟିମ ଲକ୍ଷ୍ୟକୁ ୨୮ ଓଭରରେ ୪ ୱିକେଟ ହରାଇ ହାସଲ କରିଦେଇଥିଲା। ଯୁବ ବ୍ୟାଟ୍ସମ୍ୟାନ ଇସାନ କିସନ ଏହି ମ୍ୟାଚରେ ସଂଯମତା ସହ ବ୍ୟାଟିଙ୍ଗ କରିଥିଲେ ସେ ୩୬ ବଲରେ ୨ ଟି ଚୌକା ଓ ଗୋଟେ ଛକା ସହ ୨୮ ରନ କରିଥିଲେ। ଇସାନ କିସନ ଅଧିନାୟକ ରୋହିତଙ୍କ ସହ ମିଶି ୮୪ ରନର ଓପନିଙ୍ଗ ପାର୍ଟନରସିପ କରିଥିଲେ।

ଅଧିନାୟକ ରୋହିତ ଯୁବ ବ୍ୟାଟ୍ସମ୍ୟାନ ଇସାନ କିସନଙ୍କ ସହ ଓପନିଙ୍ଗ କରିଥିଲେ। ଦୁହେଁ ଟିମକୁ ଭଲ ଆରମ୍ଭ ଦେଇଥିଲେ ଓ ୧୩ ଓଭରରେ ୮୪ ରନ କରିଥିଲେ। ଇସାନ ସଂଯମତା ସହ ବ୍ୟାଟିଙ୍ଗ କରିଥିଲେ ଓ ତୃତୀୟ ୱିକେଟରେ ଆଉଟ ହୋଇଥିଲେ। ରୋହିତ ଏହି ମ୍ୟାଚରେ ଅର୍ଦ୍ଧଶତକ ମାରିଥିଲେ। ରୋହିତ ୫୧ ବଲରେ ୧୦ ଟି ଚୌକା ଓ ଗୋଟେ ଛକା ସହ ୬୦ ରନ କରିଥିଲେ।ଇସାନ କିସନ ଦ୍ୱିତୀୟ ମ୍ୟାଚରେ ଖେଳିବା ପାଖାପାଖି ଅସମ୍ଭବ ଅଟେ। ମାନେ ରୋହିତ ଓପନିଙ୍ଗ ଆଉ କାହା ସହ କରିବେ।
ଏହାର କାରଣ ଅଟେ ଦ୍ୱିତୀୟ ମ୍ୟାଚରର କେଏଲ ରାହୁଲ ଉପଲବ୍ଧ ହେବେ। ସିରିଜରେ ଉପଅଧିନାୟକ ହୋଇଥିବା କେଏଲ ରାହୁଲ ନିଜ ଭଉଣୀ ବାହାଘର ପାଇଁ ପ୍ରଥମ ଏକଦିବସିୟରେ ଖେଳିପାରିନଥିଲେ। ଆରମ୍ଭରେ ଏହା କୁହାଯାଉଥିଲା କି ରାହୁଲଙ୍କୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପରେ ଆରାମ ଦିଆଯାଇପାରେ। କେ ଏଲ ରାହୁଲ ଅଭ୍ୟାସ କରିଥିବା ଫଟୋ ସୋସିଆଲ ମିଡିଆରେ ଛାଡିଛନ୍ତି।

ଦକ୍ଷିଣ ଆଫ୍ରିକା ସିରିଜରେ ତିନୋଟି ଯାକ ଏକଦିବସିୟ ସିରିଜ ଖେଳିଥିବା ଶିଖର ଧୱନ ଓ ଶ୍ରେୟସ ଅୟର ଏବେ କରୋନା ସଂକ୍ରମଣ ଅଟନ୍ତି। ଯୁବ ବ୍ୟାଟ୍ସମ୍ୟାନ ଋତୁରାଜ ଗାୟକବାଡ଼ ମଧ୍ୟ ସଂକ୍ରମଣ ଅଟନ୍ତି। ରାହୁଲ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜରେ ଅଧିନାୟକତ୍ୱ କରିଥିଲେ ଓ ଓପନିଙ୍ଗ କରିଥିଲେ। କିନ୍ତୁ ଭାରତ ସେହି ସିରିଜ ୩-୦ ରେ ହାରିଯାଇଥିଲା।
ପ୍ରଥମ ଏକଦିବସିୟରର ଲେଗ ସ୍ପିନର ୟୁଜବେନ୍ଦ୍ର ଚହଲ ସୁନ୍ଦର ପ୍ରଦର୍ଶନ କରିଥିଲେ। ସେ ମ୍ୟାନ ଅଫ ଦି ମ୍ୟାଚ ହୋଇଥିଲେ। ସେ ୯.୫ ଓଭରରେ ୪୯ ରନ ଦେଇ ୪ ୱିକେଟ ଅକ୍ତିଆର କରିବାରେ ସଫଳ ରହିଥିଲେ। ୱାସିଙ୍ଗଟନ ସୁନ୍ଦର ମଧ୍ୟ ୩୦ ରନ ଦେଇ ତିନୋଟି ୱିକେଟ ଅକ୍ତିଆର କରିଥିଲେ। ଏହା ସହ ପ୍ରସିଦ୍ଧ କୃଷ୍ଣା ୨ ଟି ଓ ମହମ୍ମଦ ସିରାଜ ୧ ଟି ୱିକେଟ ଅକ୍ତିଆର କରିଥିଲେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।