IND vs NZ First Test: ରାହୁଲଙ୍କ ଆହତ ଯୋଗୁଁ କାହାର ଲାଗିବ ଲଟେରୀ? ପ୍ରଥମ ଟେଷ୍ଟରେ ଡେବ୍ୟୁ ପାଇଁ ମୌକା

ଭାରତୀୟ ଟିମକୁ ନ୍ୟୁଜିଲ୍ୟାଣ୍ଡ ବିରୁଦ୍ଧରେ ପ୍ରଥମ ଟେଷ୍ଟରେ ବଡ଼ ଝଟକା ଲାଗିଛି। ଟିମ ଇଣ୍ଡିଆର ଓପନର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ ଆଘାତ କାରଣରୁ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ରାହୁଲଙ୍କ ଆଘାତ ପରେ ଟିମ ଇଣ୍ଡିଆର କମ୍ବୀନେସନ ବଦଳିଯାଇଛି। ସେ ଓପନର ଅଟନ୍ତି କିନ୍ତୁ ସେ ବାହାରିଯିବା ଦ୍ଵାରା ଟିମର ମଧ୍ୟକ୍ରମ ଖାଲି ପଡିଯାଇଛି। ସେହି ସ୍ଥାନ ପାଇଁ ଦୁଇଟି ମୁମ୍ବାଇର ବ୍ୟାଟ୍ସମ୍ୟାନ ମାନଙ୍କ ମଧ୍ୟରେ କମ୍ପିଟେସନ ଲାଗିଛି ବୋଲି ଜଣା ଯାଉଛି। ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟେଷ୍ଟ ୨୫ ନଭେମ୍ବରରୁ କାନପୁରରେ ଖେଳାଯିବ ବୋଲି ସିଡ୍ୟୁଲ ହୋଇଛି।

କୋହଲି ଓ ରୋହିତ ଶର୍ମାଙ୍କ ପରି ଅନେକ ସିନିୟର ଖେଳାଳି ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ। ଏହି ସମୟରେ ରାହୁଲ ଟିମରୁ ବାହାର ହୋଇଯିବା କୋଚ ରାହୁଲ ଦ୍ରାଭିଡଙ୍କ ପାଇଁ ବଡ଼ ଚିନ୍ତାର ବିଷୟ। ଅନ୍ୟ ପଟେ ଏବେ ସୂର୍ଯ୍ୟକୁମାର କିମ୍ବା ଶ୍ରେୟସ ଅୟରଙ୍କ ଭିତରୁ ଜଣଙ୍କ ଖେଳିବ ପକା ହୋଇଯାଇଛି।

ତଥ୍ୟ ଅନୁସାରେ ପୂର୍ବରୁ ପ୍ଲାନ ଥିଲା କି ରାହୁଲ ଓ ମୟଙ୍କ ଅଗ୍ରୱାଲ ଓପନିଙ୍ଗ କରିବେ। ପୂଜାରା ୩ ନମ୍ବରରେ ଓ ଶୁଭମନ ଗିଲ ଚତ୍ରୁର୍ଥ ନମ୍ବରରେ ଖେଳିପାରନ୍ତି। ଯିଏକି ଠିକ ଠାକ ପ୍ରଦର୍ଶନ କରିଆସୁଛନ୍ତି। ଏହା ପରେ ଅଧିନାୟକ ରାହାଣେ ୫ ମ ନମ୍ବରରେ ଖେଳିବେ। ଭାରତୀୟ ଟିମ ୫-୫-୧ ସଂଯୋଜକ ସହ ଓହ୍ଲାଇବ। ମାନେ ୫ ବ୍ୟାଟ୍ସମ୍ୟାନ ୫ ବୋଲର ଓ ଜଣେ ୱିକେଟକିପର।

Google

କିନ୍ତୁ ବଦଳିଯାଇଥିବା ପରିସ୍ଥିତି ଅନୁସାରେ ମୟଙ୍କ ଅଗ୍ରୱାଲଙ୍କ ସହିତ ଶୁଭମନ ଗିଲ ଓପନିଙ୍ଗ କରିପାରନ୍ତି। ଏହା ସହ ନମ୍ବର ୪ର ସ୍ଥାନ ଖାଲିପଡୁଛି। ସୂର୍ଯ୍ୟକୁମାର ଯାଦବଙ୍କୁ ରାହୁଲଙ୍କ ରିପ୍ଲେସମେଣ୍ଟ ଆକାରରେ ଡକାଯାଇଛି କିନ୍ତୁ ତାଙ୍କ ତୁଳନାରେ ଶ୍ରେୟସ ଅୟରଙ୍କୁ ଖେଳାଯାଇପାରେ ଯିଏକି ପୂର୍ବରୁ ଉପସ୍ଥିତ ଅଛନ୍ତି।

ସୂର୍ଯ୍ୟକୁମାର ଓ ଶ୍ରେୟସଙ୍କ ମଧ୍ୟରେ ଅନେକ ସମାନତା ଅଛି। ଦୁହେଁ ଘରୋଇ ମ୍ୟାଚ ମୁମ୍ବାଇ ପାଇଁ ଖେଳିଥାନ୍ତି ଓ ଦୁହେଁ ମଧ୍ୟକ୍ରମର ବ୍ୟାଟ୍ସମ୍ୟାନ ଅଟନ୍ତି। ଦୁହେଁ ଭାରତ ପାଇଁ ଟି-୨୦ ଓ ଦିନିକିଆ ଖେଳିଛନ୍ତି କିନ୍ତୁ ଟେଷ୍ଟ ଖେଳିନାହଁନ୍ତି। ମାନେ ଟେଷ୍ଟରେ ଯାହାକୁ ମଧ୍ୟ ମୌକା ମିଳିବ ତାର ଟେଷ୍ଟରେ ଡେବ୍ୟୁ ହେବ। ହେଲେ କିଏ ପାଇବ ଚାନ୍ସ ସୂର୍ଯ୍ୟ କୁମାର ନା ଶ୍ରେୟାସ ଆୟର?

ସମ୍ଭାବିତ ଚୂଡାନ୍ତ ଏକାଦଶ: ମୟଙ୍କ ଅଗ୍ରୱାଲ, ଶୁଭମନ ଗିଲ, ଚେତେଶ୍ୱର ପୂଜାରା, ଶ୍ରେୟସ ଅୟର, ଅଜିଙ୍କ୍ୟ ରାହାଣେ(ଅଧିନାୟକ), ରିଧିମାନ ସାହା, ରବିନ୍ଦ୍ର ଜାଡେଜା, ରବିଚନ୍ଦ୍ରନ ଅଶ୍ୱିନୀ, ଜୟନ୍ତ ଯାଦବ/ଅକ୍ଷର ପଟେଲ,ମହମ୍ମଦ ସିରାଜ, ଇସାନ୍ତ ଶର୍ମା, ଉମେଶ ଯାଦବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *