ରୋହିତ ଶର୍ମା ବନିଲେ କ୍ୟାପଟେନ, କେ ଏଲ ରାହୁଲ ସମ୍ଭାଳିବେ ଏହି ପଦ! ପଢନ୍ତୁ ପୁରା ଖବର

ଭାରତୀୟ କ୍ରିକେଟ ଦଳ ନୂତନ ପ୍ରତିଭାରେ ପରିପୂର୍ଣ୍ଣ। ରବି ଶାସ୍ତ୍ରୀଙ୍କ ଅବସର ପରେ ବିରାଟଙ୍କ ଦିନିକିଆ କ୍ୟାପଟେନସି ଏବଂ ଟି-୨୦ କ୍ୟାପଟେନସିର ଅନ୍ତ ଘଟିଛି। ବିରାଟ ଗତ ଟି- ଟ୍ୱେଣ୍ଟି ବିଶ୍ୱକପ ପୂର୍ବରୁ ନିଜର ଅଧିନାୟକ ପଦ ଛାଡିବା ସମ୍ପର୍କରେ ସୂଚନା ପ୍ରଦାନ କରି ଦେଇଥିଲେ। ସେ ଜଣାଇ ଦେଇଥିଲେ ଯେ, ଟି- ଟ୍ୱେଣ୍ଟି ବିଶ୍ୱକପ ତାଙ୍କର ଶେଷ ସୀମିତ ୨୦ ଓଭରର ଅଧିନାୟକ ମ୍ୟାଚ ଅଟେ। ଏହା ପରେ ଦଳ ରୋହିତ ଶର୍ମାଙ୍କ ନୂତନ ଟି- ଟ୍ୱେଣ୍ଟି ଦଳର ଅଧିନାୟକ ଭାବରେ ଘୋଷଣା କରିଥିଲେ।

Google

ଏହାପରେ କେ ଏଲ ରାହୁଲଙ୍କୁ ଟିମ ଇଣ୍ଡିଆର ନୂତନ ଉପ ଅଧିନାୟକ ଭାବେ ଘୋଷଣା କରାଯାଇଥିଲା। ବର୍ତ୍ତମାନ ସାଉଥ ଆଫ୍ରିକା ଗସ୍ତ ପାଇଁ ଟେଷ୍ଟ ଦଳ ଘୋଷଣା ହୋଇ ସାରିଛି। ଏଥିରେ ବିରାଟ କୋହଲି ଅଧିନାୟକ ପଦ ସମ୍ଭାଳିଛନ୍ତି। ଏହା ସହିତ ଟିମ ଇଣ୍ଡିଆର ନୂତନ ୫୦ ଓଭର ଅଧିନାୟକ ଭାବେ ରୋହିତ ଶର୍ମାଙ୍କୁ ଘୋଷଣା କରାଯାଇଛି। ହଠାତ ଟିମ ମ୍ୟାନେଜମେଣ୍ଟର ଏପରି ଘୋଷଣା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି। ମାତ୍ର ପୂର୍ବତନ ଖେଳାଳିଙ୍କ ମତରେ ଏହା ଉତ୍ତମ ନିର୍ଣ୍ଣୟ ଅଟେ।

ଟିମ ମ୍ୟାନେଜମେଣ୍ଟ ଏହି ସମ୍ପର୍କରେ ବିରାଟ କୋହଲିଙ୍କ ସହିତ ଆଲୋଚନା କରିସାରିଛି। ବର୍ତ୍ତମାନ ଉପ ଅଧିନାୟକ ପଦ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଏହି ସମ୍ପର୍କରେ ଅନେକ ଯୁବ ଖେଳାଳିଙ୍କ ନାମ ଆଗକୁ ଆସିଛି। ମାତ୍ର ଅଧିକ ଜୋର ଦିଆ ଯାଉଛି କେ ଏଲ ରାହୁଲଙ୍କ ଉପରେ। ତାଙ୍କର କିଛି ଅଭିଜ୍ଞତା ସହ ଆଗକୁ ଲମ୍ବା ସମୟ ମଧ୍ୟ ରହିଛି।

Google

ରାହୁଲଙ୍କ ବ୍ୟତୀତ ଅନ୍ୟ ଯେଉଁମାନେ ଅଛନ୍ତି ସେମାନଙ୍କ ପ୍ରଦର୍ଶନ ଭଲ ନାହିଁ। ରାହୁଲ ଏକ ମାତ୍ର ଖେଳାଳି ଯାହାଙ୍କ ପ୍ରଦର୍ଶନ ବିଗତ ୨ ବର୍ଷ ଧରି ଆକର୍ଷଣୀୟ ରହିଛି। ଭାରତ ସାଉଥ ଆଫ୍ରିକାରେ ତିନୋଟି ଏକ ଦିବାସୀୟ ମ୍ୟାଚ ଖେଳିବା। ସେଥିପାଇଁ ଆଉ କିଛି ଦିନ ମଧ୍ୟରେ ଦଳର ସଦସ୍ୟ ଘୋଷଣା ହେବ। ଜାନୁଆରୀ ୧ ୨୦୨୦ ରୁ ଆଜି ପର୍ଯ୍ୟନ୍ତ ଗୋଟିଏ ମାତ୍ର ଖେଳାଳୀ ରାହୁଲ ଯିଏ କି ଦୁଇଟି ଶତକ ମାରିଛନ୍ତି।

ଜାନୁଆରୀ ୨୦୨୦ ରୁ ରାହୁଲ ୧୨ ଟି ମ୍ୟାଚରେ ୬୨ ଅଉସତରେ ୬୨୦ ରନ କରିଥିଲେ। ଏଥିରେ ୨ ଟି ଶତକ ଓ ୪ ଟି ଅର୍ଦ୍ଧଶତକ ସାମିଲ ରହିଛି। ବିରାଟ କୋହଲି ୫୬୦ ରନ କରିଛନ୍ତି। ରୋହିତ ଶର୍ମା ୬ ଟି ମ୍ୟାଚରେ ୨୬୧ ରନ କରିଛନ୍ତି। ବିରାଟ ଯୁଗର ଅନ୍ତ ପରେ ବର୍ତ୍ତମାନ ରାହୁଲ-ରୋହିତ ଯୋଡି କେତେ କମାଲ କରୁଛନ୍ତି, ତାହା ଦେଖିବାକୁ ବାକି ରହିଲା। ସମ୍ଭବତଃ ଯଦି ରାହୁଲ ଉପ ଅଧିନାୟକ ହୁଅନ୍ତି, ତାହେଲେ ଟିମ ଇଣ୍ଡିଆ ତିନୋଟି ବଡ ବଡ଼ ଖେଳାଳୀ ରାହୁଲ, ରୋହିତ ଓ ବିରାଟଙ୍କ ଅଧୀନରେ ରହିବ। ଯାହାଦ୍ୱାରା ଦଳକୁ ଅନେକ ଫାଇଦା ହେବ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *