ଜୋହାନବର୍ଗରେ ଭାରତକୁ ପ୍ରଥମ ଥର ଟେଷ୍ଟରେ ମିଳିଲା ପରାଜୟ, ରାହୁଲ କହିଲେ କୋଉଠି ରହିଗଲା କମି?

ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଦ୍ୱିତୀୟ ଟେଷ୍ଟରେ ୭ ୱିକେଟରେ ପରାଜୟ ମିଳିଛି। ଦକ୍ଷିଣ ଆଫ୍ରିକା ଟିମ ଅଧିନାୟକ ଏଲଗରଙ୍କ ସୁନ୍ଦର ପ୍ରଦର୍ଶନ ଦ୍ଵାରା ମ୍ୟାଚରେ ବିଜୟ ପାଇଛି। ଭାରତୀୟ ଅଧିନାୟକ କେଏଲ ରାହୁଲ ପରାଜୟର କାରଣ ପ୍ରଥମ ପାରିର ବ୍ୟାଟିଙ୍ଗକୁ କହିଥିଲେ। ସେ କହିଛନ୍ତି ଟସ୍ ଜିତିବା ପରେ ତାଙ୍କ ଟିମ ଆଉ ୬୦-୭୦ ରନ ଅଧିକ କରିବାର ଥିଲା।

Google
୭ ୱିକେଟରେ ଜିତିଲା ଦକ୍ଷିଣ ଆଫ୍ରିକା:

ଦକ୍ଷିଣ ଆଫ୍ରିକା ବର୍ଷ ପ୍ରଭାବିତ ଚତ୍ରୁର୍ଥ ଦିନ ୨୪୦ ଲକ୍ଷ୍ୟକୁ ହାସଲ କରିଥିଲା। ଦକ୍ଷିଣ ଆଫ୍ରିକା ୨୪୩ ରନ କରି ବାଂଡ଼ରର୍ସରେ ଭାରତ ବିରୁଦ୍ଧରେ ଟେଷ୍ଟରେ ପ୍ରଥମ ବିଜୟ ହାସଲ କରିଛି। ଭାରତ ପ୍ରଥମ ପାରିରେ ୨୦୨ କରିଥିବା ବେଳେ ଦ୍ୱିତୀୟ ପାରିରେ ୨୨୯ ରନ କରିଥିଲା। ସେହିପରି ଦକ୍ଷୀଣ ଆଫ୍ରିକା ପ୍ରଥମ ପାରିରେ ୨୨୯ ରନ କରି୨୭ ରନର ଲିଡ଼ ହାସଲ କରିଥିଲା।

ରାହୁଲ କହିଲେ ଭଲ ପରିଣାମର ଥିଲା ଆଶା:

ମ୍ୟାଚ ଅଫ ଦି ମ୍ୟାଚ ଦକ୍ଷିଣ ଆଫ୍ରିକାର ଅଧିନାୟକ ଡିନ ଏଲଗର ୧୮୮ ବଲରେ ୧୦ ଚୌକା ଦ୍ଵାରା ୯୬ ରନର ନଟଆଉଟ ପାରି ଖେଳି ଟିମକୁ ମ୍ୟାଚ ଜିତାଇଥିଲେ। ବିରାଟ କୋହଲିଙ୍କ ଅନୁପସ୍ଥିତରେ ଟିମର ଅଧିନାୟକତ୍ୱ ସମ୍ଭାଳୁଥିବା କେ ଏଲ ରାହୁଲ ମ୍ୟାଚ ପରେ କହିଛନ୍ତି ସେ ମ୍ୟାଚରେ ଭଲ ପରିଣାମର ଆଶା କରିଥିଲେ କିନ୍ତୁ ଦକ୍ଷିଣ ଆଫ୍ରିକା ସୁନ୍ଦର ଖେଳ ପ୍ରଦର୍ଶନ କରିଥିଲା।

Google
ଟସ୍ ଜିତିବା ପରେ ବଡ଼ ସ୍କୋର କରିପାରିନାହାନ୍ତି:

ରାହୁଲ କହିଛନ୍ତି,”ଟଚ ଜିତିବା ପରେ ଆମେ ବଡ଼ ସ୍କୋର କରିବାରେ ଅସଫଳ ରହିଥିଲୁ କାରଣ ଆମକୁ ପ୍ରଥମ ପାରିରେ ୬୦-୭୦ ରନ ଆଉ କରିବାର ଥିଲା। ଆମକୁ ଲାଗୁଥିଲାକି ୧୨୨ ରନ ଚତ୍ରୁର୍ଥ ଦିନ କରିବା ସହଜ ହେବନି ଓ ଆମେ କିଛି ଖାସ କରିପାରିବୁ। ପିଚ ମଧ୍ୟ ବ୍ୟାଟ୍ସମ୍ୟାନଙ୍କ ପାଇଁ ସହଜ ନଥିଲା କିନ୍ତୁ ଦକ୍ଷିଣ ଆଫ୍ରିକାର ବ୍ୟାଟ୍ସମ୍ୟାନ ସୁନ୍ଦର ପ୍ରଦର୍ଶନ କରିଥିଲେ”।

ସାରଦୁଲଙ୍କର ପ୍ରଶଂସା:

ଭାରତୀୟ ଅଧିନାୟକ ପ୍ରଥମ ପାରିରେ ୭ ୱିକେଟ ନେଇଥିବା ସାରଦୁଲ ଠାକୁରଙ୍କର ପ୍ରଶଂସା କରି କହିଛନ୍ତି,”ଏହି ଟେଷ୍ଟ ସାରଦୁଲ ଠାକୁରଙ୍କର ପାଇଁ ଭଲ ରହିଥିଲା। ସେ ଆମେ ପାଇଁ ଯେଉଁ ଟେଷ୍ଟ ଖେଳିଛନ୍ତି ସେଥିରେ ବହୁତ ପ୍ରଭାବିତ କରିଛନ୍ତି। ସେ ବ୍ୟାଟିଙ୍ଗରେ ମଧ୍ୟ ଯୋଗଦାନ ଦେଇଛନ୍ତି”।

Google
ଏଲଗର କହିଲେ ବୋଲରଙ୍କ ଯୋଗୁ ସମ୍ମାନ ବଢ଼ିଲା:

ଦକ୍ଷିଣ ଆଫ୍ରିକାର ଅଧିନାୟକ ଏଲଗର ଭାରତର ସବୁ ୨୦ ୱିକେଟ ନେଇଥିବା କାରଣରୁ ନିଜ ବୋଲର ମାନଙ୍କର ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ପ୍ରଥମ ଟେଷ୍ଟରେ ଭାରତୀୟ ବୋଲର ଭଲ ପ୍ରଦର୍ଶନ କରିଥିଲେ ଯେଉଁଠି ପାଇଁ ଆମ ବ୍ୟାଟିଙ୍ଗ ଖରାପ ରହିଥିଲା। ଏବେ ଆମ ବୋଲରଙ୍କ ପାଇଁ ସନମାନ ବଢିଯାଇଛି କାରଣ ଆମ ବୋଲର ଯେଉଁଭଳି ପ୍ରଦର୍ଶନ କରିଛନ୍ତି ତାହା ପ୍ରଶଂସା ଯୋଗ୍ୟ”।

ପାରି ବିଜୟରେ ଯୋଗଦାନ ଦେଲା:

ତାଙ୍କ ପାରି କଥା ପଚରାଯିବାରୁ ସେ କହିଛନ୍ତି,”ନିଜ ଦେଶ ପାଇଁ ଭଲ ପ୍ରଦର୍ଶନ କରିବା ସୌଭାଗ୍ୟର କଥା ଅଟେ। ମତେ ଲାଗୁଛିକି ମୁଁ ଯେଉଁ ପାରୀ ଖେଳିଛି ତାହା ମତେ ଆଗକୁ ଭଲ ପ୍ରଦର୍ଶନ କରିବାକୁ ପ୍ରେରଣା ଦେବ। ବଡ଼ କଥା ଏହାକି ଏହି ପାରିଦ୍ଵାରା ମୁଁ ବିଜୟରେ ଯୋଗଦାନ ଦେଲି”।

Google

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *