ଧୋନିଙ୍କ କ୍ୟାପଟେନସିକୁ ନେଇ ରାହୁଲଙ୍କ ବଡ଼ ବୟାନ! କହୁ କହୁ କହିଦେଲେ ଏହି କଥା

ବ୍ୟୁରୋ ରିପୋର୍ଟ: ଭାରତୀୟ ଦମଦାର ବ୍ୟାଟ୍ସମ୍ୟାନ କେ ଏଲ ରାହୁଲ କହିଛନ୍ତି ସେ ନିଜ ଅଧିନାୟକତ୍ୱ ଷ୍ଟାଇଲର ତୁଳନା ମହେନ୍ଦ୍ର ସିଂହ ଧୋନି ବା ରୋହିତ ଶର୍ମାଙ୍କ ସହ କରିପାରିବେନି। ଏହି ଓପନର କହିଛନ୍ତି ଅଧିନାୟକତ୍ୱ ରୂପରେ ନିଜ ଛୋଟ କାର୍ଯ୍ୟକାଳରେ ସେ ନିଜ ପରିଚୟ ସୃଷ୍ଟି ପାଇଁ ଚେଷ୍ଟା କରିଛନ୍ତି ଓ ଟିମର ଅନ୍ୟ ସଦସ୍ୟଙ୍କୁ ମଧ୍ୟ ନିଜ ପରିଚୟ ରଖିବାକୁ ଦେଇଛନ୍ତି।

Google

କେ ଏଲ ରାହୁଲ ଏବେ ଜିମ୍ବାୱେ ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ଅଧିନାୟକତ୍ୱ ସମ୍ଭାଳିବାକୁ ପ୍ରସ୍ତୁତ ଅଛନ୍ତି। ରାହୁଲଙ୍କୁ ଯେବେ ପଚରାଗଲା ସେ ମହାନ ଅଧିନାୟକ ମହେନ୍ଦ୍ର ସିଂହ ଧୋନିଙ୍କ ନସ୍କା ପଥରେ ଚାଲିବାକୁ ଚେଷ୍ଟା କରୁଛନ୍ତି ରାହୁଲ କହିଥିଲେ,”ମୁଁ ସେହି ରାସ୍ତାରେ ଯାଇ କିଛି ହେଇପାରିବିନି। ସେବେ ମୁଁ ନିଜେ ପ୍ରତି, ଖେଳ ପ୍ରତି ନିସ୍ପକ୍ଷ ରହିବି ନାହିଁ। ମୁଁ ସେହିପରି ରହିବାକୁ ଚାହୁଁଛି ଯେପରି ମୁଁ ଅଟେ ଓ ଅନ୍ୟ ଖେଳାଳିଙ୍କୁ ସେହିପରି ରଖିବାକୁ ଚାହୁଁଛି ଯେପରି ସେ ଚାହୁଁଛନ୍ତି”।

ଆଇପିଏଲ ୨୦୨୨ ଲକ୍ଷନୌ ସୁପର ଜାଏଣ୍ଟସର ଅଧିନାୟକତ୍ୱ କରିଥିବା ରାହୁଲ କହିଛନ୍ତି,”ମୁଁ ଧୋନିଙ୍କ ସହିତ ନିଜ ତୁଳନା କରିପାରିବି ନାହିଁ। ସେ ଦେଶ ପାଇଁ ଯାହା କରିଛନ୍ତି ତାହା ଅତୁଳନୀୟ ଓ କାହାରି ନାମ ମଧ୍ୟ ତାଙ୍କ ବରାବରୀରେ ନିଆ ଯାଇପାରିବି ନାହିଁ”। ଏହା ଏହା ପୂର୍ବରୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଟିମର ଅଧିନାୟକତ୍ୱ କରିସାରିଛନ୍ତି। ରୋହିତ ଆଘାତ ପରେ ସେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତିନୋଟି ମ୍ୟାଚର ଏକଦିବସିୟ ସିରିଜରେ ମଧ୍ୟ ଅଧିନାୟକତ୍ୱ କରିଛନ୍ତି।

Google

ସେ ଏବେ ପର୍ଯ୍ୟନ୍ତ ୪୩ ଟେଷ୍ଟ,୪୨ ଏକଦିବସିୟ, ୫୬ ଟି-୨୦ ଇଣ୍ଟରନେସନାଲ ମ୍ୟାଚ ଖେଳିଛନ୍ତି। ସେ ଟେଷ୍ଟରେ ୭ ଶତକ ୧୩ ଅର୍ଦ୍ଧଶତକ ଲଗାଇଛନ୍ତି। ସେହିପରି ଏକଦିବସିୟରେ ୫ ଶତକ ୧୦ ଅର୍ଦ୍ଧଶତକ ଲଗାଇଛନ୍ତି ଓ ୧୬୩୪ ରନ କରିଛନ୍ତି। ଟେଷ୍ଟରେ ୩୫ର ଔସତରେ ୧୬୩୪ ରନ କରିଛନ୍ତି। ଟି-୨୦ ଇଣ୍ଟରନେସନାଲରେ ୨ଟି ଶତକ ଦ୍ଵାରା ୧୮୩୧ ରନ କରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *