ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ଦମଦାର ଓପନର କେ ଏଲ ରାହୁଲ ଆଘାତରୁ ଠିକ ହେଇ ନେସନାଲ କ୍ରିକେଟ ଏକାଡେମୀର ଅଭ୍ୟାସ କରୁଛନ୍ତି। କିଛି ଦିନ ପୂର୍ବରୁ ହିଁ ତାଙ୍କୁ ବ୍ୟାଟିଙ୍ଗ କରୁଥିବାର ଦେଖାଯାଇଛି। ଏବେ ଏନସିଏର ନେଟରେ ରାହୁଲଙ୍କ ସାମ୍ନା ଭାରତୀୟ ମହିଳା କ୍ରିକେଟରଙ୍କ ସହ ହୋଇଛି।ଏହାର ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଏହି ଭିଡ଼ିଓରେ ମହିଳା କ୍ରିକେଟର ରାହୁଲଙ୍କୁ ବୋଲିଙ୍ଗ କରୁଥିବାର ଦେଖାଯାଇଛି।

ଏହି ମହିଳା କ୍ରିକେଟର ରାହୁଲଙ୍କୁ କରାଉଛନ୍ତି ଅଭ୍ୟାସ:
କେ ଏଲ ରାହୁଲ ଜୁନରେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜ ପୂର୍ବରୁ ଆଘାତ ହୋଇଯାଇଥିଲେ। ଏହି କାରଣରୁ ସେ ଇଂଲଣ୍ଡ ଗ୍ରସ୍ତରେ ମଧ୍ୟ ଉପସ୍ଥିତ ନଥିଲେ। ପୂର୍ଵ ମାସରେ ଜର୍ମାନୀରେ ତାଙ୍କର ହର୍ନିଆର ସର୍ଜରି ହୋଇଥିଲା।ଏବେ ସେ ଟିମକୁ ଫେରିବା ପାଇଁ କଡା ପରିଶ୍ରମ କରୁଛନ୍ତି। ଅଭ୍ୟାସରେ ସମୟରେ ରାହୁଲଙ୍କ ସାମ୍ନା ନେଟରେ ମହିଳା ବୋଲର ଝୁଲନ ଗୋସ୍ୱାମୀଙ୍କ ସହ ହୋଇଛି। ଏହି ଭିଡ଼ିଓରେ ଦେଖାଯାଉଛିକି ସେ ନେଟରେ ରାହୁଲଙ୍କୁ ଫୁଲ ଲେନଥ ଵୋଲିଙ୍ଗ କରୁଛନ୍ତି।
ଏନସିଏରେ ଦୁଇ ଖେଳାଳିଙ୍କର ଭେଟ ହୋଇଥିଲା:
କେ ଏଲ ରାହୁଲ କ୍ରିକେଟର ସବୁଠୁ ଛୋଟ ଫର୍ମାଟରେ ଭାରତର ସବୁଠୁ ସଫଳ ବ୍ୟାଟ୍ସମ୍ୟାନଙ୍କ ମଧ୍ୟରୁ ଜଣେ। ସେ ଆଘାତ ଥିବାରୁ ବିସିସିଆଇ ତାଙ୍କୁ ଏନସିଏ ପଠାଇଥିଲା। ଏବେ ସେ ଭଲ ହୋଇ ଅଭ୍ୟାସ କରୁଛନ୍ତି, ଝୁଲନ ଗୋସ୍ୱାମୀ ମଧ୍ୟ ଏହି ସମୟରେ ଅଭ୍ୟାସ କରୁଛନ୍ତି।ଏହି ସମୟରେ ଦୁହିଁଙ୍କର ଦେଖା ହୋଇଥିଲା। ରାହୁଲ ଶେଷ ଥର ଆଇପିଏଲ ୨୦୨୨ରେ ଖେଳିଥିବାର ଦେଖାଯାଇଥିଲେ।
KL Rahul has embarked on the road to recovery!
Here is a snippet of him facing Jhulan Goswami at the nets.
?- Cool_rahulfan#ChampHunt #KLRahul #JhulanGoswami pic.twitter.com/UjOEfL6zVn
— Champ Hunt (@Champ_Hunt) July 19, 2022
ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ମିଳିଛି ଜାଗା:
କେଏଲ ରାହୁଲ ୱେଷ୍ଟଇଣ୍ଡିଜ ଗ୍ରସ୍ତରେ ଖେଳୁଥିବାର ଦେଖାଯାଇପାରନ୍ତି। ତାଙ୍କୁ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜରେ ସାମିଲ କରାଯାଇଛି କିନ୍ତୁ ତାଙ୍କ ଫିଟନେସ ଟେଷ୍ଟ ହେବା ବାକି ଅଛି। ଏହି ଟେଷ୍ଟ ପାସ ପରେ ସେ ୱେଷ୍ଟଇଣ୍ଡିଜ ଯିବେ। ଦୁଇ ଦେଶ ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ହେବ ଜାଗର ଆରମ୍ଭ ୨୯ ଜୁଲାଇରୁ ହେବ। କେ ଏଲ ରାହୁଲ ଭାରତ ପାଇଁ ଏବେ ପର୍ଯ୍ୟନ୍ତ ୪୨ ଟେଷ୍ଟ, ୪୨ ଏକଦିବସିୟ ଓ ୫୬ ଟି-୨୦ ମ୍ୟାଚ ଖେଳିଛନ୍ତି।
ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଭାରତୀୟ ଟି-୨୦ ଟିମ:
ରୋହିତ ଶର୍ମା, କେ ଏଲ ରାହୁଲ, ଇସାନ କିସାନ, ସୂର୍ଯ୍ୟ କୁମାର ଯାଦବ,ଦୀପକ ଷଡ଼ଦା, ଶ୍ରେୟସ ଅୟର, ଦିନେସ କାର୍ତ୍ତିକ,ରିଷଭ ପନ୍ତ, ହାର୍ଦିକ ପାଣ୍ଡ୍ୟା, ରବିନ୍ଦ୍ର ଜାଡେଜା,ଅକ୍ସର ପଟେଲ, ଆର ଅଶ୍ୱିନୀ,ରବି ବିସ୍ନୋଇ, ଭୁବନେଶ୍ୱର କୁମାର,ଆଭେଶ ଖାନ, ହର୍ଷଲ ପଟେଲ,କୁଲଦୀପ ଯାଦବ,ଅର୍ସଦୀପ ସିଂ ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।