IND VS NZ: ଟେଷ୍ଟ ସିରିଜ ପୂର୍ବରୁ ଟିମ ଇଣ୍ଡିଆକୁ ଲାଗିଲା ବଡ଼ ଝଟକା, ଏହି କାରଣରୁ ବାଦ ପଡିଲେ ଷ୍ଟାର ବ୍ୟାଟ୍ସମାନ ରାହୁଲ

କେ ଏଲ ରାହୁଲ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। ଟିମ ଇଣ୍ଡିଆକୁ ଟେଷ୍ଟ ସିରିଜ ପୂର୍ବରୁ ବଡ଼ ଝଟକା ଲାଗିଛି। ପ୍ରଥମ ଟେଷ୍ଟ ୨୫ ନଭେମ୍ବରରୁ କାନପୁରରେ ଖେଳାଯିବ। ବିରାଟ କୋହଲି ଓ ରୋହିତ ଶର୍ମାଙ୍କ ପରି ଅନେକ ସିନିୟର ଖେଳାଳି ପ୍ରଥମ ଟେଷ୍ଟରେ ଖେଳିବେ ନାହିଁ। ଏହି ସମୟରେ ରାହୁଲ ଟିମରୁ ବାହାର ହୋଇଯିବା କୋଚ ରାହୁଲ ଦ୍ରାଭିଡଙ୍କ ପାଇଁ ବଡ଼ ଚିନ୍ତାର ବିଷୟ। ଏହା ପୂର୍ବରୁ ଟିମ ଟି-୨୦ ସିରିଜ ୩-୦ରେ ଜିତିଥିଲା।

ବିସିସିଆଇ ସଚିବ ଜୟ ସାହା ଏହାର ସୂଚନା ଦେଇଛନ୍ତି କି ରାହୁଲଙ୍କର ବାମଗୋଡ଼ର ଜଂଘର ମାଂସପେଶୀ ଟାଣି ହୋଇଯିବା ଦ୍ଵାରା ସେ ଆଘାତ କାରଣରୁ ଏହି ସିରିଜରେ ଖେଳିବେ ନାହିଁ। ତାଙ୍କ ଜାଗାରେ ସୂର୍ଯ୍ୟକୁମାର ଯାଦବଙ୍କୁ ଚୟନ କରାଯାଇଛି କହିରଖିବୁ କି ଶେଷ ଟି-୨୦ ମ୍ୟାଚରେ ମଧ୍ୟ ରାହୁଲଙ୍କୁ ବିଶ୍ରାମ ଦିଆଯାଇଥିଲା।

ଗିଲ ଓ ମୟଙ୍କ ଅଗ୍ରୱାଲ କରିପାରନ୍ତି ଓପନିଙ୍ଗ: କେ ଏଲ ରାହୁଲ ବାହାର ହୋଇହିବା ପରେ ଶୁଭମନ ଗିଲ ଓ ମୟଙ୍କ ଅଗ୍ରୱାଲଙ୍କୁ ଓପନିଙ୍ଗ କରିବାର ମୌକା ମିଳିପାରେ। ସମ୍ଭାବନା ଅଛିକି ସୂର୍ଯ୍ୟକୁମାର ବା ଶ୍ରେୟସ ଅୟରଙ୍କ ମଧ୍ୟରୁ କାହାକୁ ଜଣେ ଏହି ଟେଷ୍ଟ ସିରିଜରେ ଡେଭ୍ୟୁ କରିବାର ମୌକା ମିଳିପାରେ ଓ ସେ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରିପାରନ୍ତି। ଏହା ପୂର୍ଵରୁ ଶୁଭମନ ମଧ୍ୟକ୍ରମରେ ବ୍ୟାଟିଙ୍ଗ କରିବାର ସମ୍ଭାବନା ଥିଲା କିନ୍ତୁ ରାହୁଲ ବାହାରିଯିବା ଦ୍ଵାରା ଏବେ ଶୁଭମନ ଉପନିଙ୍ଗ କରିପାରନ୍ତି ବୋଲି ଅନୁମାନ କରାଯାଉଛି।

ଶ୍ରେୟସ ଅୟର ଓ ସୂର୍ଯ୍ୟକୁମାର ଯାଦବଙ୍କ ମଧ୍ୟରୁ ରାହୁଲ ଦ୍ରାଭିଡ କାହାକୁ ୪ ନମ୍ବରରେ ମୌକା ଦେବେ ଏହା ଦେଖିବା ବାକି ରହିଲା। ଅୟର ପୂର୍ବରୁ ଟିମରେ ଥିଲେ ତେଣୁ ତାଙ୍କୁ ବିରାଟ କୋହଲିଙ୍କ ଜାଗାରେ ୪ ନମ୍ବରରେ ମୌକା ମିଳିପାରେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *