ବ୍ୟୁରୋ ରିପୋର୍ଟ: ଦକ୍ଷିଣ ଆଫ୍ରିକା ଭାରତ ବିରୁଦ୍ଧରେ ତୃତୀୟ ଏକଦିବସିୟରେ ୨୮୭ ରନ କରିଥିଲା। ହେଲେ ଏହି ODI ହାରିଗଲା ଭାରତ। ଯାହା ଫଳରେ ୩-୦ ରେ ସିରିଜ କବ୍ଜା କଲା ସାଉଥ ଆଫ୍ରିକା। ସାଉଥ ଆଫ୍ରିକା ଟେଷ୍ଟ ସିରିଜ ମଧ୍ୟ ୨-୧ ରେ ଜିତି ଯାଇଥିଲା। ODI ର ୩ୟ ମ୍ୟାଚରେ ଭାରତର ଅଧିନାୟକ କେ ଏଲ ରାହୁଲ ତେମ୍ବା ବଭୁମାଙ୍କୁ ସୁନ୍ଦର ଫିଲଡିଙ୍ଗ କରି ସଠିକ ଭାବରେ ଲଗାଇ ରନ ଆଉଟ କରିଥିଲେ। ତେମ୍ବା ବଭୁମା ନିଜ ପାରିରେ ଗୋଟେ ଚୌକା ଦ୍ଵାରା ୮ ରନ କରିଥିଲେ ଓ ୧୨ ଟି ବଲ ଖେଳିଥିଲେ। ସେହି ଭିଡିଓ ଦେଖନ୍ତୁ ଯାହା ତଳେ ଦିଆଯାଇଛି।

କେପଟାଉନରେ ଖେଳା ଯାଉଥିବା ଏହି ମ୍ୟାଚରେ ଭାରତୀୟ ଅଧିନାୟକ କେଏଲ ରାହୁଲ ଟସ୍ ଜିତି ଦକ୍ଷିଣ ଆଫ୍ରିକାକୁ ଆଗ ବ୍ୟାଟିଙ୍ଗ ଦେଇଥିଲା। ଦୀପକ ଚାହାର ଦକ୍ଷିଣ ଆଫ୍ରିକାର ଓପନର ବ୍ୟାଟ୍ସମ୍ୟାନ ଜାନେମନ ମଲାନଙ୍କୁ ତୃତୀୟ ଓଭରରେ ରିଷଭ ପନ୍ତଙ୍କ ହାତରେ କ୍ୟାଚ ଆଉଟ କରାଇଦେଇଥିଲେ। ଏହା ପରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ ଦକ୍ଷିଣ ଆଫ୍ରିକାର ଅଧିନାୟକ ତେମ୍ବା ବଭୁମା ସେ ମଧ୍ୟ କିଛି ଖାସ କରିପାରିନଥିଲେ। ଟିମର ସ୍କୋର ୩୪ ରନ ଥିବା ବେଳେ ସେ ମଧ୍ୟ ଆଉଟ ହୋଇଯାଇଥିଲେ।
ଦକ୍ଷିଣ ଆଫ୍ରିକା ପାଇଁ ୱିକେଟ କିପର ବ୍ୟାଟ୍ସମ୍ୟାନ କ୍ୱିଣ୍ଟନ ଡିକକ ସବୁଠୁ ଅଧିକ ୧୨୪ ରନ କରିଥିଲେ। ସେ ନିଜ ଏକଦିବସିୟ କ୍ୟାରିଅରର ୧୭ ତମ ଓ ଭାରତ ବିରୁଦ୍ଧରେ ୬ ତମ ଶତକ ପୁରା କଲେ। ଡିକକ ୧୩୦ ବଲରେ ୧୨ ଟି ଚୌକା ଓ ଦୁଇଟି ଛକା ମାରିଥିଲେ। ସେ ରାଶି ଭାନ ଡର ହୁସେନଙ୍କ ସହିତ ଚତ୍ରୁର୍ଥ ୱିକେଟ ପାଇଁ ୧୪୪ ରନର ପାର୍ଟନରସିପ କରିଥିଲେ। ରାଶି ଭାନ ଡର ହୁସେନ ୫୯ ବଲରେ ୪ ଟି ଚୌକା ଓ ଗୋଟେ ଛକା ଦ୍ଵାରା ୫୨ ରନର ସୁନ୍ଦର ପାରି ଖେକି ଦକ୍ଷିଣ ଆଫ୍ରିକାର ବିଜୟରେ ଯୋଗଦାନ କରିଥିଲେ।
WICKET! #SAvIND
South Africa skipper Temba Bavuma run out on 8. pic.twitter.com/LdNG3COq8n
— Doordarshan Sports (@ddsportschannel) January 23, 2022
ତେମ୍ବା ବଭୁମାଙ୍କ ରନ ଆଉଟ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି। ଅନେକ ୟୁଜର୍ସ ରାହୁଲଙ୍କ ପ୍ରଶଂସା କରିଛନ୍ତି କାରଣ ରାହୁଲ ସୁନ୍ଦର ଫିଲଡିଙ୍ଗ କରି ସଠିକ ଭାବେ ବଲ ପକାଇ ତାଙ୍କୁ ରନ ଆଉଟ କରିଥିଲେ। ଡି କକ ଚତ୍ରୁର୍ଥ ୱିକେଟ ରୂପରେ ଟିମର ସ୍କୋର ୨୧୪ ରନ ଥିବା ବେଳେ ଆଟ ହୋଇଥିଲେ। ଏହା ପରେ ଦକ୍ଷିଣ ଆଫ୍ରିକା ୪୯.୫ ଓଭରରେ ୨୮୭ ରନରେ ଅଲଆଉଟ ହୋଇଯାଇଥିଲା। ଭାରତ ପାଇଁ ପ୍ରସିଦ୍ଧ କୃଷ୍ଣା ତିନୋଟି, ବୁମରା-ଦୀପକ ଚାହାର ୨-୨ ଓ ଚାହାଲ ଗୋଟେ ୱିକେଟ ନେଇଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।