କ୍ୟାପଟେନ ବନିଲେ ରାହୁଲ! ଦଳକୁ ଫେରିଲେ ଉମରାନ, ପାଣ୍ଡ୍ୟା ଓ ଦିନେସ କାର୍ତ୍ତିକ!

ବ୍ୟୁରୋ ରିପୋର୍ଟ: ବିସିସିଆଇ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ଓ ଇଂଲଣ୍ଡ ବିରୁଦ୍ଧରେ ଏକମାତ୍ର ଟେଷ୍ଟ ମ୍ୟାଚ ପାଇଁ ଭାରତୀୟ ଟିମର ଘୋଷଣା କରିଛି। ୫ ମ୍ୟାଚର ଟି-୨୦ ସିରିଜ ୯ ଜୁନରୁ ଆରମ୍ଭ ହେବାର ଅଛି। ଏହି ସିରିଜ ପାଇଁ କେ ଏଲ ରାହୁଲଙ୍କୁ ଅଧିନାୟକ କରାଯାଇଛି। ସେହିପରି ଅନ୍ୟ ସିନିୟର ଖେଳାଳିଙ୍କୁ ଆରାମ ଦିଆଯାଇଛି। ଟି-୨୦ ବିଶ୍ୱକପ ପରେ ପ୍ରଥମ ଥର ହାର୍ଦିକ ପାଣ୍ଡ୍ୟାଙ୍କୁ ଟିମରେ ସ୍ଥାନ ମିଳିଛି। ଦିନେସ କାର୍ତ୍ତିକ ଆଇପିଏଲ ୨୦୨୨ରେ ସୁନ୍ଦର ପ୍ରଦର୍ଶନ କରୁଛନ୍ତି ଓ ଏବେ ଲମ୍ବା ସମୟ ପରେ ତାଙ୍କୁ ଟିମରେ ଚୟନ କରାଯାଇଛି। ଟେଷ୍ଟ ଟିମର ଅଧିନାୟକ ରୋହିତ ଶର୍ମା ଅଟନ୍ତି।

ପୂର୍ବରୁ ହିଁ ମାନାଯାଉଥିଲା କି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟି-୨୦ ସିରିଜରେ ଯୁବ ଖେଳାଳିଙ୍କୁ ମୌକା ମିଳିପାରେ। ଉମରାନ ମଲିକ ଆଇପିଏଲ ୨୦୨୨ରେ ୧୫୦ କିଲୋମିଟରରୁ ଅଧିକ ବେଗରେ ଲଗାତର ବୋଲିଙ୍ଗ କରି ସମସ୍ତଙ୍କୁ ପ୍ରଭାବିତ କରିଥିଲେ। ଏବେ ସେ ପ୍ରଥମ ଥର ଭାରତୀୟ ଟିମରେ ଚୟନ ହୋଇଛନ୍ତି। ଅର୍ସଦୀପ ସିଂହ ମଧ୍ୟ ନୂଆ ଓ ପୁରୁଣା ବଲରେ ସୁନ୍ଦର ପ୍ରଦର୍ଶନ କରିଥିଲେ। ଖରାପ ପ୍ରଦର୍ଶନ ପରେ ମଧ୍ୟ ଭେଙ୍କଟେସ ଅୟରଙ୍କୁ ମୌକା ଦିଆଯାଇଛି।

୯ ଜୁନରୁ ଟି-୨୦ ସିରିଜ:

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ୯ ଜୁନରୁ ଆରମ୍ଭ ହେବ। ଏହାର ପ୍ରଥମ ମ୍ୟାଚ ଦିଲ୍ଲୀରେ ଖେଳାଯିବ। ଦ୍ୱିତୀୟ ମ୍ୟାଚ ୧୨ ଜୁନକୁ କଟକରେ, ତୃତୀୟ ମ୍ୟାଚ ୧୪ ଜୁନକୁ ବିଶାଖାପାଟଣାରେ,ଚତ୍ରୁର୍ଥ ମ୍ୟାଚ ୧୭ ଜୁନକୁ ରାଜକୋଟରେ ଓ ପଞ୍ଚମ ମ୍ୟାଚ ୧୯ ଜୁନକୁ ବେଙ୍ଗଲୋରରେ ଖେଳାଯିବ। ସେହି ପରି ଇଂଲଣ୍ଡ ସହ ଟେଷ୍ଟ ମ୍ୟାଚ ୧-୫ ଜୁଲାଇକୁ ବର୍ମୀଘଂମରେ ଖେଳାଯିବାର ଅଛି। ଏହି ମ୍ୟାଚ କରୋନା କାରଣରୁ ପୂର୍ଵ ବର୍ଷରୁ ବାକିଥିଲା। ସେହି ସିରିଜରେ ଭାରତ ୨-୧ରେ ଆଗୁଆ ଅଛି।

ଟି-୨୦ ଟିମ:କେ ଏଲ ରାହୁଲ (ଅଧିନାୟକ), ଋତୁରାଜ ଗାୟକୱାଡ଼,ଇସାନ କିସନ, ଦୀପକ ହୁଡା, ଶ୍ରେୟସ ଅୟର, ରିଷଭ ପନ୍ତ, ଦିନେସ କାର୍ତିକ,ହାର୍ଦିକ ପାଣ୍ଡ୍ୟା, ଭେଙ୍କଟେସ ଅୟର, ୟୁଜବେନ୍ଦ୍ର ଚହଲ, କୁଲଦୀପ ଯାଦବ, ଅକ୍ଷର ପଟେଲ, ରବି ବିସ୍ନୋଇ, ଭୁବନେଶ୍ୱର କୁମାର, ହର୍ଷଲ ପଟେଲ,ଆବେସ ଖାନ, ଅର୍ସଦୀପ ସିଂହ ଓ ଉମରାନ ମଲିକ।

ଟେଷ୍ଟ ଟିମ: ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ(ଉପଅଧିନାୟକ), ଶୁଭମନ ଗିଲ, ବିରାଟ କୋହଲି, ଶ୍ରେୟସ ଅୟର, ହନୁମା ବିହାରୀ, ଚେତେଶ୍ୱର ପୂଜାରା, ରିଷଭ ପନ୍ତ, କେ ଏସ ଭରତ, ରବିନ୍ଦ୍ର ଜାଡେଜା, ଆର ଅଶ୍ୱିନୀ, ସାରଦୁଲ ଠାକୁର, ମହମ୍ମଦ ସାମୀ, ଯଶପ୍ରୀତ ବୁମରା,ମହମ୍ମଦ ସିରାଜ,ଉମେଶ ଯାଦବ, ପ୍ରସିଦ୍ଧ କ୍ରିଷ୍ଣା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *