ଟିମ ଇଣ୍ଡିଆ ନିଜର ଜିମ୍ବାୱେ ସିରିଜ ବିଜୟର ସହ ଆରମ୍ଭ କରିଛି। ହରାରେରେ ଖେଳା ଯାଇଥିବା ଏହି ପ୍ରଥମ ଦିନିକିଆ ମ୍ୟାଚକୁ ଭାରତ ୧୦ ୱିକେଟରେ ଜିତି ନେଇଛି। ଏହି ମ୍ୟାଚରେ ଭାରତକୁ ମିଳିଥିବା ୧୯୦ ରନ ଲକ୍ଷ୍ୟକୁ ଶୁଭମନ ଗିଲ ଏବଂ ଶିଖର ଧାୱନ ହାସଲ କରି ନେଇଥିଲେ। ଶୁଭମନ ୮୨ ରନ ଏବଂ ଶିଖର ୮୧ ରନ କରିଥିଲେ। ଏହା ସହିତ ଭାରତୀୟ ଦଳ ତିନୋଟି ଦିନିକିଆ ମ୍ୟାଚ ବିଶିଷ୍ଟ ଏହି ସିରିଜରେ ୧-୦ ରେ ଆଗୁଆ ହୋଇ ଯାଇଛି। କେ ଏଲ ରାହୁଲ ଇଂଜୁରୀରୁ ବାହାରି ଏହି ମ୍ୟାଚରେ ଅଧିନାୟକ କାର୍ଯ୍ୟ ସମ୍ଭାଳି ଥିଲେ। ଏହି ମ୍ୟାଚ ପ୍ରାୟ ଫେବ୍ରୁଆରୀ ମାସ ପରେ ତାଙ୍କର ପ୍ରଥମ ମ୍ୟାଚ ଥିଲା।

କେ ଏଲ ରାହୁଲ ଏହି ମ୍ୟାଚରେ ବ୍ୟାଟିଂ କରିବାକୁ ଓପନିଙ୍ଗ ଆସି ନଥିଲେ। ତାଙ୍କ ସ୍ଥାନରେ ଶୁଭମନ ଗିଲ ଶିଖର ଧାୱନଙ୍କ ସହ ବ୍ୟାଟିଂ କରିବାକୁ ଆସିଥିଲେ ଏବଂ ମ୍ୟାଚକୁ ଅତି ସହଜରେ ଜିତାଇ ଦେଇଥିଲେ। ତଥାପି କେ ଏଲ ରାହୁଲ ଅନ୍ୟ ଏକ କାରଣ ପାଇଁ ଦର୍ଶକମାନଙ୍କ ମନ ଜିତିଛନ୍ତି।
କେ ଏଲ ରାହୁଲଙ୍କୁ ଜିମ୍ବାୱେ ସିରିଜରେ ଭାରତର ଅଧିନାୟକ କରାଯାଇଛି। ତେବେ ଯେତେବେଳେ ଉଭୟ ଦଳ ରାଷ୍ଟ୍ର ସଙ୍ଗୀତ ଗାନ ପାଇଁ ଠିଆ ହୋଇଥିଲେ ,ସେତେବେଳେ ରାହୁଲ ଚୁଇଁଗମ ଚୋବାଉଥିଲେ।ଯେତେବେଳେ ରାଷ୍ଟ୍ର ସଙ୍ଗୀତ ଗାନ ହେବା ଆରମ୍ଭ ହେଲା , ଠିକ ସେତେବେଳେ ସେ ଏହାକୁ ପାଟିରୁ କାଢି ଫିଙ୍ଗି ଦେଇଥିଲେ। ଏହି ସମୟରେ କ୍ୟାମେରା ତାଙ୍କ ଉପରେ ଥିଲା। ତାଙ୍କର ଏହି ଭିଡ଼ିଓ ରେକର୍ଡ ହୋଇ ଯାଇଥିଲା ଯାହାକି ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଲୋକମାନେ ତାଙ୍କର ଏହି କାର୍ଯ୍ୟ ପାଇଁ ତାଙ୍କୁ ବହୁତ ପ୍ରଶଂସା ମଧ୍ୟ କରୁଛନ୍ତି।
KL Rahul took out the Chewing Gum from his Mouth before National Anthem 🇮🇳❤️
Proud of You @klrahul ❤️🔥#INDvsZIM | #KLRahul pic.twitter.com/Lr8KySlQds
— Nikhil_Prince💫 (@Nikhil_Prince01) August 18, 2022
ସୂଚନାଯୋଗ୍ୟ ଯେ, କେ ଏଲ ରାହୁଲ ୱେଷ୍ଟ ଇଣ୍ଡିଜ ବିପକ୍ଷ ସିରିଜରେ ଭାରତୀୟ ଦଳରେ ଯୋଗ ଦେଇଥାଆନ୍ତେ। କିନ୍ତୁ କୋ-ଭି- ଡ କାରଣରୁ ସେ ଦଳକୁ ଫେରି ପାରି ନଥିଲେ। ସେ ପ୍ରଥମ ଦିନିକିଆ ମ୍ୟାଚରେ ବିଜୟ ହେଲା ପରେ କହିଥିଲେ ଯେ, ପ୍ରତ୍ୟେକ ଖେଳାଳି କ୍ରିକେଟ ଖେଳିବା ମଧ୍ୟରେ ଅନେକ ଥର ଇଂଜୁରୀ ପ୍ରାୟ ହୋଇଥାନ୍ତି। ଏହା ଏକ ଖେଳର ଏକ ଅଂଶ। କିନ୍ତୁ କ୍ରିକେଟ ଠାରୁ ଦୁରେଇ ରହିବ ବହୁତ କଷ୍ଟ। ତେଣୁ ଇଂଜୁରୀ କାରଣରୁ ଫିଜିଓଙ୍କ ସହ ରହିବା ଅପେକ୍ଷା ସେ କ୍ରିକେଟ ଖେଳିବାକୁ ପସନ୍ଦ କରନ୍ତି।
କେ ଏଲ ରାହୁଲଙ୍କ ବ୍ୟତୀତ ଦୀପକ ଚାହର ମଧ୍ୟ ଇଂଜୁରୀ କାରଣରୁ ଦଳ ଠାରୁ ପାଖାପାଖି ୬ ମାସ ଦୂରରେ ରହିଥିଲେ। ସେ ଦଳକୁ ଫେରି ନିଜର ଜବରଦସ୍ତ ବୋଲିଂର ନମୂନା ଦେଖାଇଛନ୍ତି। ସେ ଜିମ୍ବାୱେ ବିପକ୍ଷ ପ୍ରଥମ ଦିନିକିଆ ମ୍ୟାଚରେ ୭ ଓଭରରେ ୨୭ ରନ ଦେଇ ୩ ଟି ୱିକେଟ ଅକ୍ତିଆର କରିଥିଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।