ବ୍ୟୁରୋ ରିପୋର୍ଟ: ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଟି-୨୦ ସିରିଜରେ ଭାରତ ୨-୦ ରେ ଆଗୁଆ ଅଛି। ଯାହାକି କହିବାକୁ ଗଲେ ଭାରତ ଏହି ସିରିଜ ଜିତି ଯାଇଛି। ପ୍ରଥମର ଭାରତ ODI ସିରିଜ ଜିତିଥିଲା ବେଳେ ପରେ ଟି-୨୦ ସିରିଜ ନିଜ ନାମରେ କରିଦେଇଥିଲା। କହିରଖିବୁ ଏହା ପରେ ଭାରତ ଶ୍ରୀଲଙ୍କା ସହ ତିନୋଟି ମ୍ୟାଚର ଟି-୨୦ ସିରିଜ ଓ ଦୁଇଟି ମ୍ୟାଚର ଟେଷ୍ଟ ସିରିଜ ଖେଳିବାର ଅଛି। ଶ୍ରୀଲଙ୍କା ସିରିଜ ପାଇଁ ଭାରତୀୟ ଟିମର ଚୟନ ସରିଛି। ଚେତେନ ଶର୍ମାଙ୍କ ଅନୁଗାମୀ ଚୟନ ସମିତି ଅନେକ ସିନିୟର ଖେଳାଳିଙ୍କୁ ବାହାର କରି ନୂତନ ଯୁବ ଖେଳାଳିଙ୍କୁ ଟେଷ୍ଟ ଟିମରେ ଚୟନ କରିଛନ୍ତି।

ତେବେ ଯାହା ଜଣା ଯାଇଛି ଏହି ଟେଷ୍ଟ ସିରିଜରେ ଜଣେ ଯୁବ ଅଲରାଉଣ୍ଡରଙ୍କୁ ଟିମରେ ସାମିଲ କରାଯାଇଛି। ସେ ହେଉଛନ୍ତି ଉତ୍ତରପ୍ରଦେଶର ୨୮ ବର୍ଷୀୟ ଅଲରାଉଣ୍ଡର ସୌରଭ କୁମାର। ସେ ଜଣେ ବ୍ୟାଟ୍ସମ୍ୟାନ ସହିତ ବାମହାତୀ ଲେଗ ସ୍ପିନର ମଧ୍ୟ। ସେ ରାଇଜିଙ୍ଗ ପୁନେ ସୁପରଜାଏଣ୍ଟର୍ସ ପକ୍ଷରୁ ମଧ୍ୟ ଖେଳିଛନ୍ତି ଏହା ସହ ଏହି ଆଇପିଏଲ ମେଗା ଅକ୍ସନରେ ପଞ୍ଜାଵ କିଙ୍ଗସ ତାଙ୍କୁ ୨୦ ଲକ୍ଷରେ ଟିମରେ ସାମିଲ କରିଛି।
ତାଙ୍କର କ୍ରିକେଟ କ୍ୟାରିଅର କଥା କହିବା ତ ସେ ଏଯାଏ ୪୬ ଟି ପ୍ରଥମ ଶ୍ରେଣୀ ମ୍ୟାଚରେ ୧୯୬ ଟି ୱିକେଟ ନେଇସାରିଛନ୍ତି। ଏଥିରେ ତାଙ୍କର ସର୍ବଶ୍ରେଷ୍ଠ ପ୍ରଦର୍ଶନ ହେଉଛି ୩୨ ରନ ଦେଇ ୭ ୱିକେଟ। ଏଥିରେ ସେ ୧୬ ଥର ୫ ୱିକେଟ ଓ ୬ ଥର ୧୦ ୱିକେଟ ନେବାର କାରନାମା କରିଛନ୍ତି। କେବଳ ବୋଲିଙ୍ଗ ନୁହେଁ ଏଥିରେ ସେ ୨୯.୧୧ର ଔସତରେ ୧୫୭୨ ରନ ମଧ୍ୟ କରିଛନ୍ତି। ଏହି ରନରେ ତାଙ୍କର ଦୁଇଟି ଶତକ ଓ ୮ ଟି ଅର୍ଦ୍ଧଶତକ ସାମିଲ ଅଛି। ଏହା ସହ ସେ ରଣଜୀ ଟ୍ରଫି, ସୈଦ ମୁସ୍ତାକ ଅଲ୍ଲୀ ଟ୍ରଫି ଓ ଦୁଲିପ ଟ୍ରଫିରେ ସୁନ୍ଦର ପ୍ରଦର୍ଶନ କରିଆସୁଛନ୍ତି। ସିଲେକ୍ସନ କଥା ଆଲୋଚନା କରିବା ତ ଅଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରାଙ୍କୁ ଏହି ଟେଷ୍ଟ ପାଇଁ ଦଳରେ ସାମିଲ କରାଯାଇନାହିଁ।
Saurabh Kumar has got a maiden India call up
Saurabh Kumar FC stats
Matches:46
Innings:82
Wickets:196
5w:16
10w:6#INDvSL pic.twitter.com/a7pQ0aNj3D— Sports Flash (@SportsFlash_1) February 19, 2022
ଶ୍ରୀଲଙ୍କା ବିରୁଦ୍ଧରେ ଟେଷ୍ଟ ସିରିଜ ପାଇଁ ଭାରତୀୟ ଟିମ:
ରୋହିତ ଶର୍ମା (ଅଧିନାୟକ), ମୟଙ୍କ ଅଗ୍ରୱାଲ, ପ୍ରିୟଙ୍କ ପଞ୍ଚାଲ, ବିରାଟ କୋହଲି, ଶ୍ରେୟସ ଅୟର,ହନୁମା ବିହାରୀ , ଶୁଭମନ ଗିଲ, ରିଷଭ ପନ୍ତ,କେ ଏସ ଭରତ,ରବିଚନ୍ଦ୍ରନ ଅଶ୍ୱିନୀ, ରବିନ୍ଦ୍ର ଜାଡେଜା, କୁଲଦୀପ ଯାଦବ,ଯଶପ୍ରୀତ ବୁମରା (ଉପ ଅଧିନାୟକ), ମହମ୍ମଦ ସାମୀ, ମହମ୍ମଦ ସିରାଜ, ଉମେଶ ଯାଦବ,ସୌରଭ କୁମାର।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।