IND vs PAK: ରିଜୱାନ ଆବଶ୍ୟକତାଠୁ କଲେ ଅଧିକ ଅପିଲ,ଅମିତ ମିଶ୍ରା କଲେ ମଜାଦାର ପୋଷ୍ଟ, ଜାଣନ୍ତୁ ସମ୍ପୂର୍ଣ୍ଣ

ବ୍ୟୁରୋ ରିପୋର୍ଟ: ପାକିସ୍ତାନ ଟିମର ୱିକେଟ କିପର ରିଜୱାନ ଏସିଆ କପ ୨୦୨୨ ରେ ନିଜର ପ୍ରଥମ ମ୍ୟାଚରେ ହିଁ ଟ୍ରୋଲ ହୋଇଯାଇଛନ୍ତି। ଏହାର କାରଣ ତାଙ୍କର ମ୍ୟାଚରେ ଅଧିକ ଅପିଲ କରିବା ଅଟେ। ଭାରତ ବିରୁଦ୍ଧରେ ପ୍ରଥମ ମ୍ୟାଚରେ ପାକିସ୍ତାନ ୫ ୱିକେଟରେ ହାରିଯାଇଛି। ଏହି ମ୍ୟାଚରେ ରିଜୱାନ ପାକିସ୍ତାନ ତରଫରୁ ସବୁଠୁ ଅଧିକ ରନ କରିଥିବା ଖେଳାଳୀ ହୋଇଥିଲେ। ସୁନ୍ଦର ବ୍ୟାଟିଙ୍ଗ ପରେ ସେ ୱିକେଟ ପଛରେ ବାରମ୍ବାର ଅପିଲ ଦ୍ଵାରା ଟ୍ରୋଲ ହେଇଛନ୍ତି। ସୋସିଆଲ ମିଡ଼ିଆର ପ୍ରସଂସକ ତାଙ୍କୁ ନେଇ ବହୁତ ମିମ୍ସ କରିଛନ୍ତି।

 

 

ଅଧିନାୟକ ବାବର ଆଜମ ଆଉଟ ହେବା ପରେ ମହମ୍ମଦ ରିଜୱାନ ୪୨ ବଲରେ ୪୩ ରନର ପାରି ଖେଳିଥିଲେ। ତାଙ୍କ ପାରି ଦ୍ଵାରା ପାକିସ୍ତାନ ଭାରତ ସାମ୍ନାରେ ୧୪୮ ରନର ଲକ୍ଷ୍ୟ ରଖିଥିଲା। ସେ ବ୍ୟାଟିଙ୍ଗଠୁ ଅଧିକ ୱିକେଟ ପଛରେ ଅପିଲ ପାଇଁ ଚର୍ଚ୍ଚିତ ହୋଇଛନ୍ତି ଏହି ମ୍ୟାଚରେ।

ରିଜବାନ ସେହିପରି ହିଁ ଜଣେ ଉତ୍ସାହିତ ଖେଳାଳି ଅଛନ୍ତି ଓ ଭାରତ ବିରୁଦ୍ଧରେ ସେ ବାରମ୍ବାର ଅପିଲା କରିଥିବା ଦେଖାଯାଇଥିଲା। ସେ ସେହି ସମୟର ମଧ୍ୟ ବାରମ୍ବାର ଅପିଲ କରୁଥିଲେ ଯେବେ ବ୍ୟାଟରେ ବଲ ବାଜୁନଥିଲା। ଏହା ପରେ ପ୍ରସଂସକଙ୍କ ସହ ପୂର୍ଵ ଭାରତୀୟ ସ୍ପିନର ଅମିତ ମିଶ୍ରା ମଧ୍ୟ ତାଙ୍କୁ ଟ୍ରୋଲ କରିଛନ୍ତି। ସେ ଟ୍ୱିଟ କରି ଲେଖିଛନ୍ତି,”ଦୟାକରି ପରୀକ୍ଷା କରନ୍ତୁ ରିଜୱାନଙ୍କ ଜୋତାରେ କଣ ଅଛି କାରଣ ସେ ପ୍ରତି ବଲରେ ଅପିଲ କରି ଡେଉଛନ୍ତି”।

 

ପ୍ରସଂସକ ମଧ୍ୟ ରିଜୱାନଙ୍କ ଏହି ଲଗାତର ଅପିଲ ଦ୍ଵାରା ମଜାଦାର ମିମ୍ସ କରିଛନ୍ତି। ଜଣେ ପ୍ରସଂସକ କହିଛନ୍ତି ମ୍ୟାଚ ଶେଷ ହେବା ପରେ ମଧ୍ୟ ରିଜୱାନ ଦୁବାଇରେ ଅପିଲ କରୁଥିବେ। ଆଉ ଜଣେ କହିଥିଲେ ଏହି ବ୍ୟକ୍ତି ଛକାରେ ମଧ୍ୟ ଅପିଲ କରିଦେବ। ଏହିପରି ଅନେକ ମିମ୍ସ ସୋସିଆଲ ମିଡିଆରେ ଛଡାଯାଉଛି।

କହିରଖିବୁ କି ଏହି ମ୍ୟାଚରେ ପାକିସ୍ତାନ ପ୍ରଥମେ ବ୍ୟାଟିଙ୍ଗ କରି ୧୪୮ ରନର ଲକ୍ଷ୍ୟ ଭାରତକୁ ଦେଇଥିଲା। ଭାରତ ଏହି ମ୍ୟାଚରେ ଦୁଇଟି ବଲ ଥାଇ ମ୍ୟାଚ ଜିତିଥିଲା। ଅଲରାଉଣ୍ଡର ହାର୍ଦିକ ପାଣ୍ଡ୍ୟା ସୁନ୍ଦର ପ୍ରଦର୍ଶନ କରିଥିଲେ। ପ୍ରଥମେ ସେ ସୁନ୍ଦର ବୋଲିଙ୍ଗ କରି ୩ ଟି ୱିକେଟ ନେଇଥିଲେ। ଏହା ପରେ ପାଣ୍ଡ୍ୟା ୧୭ ବଲରେ ୩୩ ରନର ପାରି କରିଥିଲେ। ଭାରତର ଆଗାମୀ ମ୍ୟାଚ ୩୧ ଅଗଷ୍ଟକୁ ହଂଙ୍ଗକଂମଂ ସହ ହେବ। ସେହିପରି ପାକିସ୍ତାନର ଆଗାମୀ ମ୍ୟାଚ ୨ ସେପ୍ଟେମ୍ବରକୁ ହଂଙ୍ଗକଂଙ୍ଗ ବିରୁଦ୍ଧରେ ଖେଳିବାର ଅଛି। ଆଶା ଅଛିକି ୪ ସେପ୍ଟେମ୍ବର ଭାରତ ଓ ପାକିସ୍ତାନ ମଧ୍ୟରେ ପୁଣି ମ୍ୟାଚ ହେବାର ଅଛି।

Leave a Reply

Your email address will not be published. Required fields are marked *