ମହାରାଷ୍ଟ୍ରକୁ ହରାଇ ଚମ୍ପିୟନ ବନିଲା ସୌରାଷ୍ଟ୍ର! ଜ୍ୟାକସନଙ୍କ ଜବରଦସ୍ତ ପାରି

ବ୍ୟୁରୋ ରିପୋର୍ଟ: ବିଜୟ ହଜାରେ ଟ୍ରଫି ୨୦୨୨-୨୩ ସିଜିନର ଫାଇନାଲରେ ମ୍ୟାଚରେ ସୌରାଷ୍ଟ୍ର ବିପକ୍ଷରେ ଶତକ ଲଗାଇ ମହାରାଷ୍ଟ୍ରର ଜବରଦସ୍ତ ବ୍ୟାଟ୍ସମ୍ୟାନ୍ ଋତୁରାଜ ଗାଏକୱାଡ଼ ଇତିହାସ ରଚିଛନ୍ତି। କିନ୍ତୁ ଏହାପରେ ଲିଷ୍ଟ-ଏ ରେ ଦମଦାର ହାଟ୍ରିକ ଏବଂ ସେଲଡ଼ନ ଜ୍ୟାକସନଙ୍କ ନଟ ଆଉଟ ୧୩୩ ରନ ଦ୍ୱାରା ଦଳ ଟ୍ରଫି ହାସଲ କରି ନେଇଥିଲା।

ଏହିପରି ଭାବରେ ୫୦ ଓଭର ବିଶିଷ୍ଟ ଏହି ଟୁର୍ଣାମେଣ୍ଟରେ ସେଲଡ଼ନ ଜ୍ୟାକସନଙ୍କ ଅପରାଜିତ ଶତକୀୟ ପାରି ଯୋଗୁଁ ଦଳ ସହଜରେ ୨୪୯ ରନର ବିଜୟ ଲକ୍ଷ୍ୟକୁ ମାତ୍ର ୫ ୱିକେଟ ହରାଇ ଜିତି ନେଇଛି। ଏହାଦ୍ବାରା ୨୦୦୭-୦୮ ରେ ଟ୍ରଫି ଜିତିଥିବା ସୌରଷ୍ଟ୍ର ଦୀର୍ଘ ୧୪ ବର୍ଷ ପରେ ଜୟଦେବ ଉନାଦକତଙ୍କ ସହାୟତାରେ ୨୦୨୨-୨୩ ବିଜୟ ହଜାରେ ଟ୍ରଫି ଉପରେ ନିଜର କବ୍ଜା ଜମାଇଛି। ଅନ୍ୟପକ୍ଷରେ ମହାରାଷ୍ଟ୍ର ଦଳର ଅଧିନାୟକ ଋତୁରାଜ କ୍ୱାଟରଫାଇନାଲ, ସେମିଫାଇନାଲ ଏବଂ ଫାଇନାଲ ମ୍ୟାଚରେ ଲଗତାର ଶତକ ଲଗାଇବାରେ ସଫଳ ହୋଇଛନ୍ତି।

ବିଜୟ ହଜାରେ ଟ୍ରଫି ୨୦୨୨-୨୩ ର ଫାଇନାଲ ମୁକାବିଲା ଗୁଜରାଟର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳା ଯାଇଥିଲା। ଏଥିରେ ସୌରଷ୍ଟ୍ର ଦଳର ଅଧିନାୟକ ଜୟଦେବ ଉନାଦକତ ପ୍ରଥମେ ବୋଲିଂ କରିବା ପାଇଁ ଚାହିଁଥିଲେ। କିନ୍ତୁ ଏହାର ଫାଇଦା ମହାରାଷ୍ଟ୍ର ଦଳର ଅଧିନାୟକ ଋତୁରାଜ ଗାଏକୱାଡ଼ ଏବଂ ଅନ୍ୟ ବ୍ୟାଟ୍ସମ୍ୟାନ୍ ମାନେ ଉଠାଇଥିଲେ। ସେ ଅତି ଧର୍ଯ୍ୟର ସହିତ ବ୍ୟାଟିଂ କରି ଏକ ଶତକୀୟ ପାରି ଖେଳିଥିଲେ। ସେ ୧୩୧ ବଲରେ ୭ ଚୌକା ଏବଂ ୪ ଛକା ସହିତ ୧୦୮ ରନର ଶତକୀୟ ପାରି ଖେଳିଥିଲେ। ଏହାଦ୍ବାରା ସେ ବିଜୟ ହଜାରେ ଟ୍ରଫିରେ କ୍ୱାଟରଫାଇନାଲ ମ୍ୟାଚରେ ଉତ୍ତର ପ୍ରଦେଶ ବିପକ୍ଷରେ ୨୨୦ ରନ, ସେମିଫାଇନାଲ ମ୍ୟାଚରେ ଆସାମ ବିପକ୍ଷରେ ୧୬୮ ରନ ଏବଂ ଫାଇନାଲ ମ୍ୟାଚରେ ଅଉ ଏକ ଶତକୀୟ ଇଂନିଂସ ଖେଳି ପ୍ରଥମ ଭାରତୀୟ କ୍ରିକେଟର ହୋଇ ଯାଇଛନ୍ତି।

ଗାଏକୱାଡ଼ଙ୍କ ଶତକୀୟ ପାରି ପରେ ସୌରଷ୍ଟ୍ର ବୋଲରମାନଙ୍କ ବୋଲିଂ ମହାରାଷ୍ଟ୍ର ଦଳକୁ ବଡ଼ ସ୍କୋର ହେବାରୁ ଅଟକାଇ ଦେଇଥିଲେ। ମହାରାଷ୍ଟ୍ର ଦଳ ଗୋଟିଏ ସମୟରେ ୪୮ ଓଭରରେ ୫ ୱିକେଟ ହରାଇ ୨୩୪ ରନ କରିଥିଲେ। କିନ୍ତୁ ୪୯ ତମ ଓଭରରେ ସୌରଭ ନୱାଲେ (୧୩) , ରାଜବରଧନ ହେଙ୍ଗରେକର (୦) ଏବଂ ବିକି ଔସ୍ତୁୱାଲ(୦) ରନରେ ଆଉଟ ହୋଇଥିଲେ। ଚିରାଗ ଯାନୀ ନିଜର ହାଟ୍ରିକ ୱିକେଟ ନେବା ସହିତ ମହାରାଷ୍ଟ୍ର ଦଳକୁ ୯ ୱିକେଟରେ ୨୪୮ ରନରେ ରଖି ଦେଇଥିଲେ।

ଏହାପରେ ଲକ୍ଷ୍ୟର ପିଛା କରୁଥିବା ସୌରଷ୍ଟ୍ର ଦଳର ଓପନିଙ୍ଗ କାର୍ଯ୍ୟ ସେଲଡ଼ନ ଜ୍ୟାକସନ ଏବଂ ହାର୍ବୀକ ଦେଶାଇ କରିଥିଲେ। ଉଭୟ ବିନା ୱିକେଟ ହରାଇ ୨୬.୪ ଓଭରରେ ୧୨୫ ରନର ପାର୍ଟନର୍ସିପ ଗଢି ସାରିଥିଲେ। ଏହାପରେ ହାର୍ବିକ ୬୭ ବଲରେ ୭ ଟି ଚୌକା ସହିତ ୫୦ ରନ କରି ଆଉଟ ହୋଇଥିଲେ ମଧ୍ୟ ସେଲଡ଼ନ ୧୩୬ ବଲରେ ୧୨ ଚୌକା ଏବଂ ୫ ଛକା ସହିତ ୧୩୩ ରନ କରି ଅପରାଜିତ ରହିଥିଲେ। ଚିରାଗ ଯାନୀ ୨୫ ବଲରେ ୩୦ ରନ କରି ଦଳକୁ ୪୬.୩ ଓଭରରେ ୫ ୱିକେଟ ହରାଇ ମ୍ୟାଚକୁ ଜିତାଇ ଦେଇଥିଲେ।

Leave a Reply

Your email address will not be published. Required fields are marked *