ଭାରତ ନ୍ୟୁଜିଲାଣ୍ଡ ଉପରେ ଦ୍ୱିତୀୟ ଟେଷ୍ଟରେ କବ୍ଜା ଜମାଇଦେଇଛି ଓ ବିଜୟ ଆଡ଼କୁ ବଢୁଛି। ନ୍ୟୁଜିଲାଣ୍ଡ ଟିମ ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ୧୪୦ ରନରେ ୫ ୱିକେଟ ହରାଇଦେଇଛି। ଭାରତକୁ ଜିତିବା ପାଇଁ ୫ ୱିକେଟ ଆବଶ୍ୟକ। ତୃତୀୟ ଦିନ ଖେଳ ଶେଷ ସୁଦ୍ଧା ହେନ ନିକୋଲ୍ସ ୩୬ ଓ ରାଚିନ ରବିନ୍ଦ୍ର ୨ ରନ କରି ନଟ ଆଉଟ ଅଛନ୍ତି।

ଭାରତ ନ୍ୟୁଜିଲାଣ୍ଡ ସାମ୍ନାରେ ୫୪୦ ରନର ବଡ଼ ଟାର୍ଗେଟ ରଖିଛି। ଦୁହିଁଙ୍କ ମଧ୍ୟରେ କାନପୁରରେ ଖେଳାଯାଇଥିବା ପ୍ରଥମ ଟେଷ୍ଟ ଡ୍ର ରହିଥିଲା। ଏହି ମ୍ୟାଚରେ ଭାରତ ପଥମେ ବ୍ୟାଟିଙ୍ଗ କରି ୩୨୫ ରନ କରିଥିଲା ଓ ଦ୍ୱିତୀୟ ପାରିରେ ଭାରତ ୨୭୬ ରନରେ ୭ ୱିକେଟ ଥିବା ବେଳେ ପାରି ଘୋଷଣା କରିଦେଇଥିଲା। ସେହିପରି ନ୍ୟୁଜଲ୍ୟାଣ୍ଡ ପ୍ରଥମ ପାରିରେ ମାତ୍ର ୬୨ ରନ କରି ଅଲଆଉଟ ହୋଇଯାଇଥିଲା। ଭାରତ ପଟୁ ଏବେ ନ୍ୟୁଜିଲାଣ୍ଡର ଦ୍ୱିତୀୟ ପାରିରେ ଆର ଅଶ୍ୱିନୀ ୩ ଟି ଓ ଅକ୍ଷର ପଟେଲ ଗୋଟେ ୱିକେଟ ନେଇଛନ୍ତି।
ଅଶ୍ୱିନୀ ନ୍ୟୁଜିଲାଣ୍ଡର ଦ୍ୱିତୀୟ ପାରିର ଆରମ୍ଭରୁ ୱିକେଟ ନେଇ ଭାରତକୁ ବିଜୟ ଆଡ଼କୁ ବଢ଼ାଉଛନ୍ତି। ଏହା ଅଶ୍ୱିନୀଙ୍କର ୫୦ ତମ ମ୍ୟାଚ ଅଟେ। ସେ ଗୋଟେ କ୍ୟାଲେଣ୍ଡର ବର୍ଷରେ ୫୦ ରୁ ଅଧିକ ୱିକେଟ ଚାରିଥର ନେଇଛନ୍ତି ଯାହା ଏକ ବଡ଼ ରେକର୍ଡ ଅଟେ। ନ୍ୟୁଜଲ୍ୟାଣ୍ଡର ଆରମ୍ଭ ତିନୋଟି ୱିକେଟ ଜଲ୍ଦି ଗଳିପଡିବା ପରେ ୪ ର୍ଥ ୱିକେଟ ପାଇଁ ହେନରି ନିକୋଲ୍ସ ଓ ଡେରିଲ ମିଚେଲ ୭୩ ରନର ପାରି ଖେଳିଥିଲେ। ମିଚେଲ ଆକ୍ରାମକ ରୂପରେ ଖେଳି ଅର୍ଦ୍ଧଶତକ ପୁରା କରିଥିଲେ।

ଶେଷରେ ସେ ଅଧିକ ବଡ଼ ଶର୍ଟ ଖେଳିବାକୁ ଯାଇ ଅକ୍ଷର ପଟେଲଙ୍କ ବଲରେ ଆଉଟ ହୋଇଗଲେ। ଏହା ପରେ ଟମ ବ୍ଲେଣ୍ଡଲ ରନ ଆଉଟ ହୋଇଥିଲେ। ଏହା ପୂର୍ବରୁ ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ପାରିରେ ଆକ୍ରାମକ ପାରି ଖେଳିଥିଲେ। ଓପନର ବ୍ୟାଟ୍ସମ୍ୟାନ ମୟଙ୍କ ଅଗ୍ରୱାଲ ୧୦୮ ବଲରେ ୬୨, ପୂଜାରା ୯୭ ବଲରେ ୪୭, ଶୁଭମନ ଗିଲ ୭୫ ବଲରେ ୪୭, ଅଧିନାୟକ କୋହଲି ୮୪ ବଲରେ ୩୬ ଓ ଶେଷରେ ଅକ୍ଷର ପଟେଲ ୨୬ ବଲରେ ୪୧ ରନର ନଟ ଆଉଟ ପାରି ଖେଳିଥିଲେ। ନ୍ୟୁଜିଲାଣ୍ଡ ପାଇଁ ପ୍ରଥମ ପାରିରେ ୧୧୯ ରନ ଦେଇ ୧୦ ଟି ୱିକେଟ ନେଇଥିବା ଏଜାଜ ପଟେଲ ଦ୍ୱିତୀୟ ପାରିରେ ୪ ଟି ୱିକେଟ ନେଇଛନ୍ତି। ସେହିପରି ରଚିତ ରବିନ୍ଦ୍ର ୩ ଟି ୱିକେଟ ନେଇଥିଲେ। ଏଯାଜ ପଟେଲ ମୋଟ ଏହି ମ୍ୟାଚରେ ୧୪ ୱିକେଟ ନେଇଥିଲେ। ଏହା ଭାରତ ବିରୁଦ୍ଧରେ କୌଣସିବି ବୋଲରର ସର୍ବଶ୍ରେଷ୍ଠ ପ୍ରଦର୍ଶନ ଅଟେ।
ଭାରତୀୟ ବ୍ୟାଟ୍ସମ୍ୟାନ ଦ୍ୱିତୀୟ ପାରିରେ ୧୦ ଟି ଛକା ମାରିଛନ୍ତି। ଅକ୍ଷର ପଟେଲ ୪ ଟି ଛକା ମାରି ଜଲ୍ଦି ରନ କରିଥିଲେ ନ୍ୟୁଜିଲାଣ୍ଡକୁ ପ୍ରଥମ ପାରିରେ ମାତ୍ର ୨୮ ଓଭରରେ ଅଲଆଉଟ କରି ମଧ୍ୟ ଅଧିନାୟକ ବିରାଟ କୋହଲି ନ୍ୟୁଜିଲାଣ୍ଡ ଫଲୋଅନ ଦେଲେ ନାହିଁ କାରଣ ସେ ନିଜକୁ ଓ ସେହି ବ୍ୟାଟ୍ସମ୍ୟାନଙ୍କୁ ମୌକା ଦେବାକୁ ଚାହୁଁଥିଲେ ଯିଏକି ଫର୍ମରେ ନଥିଲେ।
Axar Patel said, "everyone has believe in my batting from the batting coach to team memebers. it gives you alot of confidence, I got the chance and I'm happy to able to deliver".
— Mufaddal Vohra (@mufaddal_vohra) December 5, 2021
ଦ୍ୱିତୀୟ ପାରିରେ ଶୁଭମନ ଗିଲଙ୍କ ଜାଗାରେ ଖରାପ ଫର୍ମରେ ଚାଲୁଥିବା ଚେତେଶ୍ୱର ପୂଜାରାଙ୍କୁ ଓପନିଙ୍ଗ ଦିଆଗଲା। ସେ ମୟଙ୍କ ଅଗ୍ରୱାଲଙ୍କ ସହ ମିଶି ପ୍ରଥମ ୱିକେଟ ପାଇଁ୧୦୭ ରନର ପାର୍ଟନରସିପ କରିଥିଲେ। ପ୍ରଥମ ପାରିରେ ୧୫୦ ରନ କରିଥିବା ମୟଙ୍କ ଅଗ୍ରୱାଲ ଦ୍ୱିତୀୟ ପାରିରେ ମଧ୍ୟ ଅର୍ଦ୍ଧଶତକ ମାରିଛନ୍ତି। ପୂଜାରା ଭଲ ଖେଳିଥିଲେ କିନ୍ତୁ ଅର୍ଦ୍ଧଶତକ ପୁରା କରିପାରିଲେ ନାହିଁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।