ଛାଇଗଲେ ଅକ୍ଷୟ! ଦୁଇ ହାତରେ ସୁନ୍ଦର ଭାବେ ବୋଲିଙ୍ଗ କରି ଜିତିନେଲେ ହୃଦୟ, ବଢ଼ିଲା ବ୍ୟାଟ୍ସମାନଙ୍କ ମୁସ୍କିଲ? ପଢନ୍ତୁ ପୁରା ଖବର

ସୈଦ ମୁସ୍ତାକ ଅଲ୍ଲୀ ଟି-୨୦ ଟ୍ରଫି ଖେଳାଯାଉଅଛି। ଏଥିରେ ରାଜସ୍ଥାନକୁ ହରାଇ ବିଦର୍ଭ ଟିମ ସେମିଫାଇନାଲରେ ପହଁଚିଯାଇଛି। ଆପଣଙ୍କୁ କହିରଖିବୁ ଏହି ମ୍ୟାଚର ହିରୋ ଥିଲେ ବିଦର୍ଭର ବୋଲର ଅକ୍ଷୟ କର୍ନେୱାର। କାରଣ ତାଙ୍କ ଚମତ୍କାର ବୋଲିଙ୍ଗ ଦ୍ଵାରା ହିଁ ବିଦର୍ଭ ଏହି ବିଜୟ ପାଇଥିଲା। ଅକ୍ଷୟ ଏହି ମ୍ୟାଚରେ ୪ ଓଭର ବୋଲିଙ୍ଗ କରିବାର ଜଣା ଯାଇଥିଲେ ଓ ମାତ୍ର ୭ ରନ ଦେବା ସହ ଗୋଟେ ୱିକେଟ ମଧ୍ୟ ଅକ୍ତିଆର କରିଥିଲେ। ତାଙ୍କର ଏହି ସୁନ୍ଦର ପ୍ରଦର୍ଶନ ଦ୍ଵାରା ବିଦର୍ଭ ଏହି ମ୍ୟାଚ ଜିତିଥିଲା। ରାଜସ୍ଥାନର ବ୍ୟାଟ୍ସମ୍ୟାନମାନେ ତାଙ୍କ ବଲକୁ ଖେଳିପାରିନଥିଲେ। ଖାସ କଥା ହେଉଛି ଅକ୍ଷୟ ଦୁଇ ହାତରେ ବୋଲିଙ୍ଗ କରୁଥିଲେ।

Google

ଅକ୍ଷୟଙ୍କର ବୟସ ୨୯ ବର୍ଷ ଅଟେ ଓ ସେ ବିଦର୍ଭ ଟିମ ପଟୁ ଖେଳିଥାନ୍ତି। ଏବେ ସେ ଚାରିଆଡେ ଚର୍ଚ୍ଚାର ବିଷୟ ପାଲଟିଛନ୍ତି ଯାହାର ମୁଖ୍ୟ କାରଣ ହେଉଛି ସେ ଦୁଇ ହାତରେ ବୋଲିଙ୍ଗ କରିଥାନ୍ତି। ତାଙ୍କର ଏହି ଦୁଇ ହାତରେ ବୋଲିଙ୍ଗ ହିଁ ବ୍ୟାଟ୍ସମ୍ୟାନଙ୍କୁ ଅସୁବିଧାରେ ପକାଇଥାଏ। ଏହି ସିଜନରେ ସବୁଠୁ କମ ରନ ଦେଇ ସେ ଚର୍ଚ୍ଚାକୁ ଆସିଛନ୍ତି।କହିରଖିବୁ ଏହି ସୈହଦ ମୁସ୍ତାକ ଅଲ୍ଲୀ ଟ୍ରଫିରେ ଏବେ ପର୍ଯ୍ୟନ୍ତ ୬ ଟି ମ୍ୟାଚରେ ୨୮ ଓଭର ବୋଲିଙ୍ଗ କରିଛନ୍ତି। କିନ୍ତୁ ସବୁଠୁ ଭଲ କଥାହେଉଛି ୨୮ ଓଭରରେ ଟି-୨ ଫର୍ମାଟରେ ମାତ୍ର ୧୦୦ ରନ ଦେଇଛନ୍ତି ଯାହା ତାଙ୍କ ସୁନ୍ଦର ପ୍ରଦର୍ଶନକୁ ଜଣାଉଛି।

ଅକ୍ଷୟଙ୍କର ଘର ହେଉଛି ମହାରାଷ୍ଟ୍ରର ଜବତମାଲାରେ। ୧୫ ବର୍ଷରୁ ସେ ନାଗପୁରର ନବକେତନ କ୍ରିକେଟ କ୍ଳବରୁ ସେ କ୍ରିକେଟ ଖେଳିବ ଆରମ୍ଭ କରିଥିଲେ। ତାଙ୍କ ବାପା ରାଜ୍ୟର ପରିବହନ ବିଭାଗର ଡ୍ରାଇଭର ଅଟନ୍ତି। ସେ ନିଜ କଠିନ ପରିଶ୍ରମ ଓ ଏକାଗ୍ରତା ଦ୍ଵାରା ୨୦୧୬ରେ ପ୍ରଥମ ଥର ଝାଡ଼ଖଣ୍ଡ ବିପକ୍ଷରେ ପ୍ରଥମ ଶ୍ରେଣୀ ମ୍ୟାଚ ଖେଳିବାକୁ ମୌକା ପାଇଥିଲେ। ଏହା ପରଠୁ ସେ ବିଦର୍ଭ ପଟୁ ଖେଳିଆସୁଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *