ବ୍ୟାଟ୍ସମ୍ୟାନ ରନ କରିପାରୁନାହିଁ, ୧୦ ପାରିରେ ୧୦ ଶୂନ୍ୟ! ତିନିବର୍ଷର କ୍ୟାରିଅରରେ କଲେ ୪ ରନ

ବ୍ୟୁରୋ ରିପୋର୍ଟ: ଇବାଦତ ହୁସେନ ପୂର୍ଵ କିଛି ସମୟରୁ ବୋଲିଙ୍ଗରେ ସୁନ୍ଦର ପ୍ରଦର୍ଶନ କରିଛନ୍ତି। ଏହି କାରଣରୁ ବଙ୍ଗଳାଦେଶ କୌଣସି ବି ଫର୍ମାଟରେ ପ୍ରଥମ ଥର ନ୍ୟୁଜିଲାଣ୍ଡ ହରାଇବାରେ ସଫଳ ହୋଇଥିଲା।ବଙ୍ଗଳାଦେଶ ପ୍ରଥମ ଟେଷ୍ଟ ଜିତିଥିଲା। ଏବେ ସୋମବାରକୁ ଇବାଦତ ଏକ ଚାହୁଁନଥିବା ରେକର୍ଡ ନିଜ ନାମରେ କରିଛନ୍ତି। ସେ ଟେଷ୍ଟରେ ପୂର୍ଵ ୧୦ ପାରିରେ ଖାତା ଖୋଲିପାରିନାହାନ୍ତି। ସେ ଏପରି କରିଥିବା ପ୍ରଥମ ବ୍ୟାଟ୍ସମ୍ୟାନ ଅଟନ୍ତି। ଏହା ସହ ନ୍ୟୁଜିଲାଣ୍ଡ ଦ୍ୱିତୀୟ ଟେଷ୍ଟରେ ସ୍ଥିତି ମଜବୁତ କରିଛି।

Google

ଇବାଦତ ହୁସେନ ଦ୍ୱିତୀୟ ଟେଷ୍ଟର ପ୍ରଥମ ପାରିରେ ଶୂନ୍ୟରେ ନଟଆଉଟ ରହିଥିଲେ। ସେ ୧୧ ନମ୍ବରରେ ବ୍ୟାଟିଙ୍ଗ କରିବାକୁ ଓହ୍ଲାଇଥିଲେ। ଟେଷ୍ଟରେ ତାଙ୍କର ପୂର୍ଵ ୧୦ ପାରି କଥା କହିବାତ ସେ ୦,୦*,୦*,୦,୦,୦*,୦*,୦*, ୦* ଓ ୦* ସ୍କୋର କରିଛନ୍ତି। ମାନେ ସେ ୭ ଥର ଶୂନ୍ୟରେ ନଟଆଉଟ ରହିଛନ୍ତି। ମାନେ ସେ ଆଉଟ ହୋଇନଥିଲେ କିନ୍ତୁ ଟିମ ଅଲଆଉଟ ହୋଇଯାଇଛି। ତାଙ୍କର ଟେଷ୍ଟ କ୍ୟାରିଅର କଥା କହିବାତ ସେ ପୂର୍ଵ ୩ ବର୍ଷରେ ୧୨ ଟେଷ୍ଟର ୧୭ ପାରିରେ ୪ ରନ କରିଛନ୍ତି। ୨ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋରଥିଲା। ଏହା ପୂର୍ବରୁ ନ୍ୟୁଜିଲାଣ୍ଡର କ୍ରିସ ମାର୍ଟିନ ଓ ଶ୍ରୀଲଙ୍କାର ଲାହିରୁ କୁମାରା ୯-୯ ପାରିରେ ଶୂନ୍ୟରୁ ଆଗକୁ ବଢିପାରିନଥିଲେ।

ନ୍ୟୁଜିଲାଣ୍ଡକୁ ମିଳିଲା ୩୯୫ ରନର ବଡ଼ ଲିଡ଼:ଦ୍ୱିତୀୟ ଟେଷ୍ଟ କଥା କହିବାତ ସୋମବାରକୁ ନ୍ୟୁଜିଲାଣ୍ଡ ଟମ ଲାଥମଙ୍କ ସୁନ୍ଦର ୨୫୨ ରନ,ଡେବୋବ କନୱେଙ୍କ ସୁନ୍ଦର ଶତକ ଓ ଟ୍ରେଣ୍ଟ ବୋଲଟଙ୍କ ସୁନ୍ଦର ବୋଲିଙ୍ଗ ଦ୍ଵାରା ସ୍ଥିତି ମଜବୁତ କରିଦେଇଛି। ନ୍ୟୁଜିଲାଣ୍ଡ ପ୍ରଥମ ପାରିରେ ୬ ୱିକେଟ ହରାଇ ୫୨୧ ରନରେ ପାରି ଘୋଷଣା କରିଥିଲା। ଏହା ପରେ ବୋଲଟ ୪୩ ରନଦେଇ ୫ ୱିକେଟ ନେଇଥିଲେ ଯାହା ଦ୍ୱାରା ବଙ୍ଗଳାଦେଶ ମାତ୍ର ୧୨୬ ରନରେ ଅଲଆଉଟ ହୋଇଯାଇଥିଲା। ଏହିପରି ନ୍ୟୁଜିଲାଣ୍ଡକୁ ୩୯୫ ରନର ବଡ଼ ଲିଡ଼ ମିଳିଥିଲା। ବୋଲଟଙ୍କର ଟେଷ୍ଟରେ ୩୦୦ ୱିକେଟ ପୁରା ହୋଇଯାଇଛି ଓ ସେ ଏପରି କରିଥିବା ରିଚର୍ଡ ହେଡଲି,ଡେନିୟଲ ଭିଟୋରି ଓ ଟିମ ସାଉଦିଙ୍କ ପରେ ଚତ୍ରୁର୍ଥ ନ୍ୟୁଜିଲାଣ୍ଡ ବୋଲର ଅଟନ୍ତି।

Google

ୟାସିର ଅର୍ଦ୍ଧଶତକ ମାରି ଟିମକୁ ସମ୍ଭାଳିଥିଲେ:ବଙ୍ଗଳାଦେଶ ୭ ମ ଓଭରରେ ୧୧ ରନରେ ୪ ୱିକେଟ ହରାଇସାରିଥିଲା। ଏହା ପରେ ୟାସିର ଅଲ୍ଲୀ ଟିମକୁ ସମ୍ଭାଳି ପ୍ରଥମ ଅର୍ଦ୍ଧଶତକ ମାରି ୫୫ ରନ କରି ଆଉଟ ହୋଇଥିଲେ। ଏହା ପୂର୍ବରୁ ଲାଥମ ଡ଼ବଲ ଶତକ ମାରିବା ସହ ଦ୍ୱିତୀୟ ସ୍ଲିପରେ ଦୁଇଟି କ୍ୟାଚ ଧରିଥିଲେ। ସେ ୫୫୨ ମିନିଟ ଗାଉଣ୍ଡରେ ରହି ୩୦୫ ବଲରେ ୨୫୨ ରନର ପାରି ଖେଳିଥିଲେ। ସେହିପରି ଡେବୋନ କନୱେ ମଧ୍ୟ ୧୦୯ ରନ କରିଥିଲେ। ଦକ୍ଷିଣ ଆଫ୍ରିକାରେ ଜନ୍ମ ହୋଇଥିବା କନୱେ ୫ ଟି ଟେଷ୍ଟରେ ତିନୋଟି ଶତକ ଓ ଦୁଇଟି ଅର୍ଦ୍ଧଶତକ ମାରିଛନ୍ତି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *