୧୦୦୮ ରନ ବନାଇ ବି ୩୫୪ ରନରେ ହାରିଗଲା ଟିମ! ଲାଗିଲା ମ୍ୟାଚରେ ୧୯ ଶତକ, ପଢନ୍ତୁ ପୁରା ଖବର!

ବ୍ୟୁରୋ ରିପୋର୍ଟ: କ୍ରିକେଟ ଶବ୍ଦକୋଷରେ ଅସମ୍ଭବ ନାମକ କିଛି ଶବ୍ଦ ପ୍ରାୟ ହିଁ ନାହିଁ। କେତେବେଳେ ଏକ ଟିମ ୩୦ ରନ ମଧ୍ୟ ନ କରିପାରି ଆଉଟ ହେଇଯାଉଛି ଆଉ କେତେବେଳେ ଏକ ପ୍ଲେୟର ହିଁ ଗୋଟେ ଓଭରରେ ୩୬ ରନ କରି ଦେଉଛି। ଏହିପରି ହିଁ ଏକ ମ୍ୟାଚ ବାବଦରେ କହିବୁ ଯାହା ଭିତରେ ଏକ ଟିମ ପ୍ରାୟ ୧୦୦୦ ରନ କରି ମଧ୍ୟ ପ୍ରାୟ ୩୦୦ ରନର ବଡ଼ ଅନ୍ତରରେ ହାରି ଯାଉଛି। ଏହିପରି ଅଦ୍ଭୁତ ମ୍ୟାଚ ବାବଦରେ ଆଜି ଆକେ କଥା ହେବା ଯାହା ଭିତରେ ସର୍ବମୋଟ ୨୩୦୦ ରନ ହେଇଥିଲା ଏବଂ ପ୍ରାୟ ୧୯ ଟି ଶତକ ହେଇଥିଲା। ୩ ଜଣ ବ୍ୟାଟ୍ସମ୍ୟାନ ଦୁଇଟି ଇନିଂସରେ ହିଁ ଶତକ ମାରି ଦେଇଥିଲେ।

Google

୧୯୪୯ ମସିହାର ଆଜି ଦିନରେ ରଣଜୀ ଟ୍ରଫିର ଏକ ମ୍ୟାଚରେ ମହାରାଷ୍ଟ୍ର ଏବଂ ବମ୍ବେ ଭିତରେ ଏକ ମ୍ୟାଚ ଖେଳା ଯାଇଥିଲା ଯାହା ଭିତରେ କି ଏପରି ଆଶ୍ଚର୍ଯ୍ୟକର ଘଟଣା ହେଇଥିଲା। ପୁନେରେ ଖେଳା ଯାଇଥିବା ଏହି ସେମି ଫାଇନାଲ ମ୍ୟାଚରେ ଦୁଇଟି ଯାକ ଟିମ ଫାଇନାଲ ଯିବା ନିମନ୍ତେ ନିଜର ସମସ୍ତ ଶକ୍ତି ଖର୍ଚ୍ଚ କରିଥିଲେ। ଆଉ ତାଙ୍କର ଉଦ୍ୟମ ଏଯାଏ ସ୍କୋର ବୋର୍ଡରେ ନଜର ଆସେ। ଏହି ମ୍ୟାଚରେ ୨୩୭୬ ରନ ହେଇଥିଲା।

ଏହି ଐତିହାସିକ ମ୍ୟାଚରେ ବମ୍ବେ ପ୍ରଥମେ ବ୍ୟାଟିଂ କଲା ଆଉ ତାଙ୍କ ତରଫରୁ ମାଧବ ମନ୍ତ୍ରୀ ଦ୍ଵିଶତକ ଲଗାଇଲେ। ଉଦୟ ମରଛାଂଟ ଆଉ ଦତ୍ତୁ ଫଡକର ମଧ୍ୟ ଶତକୀୟ ଇନିଂସ ଖେଳିଲେ। ତେବେ ଟିମ ପ୍ରଥମ ଇନିଂସରେ ବିଶାଳ ୬୫୧ର ସ୍କୋର ଯାଏ ପହଂଚି ଗଲା।

ଯେବେ ମହାରାଷ୍ଟ୍ର ପାଳି ଆସିଲା ତ ସେମାନେ ମଧ୍ୟ ଜୋରଦାର ଆରମ୍ଭ କଲେ। ତାଙ୍କ ତରଫରୁ ମନୋହର ଦାତ୍ତାର ଏବଂ ମଧୁସୂଦନ ରେଗେ ଶତକ ମାରିଲେ। ଏହା ବ୍ୟତୀତ ମହାରାଷ୍ଟ୍ର ୪୦୦ରୁ ମାତ୍ର କିଛି ରନ ହିଁ ଅଧିକ କଲା। ଏହିପରି ଭାବେ ବମ୍ବେକୁ ୨୪୪ ରନର ଲିଡ଼ ମିଳିଗଲା।

Google

୨୦୦ ରୁ ଅଧିକ ରନ ଲିଡ଼ ଥାଇ ମଧ୍ୟ ବମ୍ବେ ଯେଭଳି ଭାବେ ବ୍ୟାଟିଂ କଲା ତାହା ବହୁତ ଉଚ୍ଚ ସ୍ତରର ବ୍ୟାଟିଂ ଥିଲା। ସେମାନେ ମ୍ୟାଚର ଷଷ୍ଠ ଦିନରେ ନିଜର ପାଳି ଘୋଷଣା କଲେ ଏବଂ ଏତେବେଳକୁ ତାଙ୍କ ସ୍କୋର ୮ୱିକେଟ ବିନିମୟରେ ୭୧୪ ରନ ହେଇ ସାରିଥିଲା। ତାଙ୍କ ତରଫରୁ ପ୍ରଥମ ଇନିଂସର ଶତକ ବୀର ଉଦୟ ମରଛାଂଟ ଆଉ ଦତ୍ତୁ ଫଡକର ପୁନର୍ବାର ଶତକ କଲେ।

ଏହିପରି ଭାବେ ମହାରାଷ୍ଟ୍ରକୁ ୯୫୯ ରନର ଲକ୍ଷ୍ୟ ମିଳିଲା ଏବଂ ତାଙ୍କର ବ୍ୟାଟ୍ସମ୍ୟାନ ମାନେ ବହୁତ ଉନ୍ନତ ଆରମ୍ଭ କଲେ। ତାଙ୍କ ପାଇଁ ମଧୁସୂଦନ ରେନେ ପୁନର୍ବାର ଏକ ବିଶାଳ ଇନିଂସ ଖେଳିଲେ ଆଉ ସେ ଏକା ହି ୧୪୬ରନ କଲେ। ସଦାଶିବ ଫଳସୁଲେ ୯୭, ମନୋହର ଦାତ୍ତାର ୮୬ରନର ଇନିଂସ ଖେଳିଲେ। ଏହା ସତ କି ଏତେ ଉନ୍ନତ ଇନିଂସ ମାନଙ୍କ ପରେ ମଧ୍ୟ ମହାରାଷ୍ଟ୍ର ଏହି ମ୍ୟାଚ ଜିତି ପାରିଲା ନାହିଁ ମାତ୍ର ତାଙ୍କର ସାହାସ ପାଇଁ ତାଙ୍କ ନାମ ଆଜି ବି ଇତିହାସରେ ଲିପିବଦ୍ଧ ହେଇ ରହିଯାଇଛି। ମହାରାଷ୍ଟ୍ର ଦ୍ୱିତୀୟ ପାଳିରେ ୬୦୪ରନ କଲେ।

ଏହି ମ୍ୟାଚରେ ବ୍ୟାଟ୍ସମ୍ୟାନ ମାନେ ୯ଟି ଶତକ ମାରିଲେ ଏବଂ ୧୦ଟି ଅନଚାହା ଶତକ ବୋଲର ମାନଙ୍କ ନାମରେ ରହିଗଲା। ତେବେ ଏହି ମ୍ୟାଚ୍ରେ ସର୍ବାଧିକ ୨୩୭୬ ରନ ହେଲା ଯାହା କି ଆଜି ବି ରଣଜୀ ଟ୍ରଫି ଇତିହାସରେ ସର୍ବାଧିକ ରନ ଅଟେ।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published.