ଶେଷ ବଲରେ ନିର୍ଧାରିତ ହେଲା ବିଜୟ-ପରାଜୟ,୧୪୪ ବର୍ଷ ଟେଷ୍ଟ ଇତିହାସରେ ମାତ୍ର ଥରେ ହୋଇଛି

ଟେଷ୍ଟ କ୍ରିକେଟ ସବୁଠୁ ପୁରୁଣା ଫର୍ମାଟ ଅଟେ କିନ୍ତୁ ଏକଦିବସିୟ ଓ ଟି-୨୦ ଆସିବା ପରେ ଏହାର ରୋମାଞ୍ଚକ କମିଯାଇଛି। କିନ୍ତୁ ଆଜିଠୁ ୭୩ ବର୍ଷ ପୂର୍ବରୁ ୧୯୪୮ରେ ଏକ ଟେଷ୍ଟ ମ୍ୟାଚ ଖେଳାଯାଇଥିଲା ଯେଉଁଥିରେ ଟି-୨୦ ଓ ଏକଦିବସିୟରୁ ଅଧିକ ରୋମାଞ୍ଚକ ସୃଷ୍ଟି ହୋଇଥିଲା। ଏହା ଏଥିପାଇଁ କାରଣ ଏହି ଟେଷ୍ଟ ମ୍ୟାଚର ବିଜୟ-ପରାଜୟର ଫଇସଲା ଶେଷ ବଲରେ ନିର୍ଣ୍ଣୟ ହୋଇଥିଲା। ୧୪୪ ବର୍ଷର ଟେଷ୍ଟ ଇତିହାସରେ ଏହା ଏକମାତ୍ର ମ୍ୟାଚ ଯେଉଁଥିରେ ବିଜୟ ଓ ପରାଜୟର ନିର୍ଣ୍ଣୟଶେଷ ବଲରେ ହୋଇଥିଲା। ଏହି ଟେଷ୍ଟ ଇଂଲଣ୍ଡ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୧୯୪୮କୁ ଡ଼ରବନରେ ଖେଳାଯାଇଥିଲା,ଫଇସଲା ୨୦ ଡିସେମ୍ବରକୁ ସାମ୍ନାକୁ ଆସିଥିଲା।

Google

ଏହି ମ୍ୟାଚରେ ଦକ୍ଷିଣ ଆଫ୍ରିକା ଟସ୍ ଜିତି ପ୍ରଥମେ ବ୍ୟାଟିଙ୍ଗ କରିଥିଲା କିନ୍ତୁ ମାତ୍ର ୧୬୧ ରନରେ ଅଲଆଉଟ ହୋଇଯାଇଥିଲା। ଏହାର ଜବାବରେ ଇଂଲଣ୍ଡ ଟିମ ପ୍ରଥମ ପାରିରେ ଲେନ ହଟନ ଓ ଡେନିସ କୋମ୍ପଟନଙ୍କ ଅର୍ଦ୍ଧଶତକୀୟ ପାରି ଦ୍ଵାରା ୨୫୩ ରନ କରିଥିଲେ। ଏହିପରି ଇଂଲଣ୍ଡକୁ ୯୨ ରନର ଲିଡ଼ ମିଳିଲା। ଦ୍ୱିତୀୟ ପାରିରେ ଦକ୍ଷିଣ ଆଫ୍ରିକାବଡ଼ ସ୍କୋର କରିପାରିନଥିଲା ଓ ମାତ୍ର ୨୧୯ ରନରେ ଅଲଆଉଟ ହୋଇଯାଇଥିଲା।

ଇଂଲଣ୍ଡକୁ ଜିତିବା ପାଇଁ ୧୨୮ ରନର ଟାର୍ଗେଟ ମିଳିଥିଲା କିନ୍ତୁ ଏହି ଛୋଟ ଲକ୍ଷକୁ ମଧ୍ୟ ହାସଲ କରିବା ସହଜ ନଥିଲା ଇଂଲଣ୍ଡ ପାଇଁ ୧୧୬ ରନରେ ଇଂଲଣ୍ଡର ୮ ଟି ୱିକେଟ ଗଳିପଡିଥିଲା ଓ ଇଂଲଣ୍ଡକୁ ଜିତିବା ପାଇଁ ଆଉ୧୨ ରନର ଆବଶ୍ୟକତା ଥିଲା। ଏଲେକ ବେଡସର ଓ ଫ୍ଲିପଗ୍ଲେଡ଼ବେନ ବ୍ୟାଟିଙ୍ଗ କରୁଥିଲେ। ଶେଷରେ ଇଂଲଣ୍ଡକୁ ଜିତିବା ପାଇଁ ୮ ବଲରେ ୮ ରନର ଆବଶ୍ୟକତା ଥିଲା ଓ ୨ ଟି ୱିକେଟ ବାକିଥିଲା।ସେବେ ଓଭରରେ ୮ ଟି ବଲ ପଡୁଥିଲା। ଦକ୍ଷିଣ ଆଫ୍ରିକା ତରଫରୁ ଲେଡ଼ସେ ଟକେଟ ଶେଷ ଓଭର ବୋଲିଙ୍ଗ କରୁଥିଲେ। ବେଡ଼ସର ୬ ତମ ବଲରେ ୧ ରନ ନେଇ ରନ ସେମ କରିଦେଲେ। ମ୍ୟାଚ ଡ୍ର, ଟାଇ, ବା କିଏ ଜଣେ ଜିତିପାରିଥାନ୍ତା।

Google

ଇଂଲଣ୍ଡ ଶେଷ ବଲରେ ଜିତିଲା ଟେଷ୍ଟ:ଗ୍ଲେଡ଼ବିନ ଟକେଟଙ୍କ ୭ ମ ବଲରେ ରନ ନେବାକୁ ଖେଳିଥିଲେ କିନ୍ତୁ ବଲ ବ୍ୟାଟରେ ବାଜିନଥିଲା। ଏହା ପରେ ଗ୍ଲେଡବେନ ଓ ବେଡ଼ସରଙ୍କ ମଧ୍ୟରେ ଅନେକ ସମୟ ପର୍ଯ୍ୟନ୍ତ କଥାବାର୍ତ୍ତା ଚାଲିଥିଲା। ଦୁହେଁ ବୋଧେ ଏହା ଆଲୋଚନା କରୁଥିଲେ କୌଣସି ପ୍ରକାର ଏକ ରନ କରିବାର ଅଛି। ଅନ୍ୟ ପଟେ ଫିଲଡ଼ର ଏହିପରି ଜଗିଥିଲେ ଯେପରି ଏବେ ୧୦୦ ମିଟରର ଦୌଡ଼ ହେବ। ଶେଷ ବଲ ଗ୍ଲେଡବିନଙ୍କ ଜଙ୍ଘରେ ବାଜିଥିଲା ଓ ଦୁଇ ବ୍ୟାଟ୍ସମ୍ୟାନ ରନ ନେବାକୁ ଦୌଡିଥିଲେ ଓ ଏକ ରନ କରିଦେଇଥିଲେ ଓ ଏହି ମ୍ୟାଚ ଇଂଲଣ୍ଡ ଜିତିବା ସହ ଇତିହାସରେ ଲିପିଵଧ ହୋଇ ରହିଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *