ଟେଷ୍ଟ କ୍ରିକେଟରେ ଭାରତ ପାଇଁ ପ୍ରଥମ ବଲ ଖେଳିଥିବା ୱିକେଟକିପର ବ୍ୟାଟ୍ସମ୍ୟାନଙ୍କୁ ମାଗିବାକୁ ପଡିଥିଲା ଭିକ!ପଢନ୍ତୁ ପୁରା ଖବର

ଭାରତୀୟ କ୍ରିକେଟ ଟିମ ପ୍ରାୟ ୧୯୩୨ରେ ଇଂଲଣ୍ଡ ବିରୁଦ୍ଧରେ ଲର୍ଡ଼ସରେ ପ୍ରଥମ ଟେଷ୍ଟ ମ୍ୟାଚ ଖେଳିଥିଲା। ଭାରତ ପାଇଁ ପ୍ରାୟ ଟେଷ୍ଟରେ ପ୍ରଥମ ବଲ ଖେଳିଥିଲେ ଜନାର୍ଦ୍ଦନ ଜ୍ଞାନୋବେ ନବେଲ। ସେ ଭାରତ ପାଇଁ ଟେଷ୍ଟରେ ପ୍ରଥମ ୱିକେଟକିପର ମଧ୍ୟ ଥିଲେ। ସେ ଭାରତ ପାଇଁ ମାତ୍ର ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତାଙ୍କୁ ନିଜ ଶେଷ ସମୟ ବହୁତ ଦୁଃଖ ଓ ଗରିବ ଅବସ୍ଥାରେ କାଟିବାକୁ ପଡିଲା। ତାଙ୍କ ଅବସ୍ଥା ଏପରି ହୋଇଯାଇଥିଲାକି ତାଙ୍କୁ ଭିକ ମାଗିବାକୁ ପଡିଲା।

Google

ଜନାର୍ଦ୍ଦନ ଜ୍ଞାନୋବେ ନବେଲଙ୍କର କ୍ୟାରିଅର:ତାଙ୍କ ଜନ୍ମ ୭ ଡିସେମ୍ବର ୧୯୦୨କୁ ମହାରାଷ୍ଟ୍ରର ଫୁଲଗ୍ରାମରେ ହୋଇଥିଲା। ସେ ମାତ୍ର ୧୬ ବୟସରୁ ଫାଷ୍ଟ କ୍ଳାସ କ୍ରିକେଟରେ ଡେବ୍ୟୁ କରିଥିଲେ ଓ ଏହି ୫ ଫୁଟ ୪ ଇଂଚ ଲମ୍ବର କ୍ରିକେଟର ଜଣେ ଭଲ ଖେଳାଳି ଥିଲେ। ଟେଷ୍ଟ ମ୍ୟାଚ ଖେଳିବାର ମୌକା ତାଙ୍କୁ ପ୍ରଥମ ଥର ଇଂଲଣ୍ଡ ଗ୍ରସ୍ତରେ ମିଳିଥିଲା। ସେହି ମ୍ୟାଚରେ ସେ ପ୍ରଥମ ପାରିରେ ୧୨ ଓ ଦ୍ୱିତୀୟ ପାରିରେ ୧୩ ରନ କରିଥିଲେ। ଏହି ମ୍ୟାଚ ପରେ ସେ ଟିମରୁ ବାହାର ହୋଇଗଲେ ଏହା ପରେ ଶେଷ ମ୍ୟାଚ ତାଙ୍କୁ ଦେଢ଼ ବର୍ଷ ପରେ ଇଂଲଣ୍ଡ ବିରୁଦ୍ଧରେ ମୁମ୍ବାଇରେ ଖେଳିବାକୁ ମୌକା ମିଳିଲା। ଦୁଇଟି ଯାକ ମ୍ୟାଚରେ ସେ ମାତ୍ର ୪୨ ରନ କରିଥିଲେ କିନ୍ତୁ ତାଙ୍କର ଫାଷ୍ଟ କ୍ଳାସ କ୍ୟାରିଅର ବହୁତ ସୁନ୍ଦର ଅଟେ। ଫାଷ୍ଟକ୍ଳାସରେ ସେ ୬୫ ମ୍ୟାଚରେ ୧୯୭୬ ରନ କରିଛନ୍ତି। ଯେଉଁଥିରେ ୯ ଟି ଅର୍ଦ୍ଧଶତକ ସାମିଲ ଅଛି। ୱିକେଟକିପର ରୂପରେ ସେ ୧୦୧ ଟି କ୍ୟାଚ ଧରିଛନ୍ତି ଓ ୩୬ ଟି ଷ୍ଟମ୍ପିଙ୍ଗ କରିଛନ୍ତି।

ସେ ପୁନେର ରହିବା ଵାଲା ଅଟନ୍ତି ଓ ଜଣେ କୃଷକ ପରିବାରରେ ତାଙ୍କର ଜନ୍ମ। ସେ ହାଇସ୍କୁଲ ପର୍ଯ୍ୟନ୍ତ ପଢିଛନ୍ତି ଓ କ୍ରିକେଟ ଛାଡିବା ପରେ ସେ ପୁନେରେ ଏକ ଚିନି ମିଲରେ ସୁରକ୍ଷା ଗାର୍ଡର ଚାକିରୀ କରିନେଲେ।ସେହି ଚାକିରୀରେ ତାଙ୍କୁ ଅଧିକ ଦରମ ମିଳୁନଥିଲା ଓ ତାଙ୍କ ପାଖରେ ପୁନେରେ ଦୁଇଟି ରୁମ ବିଶିଷ୍ଟ ଏକ ରୁମ ଥିଲା। ଧୀରେ ଧୀରେ ତାଙ୍କର ନିଜ ସମକକ୍ଷ କ୍ରିକେଟରଙ୍କ ସହ ସମ୍ପର୍କ ଭାଙ୍ଗିଗଲା।

Google

କିଛି ଲୋକଙ୍କ କହିବା ଅନୁସାରେ ଶେଷ ଦିନ ମାନଙ୍କରେ ତାଙ୍କ ପାଖରେ ଅର୍ଥର ଘୋର ଅଭାବ ଦେଖାଯାଇଥିଲା ଯେକାରଣ ଚାକିରୀରେ ସେ ଅଧିକ ପଇସା କମାଇନଥିଲେ। ପ୍ରାୟ ସେହି ସମୟର ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ମଧ୍ୟ ଆଜି ଭଳି ପୁରୁଣା ଟେଷ୍ଟ କ୍ରିକେଟରଙ୍କୁ କୌଣସି ଆର୍ଥିକ ସହାୟତା କରୁନଥିଲା। ଶେଷ ଦିନ ମାନଙ୍କରେ ତାଙ୍କୁ ମୁମ୍ବାଇ-ପୁନେ ହାଇୱେରେ ଭିକ ମାଗୁଥିବା ଦେଖାଯାଇଛି। ପୁନେରେ ୭ ସେପ୍ଟେମ୍ବର ୧୯୭୯ରେ ତାଙ୍କର ମୃତ୍ୟୁ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *