ଟିମ ଇଣ୍ଡିଆ ପ୍ରଥମ ଟେଷ୍ଟ ବହୁତ ପାଖକୁ ଯାଇ ଜିତିପାରିଲା ନାହିଁ। ମ୍ୟାଚର ପଞ୍ଚମ ବା ଶେଷ ଦିନ ନ୍ୟୁଜିଲାଣ୍ଡକୁ ଜିତିବା ପାଇଁ ୨୮୪ ରନର ଟାର୍ଗେଟ ହାସଲ କରିବାକୁ ଥିଲା। ନ୍ୟୁଜିଲାଣ୍ଡ ୧୬୫ ରନରେ ୯ ୱିକେଟ ହରାଇ ମ୍ୟାଚ ଡ୍ର କରିଦେଲା। ଅଫ ସ୍ପିନର ରବିଚନ୍ଦ୍ରନ ଅଶ୍ୱିନୀ ୩ ଓ ରବିନ୍ଦ୍ର ଜାଡେଜା ୪ ଟି ୱିକେଟ ଅକ୍ତିଆର କରିଥିଲେ। ଭାରତ ପ୍ରଥମ ପାରିରେ ୩୪୫ ଓ ଦ୍ୱିତୀୟ ପାରିରେ ୭ ୱିକେଟ ହରାଇ ୨୩୪ ରନରେ ପାରି ଘୋଷଣା କରିଦେଇଥିଲା। ନ୍ୟୁଜିଲାଣ୍ଡ ପ୍ରଥମ ପାରିରେ ୨୯୬ ରନ କରିଥିଲା ଓ ଭାରତକୁ ୪୯ ରନର ଲିଡ଼ ମିଳିଥିଲା। ସିରିଜର ଦ୍ୱିତୀୟ ବା ଶେଷ ଟେଷ୍ଟ ୩ ନଭେମ୍ବରରୁ ମୁମ୍ବାଇରେ ହେବ ବୋଲି ସିଡ୍ୟୁଲ ହୋଇଛି।

ନ୍ୟୁଜିଲାଣ୍ଡ ଶେଷ ଦିନ ସୋମବାର ଦିନ ପ୍ରଥମ ସେସନରେ ଭଲ ଆରମ୍ଭ କରିଥିଲା ଓ ଭାରତୀୟ ବୋଲରଙ୍କୁ ଗୋଟେ ୱିକେଟ ମିଳିନଥିଲା। ଟମ ଲେଥମ ଓ ସୋମରବିଲ ଦ୍ୱିତୀୟ ୱିକେଟ ପାଇଁ ୭୬ ରନର ପାର୍ଟନରସିପ କରିଥିଲେ। ଉମେଶ ଯାଦବ ଲଞ୍ଚ ପରେ ସୋମରବିଲଙ୍କୁ ଆଉଟ କରିଦେଇଥିଲେ। ସେ ୧୧୦ ବଲରେ ୩୬ ରନ କରିଥିଲେ ଓ ସେହି ପାରିରେ ୫ ଟି ଚୌକା ମାରିଥିଲେ। ଅଶ୍ୱିନୀ ଲାଥମଙ୍କୁ ଆଉଟ କରି ଟିମ ଇଣ୍ଡିଆକୁ ବଡ଼ ସଫଳତା ଦେଇଥିଲେ।
ଲାଥମ ୧୪୬ ବଲର ସାମ୍ନା କରିଥିଲେ: ଟମ ଲାଥମ ୧୪୬ ବଲ ସାମ୍ନା କରି ୩ ଟି ଚୌକା ସହ ୫୨ ରନ କରିଥିଲେ। ଟି ପୂର୍ବରୁ ରବିନ୍ଦ୍ର ଜାଡେଜା ରସ ଟେଲର (୨) ଙ୍କୁ ଆଉଟ କରି ଟିମକୁ ଆଉ ଏକ ବଡ଼ ସଫଳତା ଦେଲେ। ଶେଷ ସେସନ ଆରମ୍ଭରେ ଜାଡେଜା ୱିଲିୟମସନଙ୍କୁ ଓ ନିକୋଲସଙ୍କୁ ଅକ୍ଷର ପଟେଲ ଆଉଟ କରିଦେଇଥିଲେ। ଏହି ମ୍ୟାଚ ଇଣ୍ଡିଆ ପାଖକୁ ଆସିଯାଇଥିଲା। ୱିଲିୟମସନ ଓ ନିକୋଲସ ଦୁହେଁ ଏଲବୀଡବ୍ଲୁ ହୋଇଥିଲେ।
Here's how the teams stack up in the #WTC23 standings after that thrilling draw between India and New Zealand in Kanpur 👀 pic.twitter.com/VxGmkMlbfQ
— ICC (@ICC) November 29, 2021
ଯେମିସନଙ୍କ କ୍ୟାଚ ଖସିଲା କିନ୍ତୁ ଉଠାଇପାରିଲେନି ଫାଇଦା: ୮୫ ତମ ଓଭରରେ ଚେତେଶ୍ୱର ପୂଜାରା କାଇଲ ଯେମିସନଙ୍କ କ୍ୟାଚ ଧରିପାରିନଥିଲେ। ଲାଗିଥିଲାକି ଯେମିସନ ଭାରତକୁ ଅସୁବିଧାରେ ପକାଇପାରନ୍ତି କିନ୍ତୁ ଏହା ପର ଓଭରରେ ଜାଡେଜା ତାଙ୍କୁ ଆଉଟ କରି ତାଙ୍କ ପାରି ଶେଷ କରିଦେଇଥିଲେ। ନ୍ୟୁଜିଲାଣ୍ଡ ଟିମ ୯୮ ଓଭରରେ ୯ ୱିକେଟ ହରାଇ ୧୬୫ ରନ କରିଥିଲା। ସଚିନ ରବିନ୍ଦ୍ର ୯୧ ବଲ ଖେଳି ୧୮ ରନ କରି ନଟଆଉଟ ରହିଥିଲେ। ୱିଲିୟମସନ, ଲାଥମ ଓ ସୋମରବିଲ ୧୦୦ ରୁ ଅଧିକ ବଲ ଖେଳି ମ୍ୟାଚ ଡ୍ର କରାଇବାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଲେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।