ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୩ ର ଆରମ୍ଭ ମାର୍ଚ୍ଚ ୩୧ ତାରିଖରେ ହେବାକୁ ଯାଉଛି। ଏହାର ପ୍ରଥମ ମ୍ୟାଚ ଗୁଜରାଟ ଟାଇଟନ୍ସ ଏବଂ ଚେନ୍ନାଇ ସୁପର କିଂଗ୍ସ ମଧ୍ୟରେ ହେବାର ଅଛି। ହାର୍ଦିକ ପାଣ୍ଡ୍ୟା ନିଜର ପ୍ରଥମ ମ୍ୟାଚରେ ଚାରି ଥର ଆଇପିଏଲ ଦଳର ଚମ୍ପିୟନ ଚେନ୍ନାଇ ସୁପର କିଂଗ୍ସ ଦଳର ଅଧିନାୟକ ମହେନ୍ଦ୍ର ସିଂ ଧୋନିଙ୍କ ସହିତ ଭେଟ ହେବାର ଅଛି।
ଏହି ମ୍ୟାଚ ବହୁତ ରୋମାଂଚକର ହେବାକୁ ଯାଉଛି। କାରଣ ଗୁଜରାଟ ଟାଇଟନ୍ସ ଦଳ ବହୁତ ଦୃଢ଼ ରହିଛି। ଏହା ସହିତ ଦଳ ଚଳିତ ବର୍ଷ ପୁଣି ଥରେ ଅନେକ ବଡ଼ ବଡ଼ ଖେଳାଳିଙ୍କୁ ନିଜ ସହିତ ସାମିଲ କରିଛି। ତେବେ ଏପରି ପରିସ୍ଥିତିରେ ହାର୍ଦିକ ପାଣ୍ଡ୍ୟାଙ୍କ ଦଳ ବହୁତ ମଜବୁତ ନଜର ଆସୁଛି। ଅନ୍ୟପକ୍ଷରେ ଆଇପିଏଲ ଆରମ୍ଭରୁ ଯେଉଁ ଦଳ ବିଜୟ ଅଭିଯାନ ଆରମ୍ଭ କରିଥାଏ, ସେ ଦଳକୁ ପ୍ଲେଅଫ ଜିତିବା ସହଜ ହୋଇଯାଏ।
ଗୁଜରାଟ ଦଳର ଅଧିନାୟକ ଦାୟିତ୍ୱ ପୁଣି ଥରେ ହାର୍ଦିକ ପାଣ୍ଡ୍ୟାଙ୍କ ହାତରେ ରହିବ ଯିଏକି ପୂର୍ଵ ବର୍ଷ ନିଜର ଡେବ୍ୟୁ ସିଜିନରେ ଦଳକୁ ଟ୍ରଫି ଜିତାଇ ଥିଲେ। ହାର୍ଦିକ ଆଇପିଏଲରେ ନିଜ ଦଳକୁ ଚମ୍ପିୟାନ କରାଇବା ପରେ ସେ ଭାରତୀୟ ଦଳରେ ଟି-ଟ୍ୱେଣ୍ଟି ଅନ୍ତର୍ଜାତୀୟ ଫର୍ମାଟର ଅଧିନାୟକ ମଧ୍ୟ ହୋଇଛନ୍ତି।
ଦଳରେ ନୂଆ କରି କେନ୍ ଉଇଲିୟସନ ଯୋଗ ଦେବେ ଯିଏକି ପୂର୍ବରୁ ସନରାଇଜର୍ସ ହାଇଦ୍ରାବାଦ ଦଳର ଅଧିନାୟକ ରହି ସାରିଛନ୍ତି। ଦଳରେ ଅନେକ ଅଲରାଉଣ୍ଡର ଥିବା ବେଳେ ଦଳ ବହୁତ ମଜଭୂତ ହୋଇ ଯାଇଛି। ଦଳ ନିଜର ପ୍ରଥମ ମ୍ୟାଚ ଘରୋଇ ମାଟିରେ ଖେଳିବାକୁ ଯାଉଛି। ଅଧିନାୟକ ହାର୍ଦିକ ପାଣ୍ଡ୍ୟା ୪ ଓଭର ବୋଲିଂ କରି ଅଲରାଉଣ୍ଡର ଭାବରେ ନିଜର କମାଲ ଦେଖାଇବା ପାଇଁ ମଧ୍ୟ ପ୍ରସ୍ତୁତ ଅଛନ୍ତି।
ପ୍ରଥମ ମ୍ୟାଚ ପାଇଁ ଗୁଜରାଟ ଟାଇଟନ୍ସ ଦଳର ସମ୍ଭାବ୍ୟ ଏକାଦଶ:
ଶୁଭମନ ଗିଲ, ରିଦ୍ଧିମାନ ସାହା, କେନ୍ ଉଇଲିୟମସନ, ହାର୍ଦିକ ପାଣ୍ଡ୍ୟା (ଅଧିନାୟକ), ଡେଭିଡ ମିଲର, ରାହୁଲ ତେୱାଟିଆ, ରସିଦ ଖାନ, ଶିବମ ମାଭି, ୟଶ ଦୟାଲ, ଆଲଝାରୀ ଜୋସେଫ, ମହମ୍ମଦ ସାମି।
ଗୁଜୁରାଟ ଟାଇଟନ୍ସ ଦଳର ୨୦୨୩ ଆଇପିଏଲ ସ୍କ୍ୱାର୍ଡ:
ହାର୍ଦ୍ଦିକ ପାଣ୍ଡ୍ୟା (ଅଧିନାୟକ), ଶୁଭମନ ଗିଲ, ରାହୁଲ ତେୱାଟିଆ, ମହମ୍ମଦ ସାମି, ଶିବମ ମାଭି, କେନ୍ ଉଇଲିୟମସନ, ଜୋସ୍ ଲିଟିଲ, ଓଡେନ ସ୍ମିଥ, ୟଶ ଦୟାଲ, ଆର ସାଇ କିଶୋର, ଅଭିନବ ମନୋହର, ରିଦ୍ଧିମାନ ସାହା (ୱିକେଟ କିପର), ଜୟନ୍ତ ଯାଦବ, ବିଜୟ ଶଙ୍କର, କେ.ଏସ ଭାରତ, ମୋହିତ ଶର୍ମା, ଦର୍ଶନ ନାଲକାଣ୍ଡେ, ଉର୍ବିଲ ପଟେଲ, ସାଇ ସୁଦର୍ଶନ, ପ୍ରଦୀପ ସାଙ୍ଗୱାନ, ରସିଦ ଖାନ, ଡେଭିଡ ମିଲର, ମାଥ୍ୟୁ ୱେଡ, ଆଲଝାରି ଜୋସେଫ, ନୁର ଅହମ୍ମଦ।