IND VS NZ: ସିରିଜ ବରାବର କରିବା ପାଇଁ ଓହ୍ଲାଇବ ନ୍ୟୁଜିଲାଣ୍ଡ ଟିମ? ଭାରତୀୟ ଦଳରେ ଏହି ଚତୁର ବୋଲର ଆଜି ପାଇପାରନ୍ତି ମୌକା, ଦେଖନ୍ତୁ ସମ୍ଭାବ୍ୟ ଏକାଦଶ

ଟି-୨୦ ବିଶ୍ୱକପ ସରିବା ପରେ ପରେ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଆରମ୍ଭ ହୋଇସାରିଛି। ଏହାର ପ୍ରଥମ ମ୍ୟାଚ ୧୭ ନଭେମ୍ବରରେ ଖେଳାଯାଇଥିଲା ଓ ଏହି ମ୍ୟାଚକୁ ଭାରତୀୟ ଟିମ ୨ ଟି ବଲ ବାକିଥାଇ ୫ ୱିକେଟ ହରାଇ ଜିତିଯାଇଥିଲା। ଏବେ ଭାରତର ନୂଆ ହେଡ କୋଚ ଦ୍ରାଭିଡ ହୋଇଥିବା ବେଳେ ଟି-୨୦ରେ ନୂତନ ଅଧିନାୟକ ରୋହିତ ଶର୍ମା ହୋଇଛନ୍ତି ସେହିପରି ନ୍ୟୁଜିଲ୍ୟାଣ୍ଡର ଅଧିନାୟକ କେନ ୱିଲିୟମସନ ଏହି ସିରିଜରେ ନଥିବାରୁ ଟିମ ସାଉଥି ଅଧିନାୟକତ୍ୱ ତୁଲାଉଛନ୍ତି।

Google

ଏବେ ତିନୋଟି ମ୍ୟାଚ ବିଶିଷ୍ଟ ଏହି ସିରିଜର ପ୍ରଥମ ମ୍ୟାଚ ଜିତି ଭାରତୀୟ ଟିମ ୧-୦ରେ ଆଗୁଆ ରହିଛି। ଆଜି ୧୯ ନଭେମ୍ବରରେ ଦୁହିଁଙ୍କ ମଧ୍ୟରେ ଦ୍ୱିତୀୟ ଟି-୨୦ ମ୍ୟାଚ ରାଞ୍ଚିରେ ଖେଳାଯିବ। ଭାରତୀୟ ଟିମ ଏହି ମ୍ୟାଚ ଜିତି ସିରିଜ ହାତେଇବାକୁ ଚାହିଁବ ସେହିପରି ନ୍ୟୁଜିଲ୍ୟାଣ୍ଡ ପୂର୍ଵ ପରାଜୟର ପ୍ରତିଶୋଧ ନେବାକୁ ଚାହିଁବ। ଏହି ମ୍ୟାଚ ସନ୍ଧ୍ୟା ୭ ଟାରୁ ଖେଳାଯିବ।

ଭାରତୀୟ ଟିମ କଥା କହିବା ତ ପୂର୍ଵ ମ୍ୟାଚରେ ଭାରତୀୟ ବୋଲର ବହୁତ ଭଲ ପ୍ରଦର୍ଶନ କରିଥିଲେ। ଖାସ କରି ସିନିୟର ବୋଲର ଭୁବନେଶ୍ୱର କୁମାର ଫର୍ମକୁ ଆସିବା ଭାରତ ପାଇଁ ଭଲ ଖବର। ସେହିପରି ରବିଚନ୍ଦ୍ରନ ଅଶ୍ୱିନୀ ମଧ୍ୟ ଭଲ ପ୍ରଦର୍ଶନ କରିଥିଲେ। ଅକ୍ଷର ପଟେଲ କିଛି ଖାସ କରିପାରିନଥିଲେ ତେଣୁ ଏହି ମ୍ୟାଚରେ ତାଙ୍କ ଜାଗାରେ ୟୁଜବେନ୍ଦ୍ର ଚହଲଙ୍କୁ ମୌକା ମିଳିପାରେ। ସେହିପରି ବ୍ୟାଟିଙ୍ଗରେ ରୋହିତ ଶର୍ମା ଓ ସୂର୍ଯ୍ୟକୁମାର ଯାଦବ ବହୁତ ଭଲ ପ୍ରଦର୍ଶନ କରିଥିଲେ।

Google

ଭାରତୀୟ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ:ରୋହିତ ଶର୍ମା(ଅଧିନାୟକ), କେ ଏଲ ରାହୁଲ, ସୂର୍ଯ୍ୟକୁମାର ଯାଦବ, ଶ୍ରେୟସ ଅୟର, ରିଷଭ ପନ୍ତ,ଭେଙ୍କଟେସ ଅୟର, ରବିଚନ୍ଦ୍ରନ ଅଶ୍ୱିନୀ, ଭୁବନେଶ୍ୱର କୁମାର, ୟୁଜବେନ୍ଦ୍ର ଚହଲ ,ମହମ୍ମଦ ସିରାଜ।

ନ୍ୟୁଜିଲ୍ୟାଣ୍ଡ ଟିମ ପୂର୍ଵ ମ୍ୟାଚରେ ଭଲ ଆରମ୍ଭ କରିଥିଲା କିନ୍ତୁ ଶେଷରେ ବଡ଼ ସ୍କୋର କରିପାରିନଥିଲା। ମାର୍ଟିନ ଗପଟିଲ ସୁନ୍ଦର ୭୦ ରନର ପାରିଖେଳିଥିଲେ। ଡାୟଲ ମିଚେଲଙ୍କ ଠୁ ନ୍ୟୁଜିଲ୍ୟାଣ୍ଡ ବଡ଼ ପାରିର ଲକ୍ଷ୍ୟ ବୋଧ ହୁଏ ନ୍ୟୁଜିଲାଣ୍ଡ ଦଳର ଥିବ। ସେହିପରି ଅଧିନାୟକ ଟିମ ସାଉଦି ଅଧିକ ରନ ଦେଇଦେଇ ଥିଲେ। ଏହି ମ୍ୟାଚରେ ରଚିନ ରବିନ୍ଦ୍ରଙ୍କ ଜାଗାରେ ଜିମି ନିସମ ଖେଳିପାରନ୍ତି।

Google

ନ୍ୟୁଜିଲ୍ୟାଣ୍ଡ ଟିମର ସମ୍ଭାବିତ ଚୂଡାନ୍ତ ଏକାଦଶ: ମାର୍ଟିନ ଗପଟିଲ, ଡାୟଲ ମିଚେଲ, ମାର୍କ ଚାପମ୍ୟାନ, ଗ୍ଲେନ ଫିଲିପ୍ସ, ଟିମ ସଫର୍ଟ, ଜିମି ନିସମ, ମିଚେଲ ସେଣ୍ଟନର, ଟିମ ସାଉଥି (କ୍ୟାପଟେନ), ଟୋଡ ଆଷ୍ଟେଲ, ଟ୍ରେଣ୍ଟ ବୋଲଟ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *