ବଡ଼ ଖବର: ଅବସର ନେବାକୁ ନେଇ ଜାଡେଜା କଲେ ଜବାବ କାରୀଙ୍କ ପାଟି ଚୁପ! ଦେଖନ୍ତୁ ଟ୍ୱିଟ, ପଢନ୍ତୁ ପୁରା ଖବର..

ଭାରତୀୟ ଅଲରାଉଣ୍ଡର ରବିନ୍ଦ୍ର ଜାଡେଜା ଟେଷ୍ଟରୁ ଅବସର ନେଇପାରନ୍ତି ବୋଲି ମିଡ଼ିଆରେ ଆଲୋଚନା ଚାଲିଛି। ଜାଡେଜାଙ୍କ ପ୍ରସଂଶକ ଓ ଖେଳ ପ୍ରେମୀ ପ୍ରାୟ ନିଶ୍ଚୟ ଏହି କଥାକୁ ନେଇ ନିରାଶ ହୋଇଥିବେ କିନ୍ତୁ ଏବେ ଖେଳାଳି ନିଜେ ଏହି ଦାବି ଉପରେ ନିଜ ପ୍ରତିକ୍ରିୟା ଦେଇଛନ୍ତି। ସେ ବୁଧବାରକୁ ଦୁଇଟି ଫଟୋ ପୋଷ୍ଟ କରିଛନ୍ତି। ଏହି ଫଟୋ ଦ୍ଵାରା ହିଁ ସେ ଜବାବ ଦେଇଛନ୍ତି।

Google

ରବିନ୍ଦ୍ର ଜାଡେଜାଙ୍କ ବିଷୟରେ ଗୋଟେ ଦୈନିକ ଖବର କାଗଜ ଦାବି କରିଥିଲା କି ସେ ଏବେ ଟେଷ୍ଟ କ୍ରିକେଟରୁ ଅବସର ନେବା ଉପରେ ଭାବୁଛନ୍ତି। ୩୩ ବର୍ଷୀୟ ଏହି ଅଲରାଉଣ୍ଡର ଏବେ ଭଲ ଫର୍ମରେ ଅଛି କିନ୍ତୁ ମିଡ଼ିଆ ରିପୋର୍ଟରେ ଦାବି କରାଯାଇଥିଲା କି ସେ ନିଜ ଏକଦିବସିୟ ଓ ଟି-୨୦ କ୍ୟାରିଅର ଲମ୍ବା କରିବା ପାଇଁ ଟେଷ୍ଟରୁ ଅବସର ନେଇପାରନ୍ତି। ସେ ଏହି ଦାବିକୁ କେବଳ ଆଲୋଚନା ମାତ୍ର ବୋଲି ଦର୍ଶାଇଛନ୍ତି।

ଜାଡେଜା ବୁଧବାରକୁ ମାତ୍ର ୩ ମିନିଟ ଭିତରେ ୨ ଟି ଫଟୋ ପୋଷ୍ଟ କରି ନିଜ ମତ ରଖିଛନ୍ତି। ସେ ପ୍ରଥମ ପୋଷ୍ଟରେ ଲେଖିଥିଲେ,”ମିଛ ସାଙ୍ଗ ଆଲୋଚନାକୁ ବିଶ୍ୱାସ କରିଥାନ୍ତି। ସତ ସାଙ୍ଗ ଆପଣଙ୍କ ଉପରେ ବିଶ୍ୱାସ କରିଥାନ୍ତି”। ଏହାର ତିନି ମିନିଟ ପରେ ସେ ଇଣ୍ଡିଆ ଜର୍ସିରେ ଆଉ ଏକ ଫଟୋ ସେୟାର କରି ଲେକିଥିଲେ,”ଅନେକ ଦୂର ଯିବାର ଅଛି”।

ଜାଡେଜା ଏହା ମାଧ୍ୟମରେ ଜଣାଇଦେଇଛନ୍ତି କି ସେ ଏବେ ଆଗକୁ ମଧ୍ୟ ଟିମ ଇଣ୍ଡିଆ ପାଇଁ ଟେଷ୍ଟ ମ୍ୟାଚ ଖେଳିବେ। ସେ ଏହି ବର୍ଷର ଆରମ୍ଭରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ସିଡିନ ଟେଷ୍ଟରେ ଆଘାତ ହୋଇଥିଲେ ଯାହା ଦ୍ୱାରା କିଛି ସମୟ ଟିମରୁ ବାହାରେ ରହିଥିଲେ। ସେହିପରି ନ୍ୟୁଜିଲାଣ୍ଡ ବିରୁଦ୍ଧରେ କାନପୁର ଟେଷ୍ଟରେ ମଧ୍ୟ ସେ ଆଘାତ ହୋଇଥିଲେ ଯାହା ପରେ ମୁମ୍ବାଇ ଟେଷ୍ଟରେ ଖେଳିପାରିନଥିଲେ। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହେବାକୁ ଥିବା ଟେଷ୍ଟ ସିରିଜରେ ତାଙ୍କୁ ଚୟନ କରାଯାଇନାହିଁ।

ଟେଷ୍ଟ କ୍ରିକେଟରେ ଜାଡେଜାଙ୍କ କଥା କହିବା ତ ସେ ଭାରତ ପାଇଁ ୫୭ ଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି। ଯେଉଁଥିରେ ୩୩.୭୬ ର ଔସତରେ ୨୧୯୫ ରନ କରିଛନ୍ତି। ତାଙ୍କ ନାମରେ ଶତକ ମଧ୍ୟ ଅଛି। ସେ ୨.୪୧ର ଔସତରେ ୨୩୨ ୱିକେଟ ମଧ୍ୟ ଅକ୍ତିଆର କରିବାରେ ସଫଳ ରହିଛନ୍ତି। ସେ ଟେଷ୍ଟ କ୍ରିକେଟରେ ସବୁଠୁ ତୀବ୍ର ବେଗରେ ୨୦୦ ୱିକେଟ ଅକ୍ତିଆର କରିଥିବା ବାମହାତୀ ଵୋଲର ଅଟନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *