ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ପ୍ରଥମ ମ୍ୟାଚରେ ଆରସିବି ହାରିଯାଇଛି ସତ କିନ୍ତୁ ଭଲ ଖବର ଏହାକି ଫାଫ ଡୁପ୍ଲେସି ଓ ବିରାଟ କୋହଲିଙ୍କ ପରି ଖେଳାଳି ଫର୍ମରେ ଦେଖାଯାଇଛନ୍ତି। କୋହଲି ୨୯ ବଲରେ ୪୧ ରନର ପାରି ଖେଳିଲେ ଯେବେବି ଡୁପ୍ଲେସି ୫୭ ଭଲରେ ୮୮ ରନର ପାରି ଖେଳିଥିଲେ। ଆରସିବିରେ ବିରାଟ କୋହଲିଙ୍କ ପ୍ରିୟ ସାଙ୍ଗ ଏବି ଡିଭିଲିୟର୍ସ ତାଙ୍କ ପାଇଁ ପୂର୍ବାନୁମାନ କରିଛନ୍ତି। ସେ କହିଛନ୍ତି ଏହି ସିଜନରେ କୋହଲି ୬୦୦ ରୁ ଅଧିକ ରନ କରିବେ। କହିରଖିବୁ ଆଇପିଏଲ ୨୦୨୨ ପୂର୍ବରୁ ଡିଭିଲିୟର୍ସ କ୍ରିକେଟର ସବୁ ଫର୍ମାଟରୁ ଅବସର ନେଇଯାଇଥିଲେ। ତାଙ୍କ ଜାଗାରେ ଆରସିବି ଫାଫ ଡୁ ପ୍ଲେସିଙ୍କୁ ଟିମରେ ସାମିଲ କଲା ଓ ତାଙ୍କୁ ଅଧିନାୟକ କରାଇଲା।

ଏବି ଡିଭିଲିୟର୍ସ ୟୁଭି ସ୍ପୋର୍ଟସ ସହ କଥାବାର୍ତ୍ତା ସମୟରେ କହିଛନ୍ତି ସମସ୍ତେ ଫାଫ ଡୁ ପ୍ଲେସିଙ୍କ ଅଧିନାୟକତ୍ୱ ରୂପରେ ଆସିବା ବିଷୟରେ ଜାଣିଛି। ସେ ଏହା ମଧ୍ୟ କହିଛନ୍ତି ମୋ ପାଇଁ ସବୁଠୁ ରୋମାଞ୍ଚକ ଏହାକି ବିରାଟ କୋହଲି ଏହି ସିଜନରେ ଟିମର ଅଧିନାୟକ ନୁହଁନ୍ତି। ତାଙ୍କ ଉପରେ ଏବେ କୌଣସି ପ୍ରେସର ନାହିଁ ସେ ଏବେ କେବଳ ଗ୍ରାଉଣ୍ଡକୁ ଆସି ଭଲ ବ୍ୟାଟିଙ୍ଗ ଉପରେ ଧ୍ୟାନ ଦେବେ। ସେ ଆଗକୁ କହିଛନ୍ତି ମତେ ଆଶା ଅଛିକି ଏହି ସିଜନରେ ବିରାଟ ୬୦୦ ରୁ ଅଧିକ ରନ କରିବେ।
କୋହଲି ଆଇପିଏଲ ୨୦୧୬ରେ ୯୦୦ ରୁ ଅଧିକ ରନ କରିଥିଲେ:
ବିରାଟ କୋହଲି ୨୦୧୬ ଆଇପିଏଲ ମ୍ୟାଚରେ ୧୬ ମ୍ୟାଚରେ ୯୭୩ ରନ କରିଥିଲା। ସେହି ସିଜନରେ ସେ ଚାରିଟି ଶତକ ମାରିଥିଲେ ତେଣୁ ତାଙ୍କ ପାଇଁ ୬୦୦ ରନ ବଡ଼ କଥା ନୁହେଁ।

ଫାଫଙ୍କ କାରଣରୁ କୋହଲିଙ୍କ ଉପରେ ଚାପ କମ ରହିବ:
ଡିଭିଲିୟର୍ସ କହିଛନ୍ତି ଏହି ସିଜନରେ ବିରାଟ ଟିମର ନୂତନ କୋଚ ଫାଫ ଡୁପ୍ଲେସିଙ୍କ ପାଇଁ ସଙ୍କଟ ମୋଚନ କାମ କରିବେ। ଆବଶ୍ୟକତା ପଡିଲେ ତାଙ୍କୁ ଅଧିନାୟକତ୍ୱରେ ମଧ୍ୟ ବହୁତ ସାହାଯ୍ୟ କରିବେ କିନ୍ତୁ ଫାଫ ମଧ୍ୟ ବହୁତ ଅନୁଭବୀ ଖେଳାଳି ଅଟନ୍ତି। ତେଣୁ ବିରାଟ ଓ ଟିମର ବାକି ଯୁବ ଖେଳାଳିଙ୍କୁ ଖୋଲିଲି ଖେଳିବାର ମୌକା ମିଳିବ।
ସେ କହିଛନ୍ତି ମୁଁ ଜାଣିନାହିଁ କି ଟିମ ଠୁ କଣ ଆଶା କରିବି କିନ୍ତୁ କିଛି ଯୁବ ଖେଳାଳିଙ୍କ ଠୁ ଆଶା ଅଛି କି ସେ ଆରସିବି ପଟୁ ଖେଳିବାର ମୌକାର ଫାଇଦା ଉଠାଇବେ ଓ ନିଜ ଖେଳର ସ୍ତରକୁ ଉପରକୁ ନେବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।