ବ୍ୟୁରୋ ରିପୋର୍ଟ: ବିରାଟ କୋହଲି ପୁଣି ଚର୍ଚ୍ଚାକୁ ଆସିଛନ୍ତି,ଶ୍ରୀଲଙ୍କା ବିରୁଦ୍ଧରେ ଖେଳାଯାଇଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରେ ତାଙ୍କୁ ବିଶ୍ରାମ ଦିଆଯାଇଥିଲା। ଏବେ ୪ ମାର୍ଚ୍ଚରୁ ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ଦୁଇଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳାଯିବାକୁ ଅଛି। ପ୍ରଥମ ଟେଷ୍ଟ ମୋହାଲିରେ ଖେଳାଯିବାର ଅଛି ଓ ଏହି ଟେଷ୍ଟ ବିରାଟ କୋହଲିଙ୍କର ୧୦୦ ତମ ଟେଷ୍ଟ ହେବ। ପ୍ରସଂସକଙ୍କ ଉତ୍ସକତାକୁ ଦେଖି ବିସିସିଆଇ ଷ୍ଟାଡିୟମକୁ ୫୦% ଦର୍ଶକଙ୍କୁ ଆସିବାର ଅନୁମତି ଦେଇଦେଇଛି। ମୋହାଲିରେ ଓହ୍ଲାଇବା କ୍ଷଣିହିଁ ପୂର୍ଵ ଭାରତୀୟ ଅଧିନାୟକ ଖାସ ଲିଷ୍ଟରେ ସାମିଲ ହୋଇଯିବେ। ଭାରତ ତରଫରୁ ୧୧ ଜଣ ଖେଳାଳି ୧୦୦ ବା ତାଠୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ସେହିପରି ରୋହିତ ଶର୍ମା ପ୍ରଥମ ଥର ଟେଷ୍ଟ ସିରିଜରେ ଅଧିନାୟକତ୍ୱ ଆରମ୍ଭ କରିବାକୁ ଯାଉଛନ୍ତି।

ବିରାଟ କୋହଲି କ୍ୟାରିଅରର ୯୦ ତମ ଟେଷ୍ଟ କେପଟାଉନରେ ଖେଳିଥିଲେ। ସେ ୧୦୦ ତମ ଟେଷ୍ଟ ମୋହାଲି ଓ ୧୦୧ ତମ ଟେଷ୍ଟ ବାଙ୍ଗାଲୋରରେ ଖେଳାପାରନ୍ତି। ଶ୍ରୀଲଙ୍କା ସିରିଜର ଦ୍ୱିତୀୟ ଡେ ନାଇଟ ଟେଷ୍ଟ ୧୨ ମାର୍ଚ୍ଚରୁ ବାଙ୍ଗାଲୋରରେ ଖେଳାଯିବାର ଅଛି। ଦକ୍ଷିଣ ଆଫ୍ରିକାର ପୂର୍ଵ ମହାନ ବ୍ୟାଟ୍ସମ୍ୟାନ ଏବି ଡିଭିଲିୟର୍ସଙ୍କ ରେକର୍ଡକୁ ଦେଖିବା ତ ସେ କ୍ୟାରିଅରର ୯୮ ତମ ଟେଷ୍ଟ କେପଟାଉନରେ, ୯୯ ତମ ମୋହାଲିରେ ଓ ୧୦୦ ତମ ଟେଷ୍ଟ ବାଙ୍ଗଲୋରରେ ଖେଳିଥିଲେ। କେବଳ ଏତିକି ନୁହେଁ କୋହଲିଙ୍କ ଜର୍ସି ନମ୍ବର ୧୮ ଓ ଡିଭିଲିୟର୍ସଙ୍କର ଜର୍ସି ନମ୍ବର ୧୭ ଅଟେ। ମାନେ ଉପର ସବୁ ସଂଯୋଗକୁ ଦେଖିବା ତ କୋହଲି ସବୁ ମାମଲାରେ ଡିଭିଲିୟର୍ସଙ୍କ ଠୁ ଗୋଟେ ପାଦ ଆଗରେ।
ଲମ୍ବା ସମୟ ପର୍ଯ୍ୟନ୍ତ ଟି-୨୦ ଲିଗରେ ଏକାସାଥିରେ ଖେଳିଥିଲେ:
ବିରାଟ କୋହଲି ଓ ଏବି ଡିଭିଲିୟର୍ସ ଭଲ ସାଙ୍ଗ ମଧ୍ୟ ଅଟନ୍ତି। ସେ ଲମ୍ବା ସମୟ ପର୍ଯ୍ୟନ୍ତ ଆଇପିଏଲରେ ଆରସିବିର ଅଂଶ ରହିଛନ୍ତି। ଡିଭିଲିୟର୍ସ ଅବସର ନେଇସାରିଛନ୍ତି ଯେବେକି ବିରାଟ କୋହଲି ଟିମର ଅଧିନାୟକ ଛାଡିସାରିଛନ୍ତି। ବିରାଟ କୋହଲି ଆଉ ଟିମ ଇଣ୍ଡିଆର କୌଣସି ଫର୍ମାଟରେ ଅଧିନାୟକ ନାହାଁନ୍ତି। ପୂର୍ଵ ଦକ୍ଷିଣ ଆଫ୍ରିକା ସିରିଜରେ ମିଳିଥିବା ୧-୨ରେ ପରାଜୟ ପରେ ସେ ଟେଷ୍ଟ ଅଧିନାୟକ ପଦରୁ ମଧ୍ୟ ଇସ୍ତପା ଦେଇଦେଇଥିଲେ। ସେ ଭାରତର ଟେଷ୍ଟରେ ସବୁଠୁ ସଫଳ ଅଧିନାୟକ ଅଟନ୍ତି। ରୋହିତ ଶର୍ମାଙ୍କୁ ତିନୋଟି ଯାକ ଫର୍ମାଟରେ ନୂତନ ଅଧିନାୟକ କରାଯାଇଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।