ବିରାଟ କୋହଲି ଦେଲେ ରୋକଠକ ଜବାବ! କହିଲେ ମୋତେ କେହି କାହିଁନାହାନ୍ତି ଟି-୨୦ କ୍ୟାପଟେନସି ନ ଛାଡିବା ପାଇଁ, ପଢନ୍ତୁ ପୁରା ଖବର

ଭାରତୀୟ ଟେଷ୍ଟ ଟିମର ଅଧିନାୟକ ବିରାଟ କୋହଲି ସଫା ସଫା କହିଛନ୍ତି ସେ ଆଗାମୀ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଏକଦିବସିୟ ସିରିଜ ପାଇଁ ଉପଲବ୍ଧ ରହିବେ। କୋହଲି ସେହି ପ୍ରେସ କନ୍ଫରେନ୍ସରେ ତାଙ୍କ ଉପଲବ୍ଧତା ଓ ସୀମିତ ଓଭରର ନୂତନ ଅଧିନାୟକ ରୋହିତ ଶର୍ମାଙ୍କୁ ନେଇ ତାଙ୍କ ସହ ଚାଲିଥିବା ଆଲୋଚନା ଉପରେ ବିରାମ ଲଗାଇଛନ୍ତି। ଏହା ସହିତ ସେ ଏକଦିବସିୟ ଅଧିନାୟକତ୍ୱ ଛାଡିବା ଉପରେ ମଧ୍ୟ ବୟାନ ଦେଇଛନ୍ତି। ସେ କହିଛନ୍ତି ୮ ଡିସେମ୍ବରକୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ଟିମ ଘୋଷଣାର ମାତ୍ର କିଛି ସମୟ ପୂର୍ବରୁ ତାଙ୍କୁ ଏକଦିବସିୟ ଅଧିନାୟକ ପଦ ଛାଡିବା ଉପରେ କୁହାଯାଇଥିଲା।

Google

ରୋହିତ ଶର୍ମାଙ୍କୁ ୮ ଡିସେମ୍ବରକୁ ଭାରତୀୟ ଏକଦିବସିୟ ଟିମର ନୂତନ ଅଧିନାୟକ କରାଯାଇଥିଲା। ଏହା ପୂର୍ବରୁ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବା ପରେ ମଧ୍ୟ ସେହି ଅଧିନାୟକ ପଦ ମଧ୍ୟ ରୋହିତ ଶର୍ମାଙ୍କୁ ଦିଆଯାଇଥିଲା। କିନ୍ତୁ ବିରାଟ ଟେଷ୍ଟ ସହିତ ଏକଦିବସିୟରେ ମଧ୍ୟଅଧିନାୟକତ୍ୱ କରିବାକୁ ଚାହୁଁଥିଲେ। ତାଙ୍କୁ ଏକଦିବସିୟ ଅଧିନାୟକରୁ ହଟାଯିବା ପରେ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି କହିଥିଲେକି ସେ ବିରାଟଙ୍କୁ ଟି-୨୦ର ଅଧିନାୟକ ପଦରୁ ଇସ୍ତପା ନଦେବା ପାଇଁ ଅନୁରୋଧ କରିଥିଲେ। କିନ୍ତୁ କୋହଲି କହିଛନ୍ତି ଟି-୨୦ ଅଧିନାୟକ ପଦ ଛାଡିବା ପରେ ତାଙ୍କର ବିସିସିଆଇ ସହ ଏହି ମାମଲାରେ କୌଣସି ଆଲୋଚନା ହୋଇନଥିଲା। ତାଙ୍କୁ କେବେବି ଟି-୨୦ ଟିମର ଅଧିନାୟକ ପଦ ନଛାଡିବା ପାଇଁ ଅନୁରୋଧ କରାଯାଇନାହିଁ।

କୋହଲି ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କହିଛନ୍ତି ,”ମୁଁସବୁ ବେଳେ ଚୟନ ପାଇଁ ଉପଲବ୍ଧ ଥିଲି ଓ ଉପଲବ୍ଧ ରହିବି। ମୁ ବିସିସିଆଇକୁ କେବେବି ବିଶ୍ରାମ ପାଇଁ ସମ୍ପର୍କ କରିନି। ମୁଁ ଦକ୍ଷିଣ ଆଫ୍ରିକା ସହ ଏକଦିବସିୟ ସିରିଜ ପାଇଁ ପୂର୍ବରୁ ଉପଲବ୍ଧ ଥିଲି ଓ ରହିବି”। ସେ ଆଗକୁ କହିଛନ୍ତି,”ଏହା ସେହି ଲୋକଙ୍କୁ ପଚାରିବା ଉଚିତ ଯେଉଁମାନେ ଭୁଲ ଲେଖିଛନ୍ତି। ଏହି ବିଷୟରେ ମୋର ବିସିସିଆଇ ସହିତ ସମ୍ପର୍କ ହୋଇନିକି ମୁଁ ବିଶ୍ରାମ ନେବି”।

କହିରଖିବୁକି ପୂର୍ଵ ଦୁଇ ଦିନ ହେବ ଏହା କୁହାଯାଉଥିଲାକି ଟେଷ୍ଟ ଅଧିନାୟକ କୋହଲି ଓ ରୋହିତ ଶର୍ମାଙ୍କ ମଧ୍ୟରେ କିଛି ସମସ୍ୟା ଅଛି। ରୋହିତ ଆଘାତ କାରଣରୁ ଟେଷ୍ଟ ସିରିଜରୁ ବାହାର ହୋଇଯାଇଛନ୍ତି। କୋହଲି ନିଜ ପରିବାର ସହିତ ସମୟ ବିତାଇବା ପାଇଁ ଏକଦିବସିୟ ସିରିଜରେ ଉପଲବ୍ଧ ହେବେ ନାହିଁ ହୋଲି କୁହାଯାଉଥିଲା।ଏପରି ରୋହିତଙ୍କୁ ଏକଦିବସିୟ ଓ ଟି-୨୦ ଅଧିନାୟକ ପଦ ଅର୍ପଣ କରାଯିବା ପରେ ହୋଇଛି,ଏହାର ସୂଚନା ବିସିସିଆଇ ଦକ୍ଷିଣ ଆଫ୍ରିକା ପାଇଁ ଟେଷ୍ଟ ସିରିଜ ଘୋଷଣା କରିବା ବେଳେ ଦେଇଥିଲା।

କୋହଲି ୟୁଏଇରେ ଟି-୨୦ ବିଶ୍ୱକପ ହେବା ପୂର୍ବରୁ ଘୋଷଣା କରିଦେଇଥିଲେକି ସେ ଟି-୨୦ ବିଶ୍ୱକପ ପରେ ଟି-୨୦ ଅଧିନାୟକ ପଦ ଛାଡିଦେବେ। ଏହା ଉପରେ ଚାଲୁଥିବା ଆଲୋଚନା ଉପରେ କୋହଲି କହିଛନ୍ତି,”ଅନେକ ଜିନିଷ ଯାହା ବାହାରେ ହୋଇଥାଏ ତାହା ଆଦର୍ଶ ହୋଇନଥାଏ। ତାହା ସର୍ଵଦା ସେହିପରି ହୋଇନଥାଏ ଯାହା ଆପଣ ଆଶା କରିଥାନ୍ତି। ମୁଁ ଏକାଗ୍ରତା ରୂପରେ ପୁରା ମାନସିକ ରୂପରେ ପ୍ରସ୍ତୁତ ଅଛି”।

Google

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *