କୋହଲି ଏବଂ BCCI ମାମଲା: ବିସିସିଆଇ ଅଧ୍ୟକ୍ଷ କହିଲେ ଏହି ମାମଲାକୁ ଏଇଠି ଚାପ, ମୁଁ ଆଉ ଆଗକୁ ଏହାକୁ ନେଇ ଆଲୋଚନା କରିବାକୁ ଚାହୁଁନି, ଜୋର ଧରିଲା ଖବର

ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡ ବିସିସିଆଇ ଓ କୋହଲିଙ୍କ ମଧ୍ୟରେ ସୃଷ୍ଟି ହୋଇଥିବା ମତଭେଦ ଶେଷ ହେବାକୁ ଯାଉଛି। ଏହି କଥା ଉପରେ ଏବେ ବୟାନ ଦେଇଛନ୍ତି ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହି ମତଭେଦ ପ୍ରାୟ ସେବେ ଆରମ୍ଭ ହୋଇଥିଲା ଯେବେ ଅଚାନକ ବିରାଟ କୋହଲିଙ୍କୁ ଏକଦିବସିୟ ଅଧିନାୟକତ୍ୱ ପଦରୁ ବାହାର କରାଯାଇଥିଲା।

Google

ଏହି ମାମଲାକୁ ନେଇ ଏବେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ବୟାନରେ କହିଛନ୍ତି,”ଆଉ ଏହି ଘଟଣା ଆଗକୁ ନଯାଉ ଓ କେହି ଏହାକୁ ବଢାଇବାକୁ ଚେଷ୍ଟା କରନ୍ତୁନି ଓ ମୁଁ ମଧ୍ୟ ଏହାକୁ ନେଇ ଆଉ କୌଣସି ବୟାନ ଦେବାକୁ ଚାହୁଁନି। ଏହି ମାମଲା ବିସିସିଆଇର ଅଟେ। ଏବେ ଏହି ଘଟଣାକୁ ବିସିସିଆଇ ସମ୍ଭାଳିବ ଓ ଅନ୍ୟ କେହି ଏହାକୁ ନେଇ ଭୁଲ ତଥ୍ୟ ପ୍ରଚାର କରନ୍ତୁନି”।

ଆପଣଙ୍କୁ କହିରଖିବୁ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜ ପୂର୍ବରୁ ଯେଉଁ ଟେଷ୍ଟ ଦଳ ଘୋଷଣା କରାଯାଇଥିଲା ସେହି ସମୟରେ ବିରାଟଙ୍କୁ ଅଚାନକ ଏକଦିବସିୟ ପଦରୁ ହଟାଯାଇ ରୋହିତ ଶର୍ମାଙ୍କୁ ଏହି ପଦ ଅର୍ପଣ କରାଯାଇଥିଲା। ଏହା ପରେ ସୌରଭ ଗାଙ୍ଗୁଲି କହିଥିଲେ କି ସେ ବିରାଟଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ କିନ୍ତୁ କୋହଲି ଛାଡିଦେବା ପରେ ଚୟନ ସମିତି ଦୁଇଟି ଅଲଗା ଅଧିନାୟକ ନରଖିବା ପାଇଁ ଏଭଳି ଫଇସଲା ନେଇଛି ବୋଲି କହିଥିଲେ। କିନ୍ତୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କୋହଲି କହିଥିଲେ କି ତାଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କେହି କହିନାହାନ୍ତି।

ଏହିପରି ଏହି ମାମଲା ବଢିବାରେ ଲାଗିଥିଲା କିନ୍ତୁ ଏବେ ସୌରଭ ଗାଙ୍ଗୁଲି ଏହି କଥା ଆଗକୁ ନଯାଉ ବୋଲି କହିଛନ୍ତି। ଏଭଳି ଘଟଣା ଆଗରୁ ଅନେକ ହୋଇସାରିଛି ଵୋଲି ଗାଙ୍ଗୁଲି କହିଛନ୍ତି। ଏବେ ଅନେକ ଲୋକ ଏହାକୁ ନେଇ ଅନେକ ମିଛ ପ୍ରଚାର କରୁଛନ୍ତି। ଏପରି ନକରିବା ପାଇଁ ଓ ବିସିସିଆଇ ଏହାକୁ ବୁଝୁଛି ଵୋଲି ଗାଙ୍ଗୁଲି ବୟାନ ଦେଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *