ବ୍ୟୁରୋ ରିପୋର୍ଟ: ଟିମ ଇଣ୍ଡିଆର ପୂର୍ବ ଅଧିନାୟକ ବିରାଟ କୋହଲି ମୋହାଲି ମୈଦାନ ଉପରକୁ ଆସି ହିଁ ଏକ ଇତିହାସ ରଚି ଯାଇଛନ୍ତି। ସେ ଭାରତର ୧୨ ତମ ଖେଳାଳି ହେଇ ଯାଇଛନ୍ତି ଯିଏ କି ୧୦୦ ଅଥବା ତାହାଠାରୁ ଅଧିକ ଟେଷ୍ଟ ମ୍ୟାଚ ଖେଳିଛନ୍ତି। ତାଙ୍କୁ ଭାରତୀୟ ଟିମ ସମ୍ମାନ କରିଛି ଏବଂ କୋଚ୍ ରାହୁଲ ଦ୍ରାଭିଡ ବିରାଟ କୋହଲିଙ୍କୁ ଏକ ସ୍ୱତନ୍ତ୍ର କ୍ୟାପ ଦେଇଥିଲେ ଏବଂ ଏହା ଭିତରେ କୋହଲି ଇମୋସ୍ନାଲ ହେଲେ ଆଉ ନିଜ ପିଲା ବେଳର ଏକ କାହାଣୀ ଶୁଣାଇବାକୁ ଲାଗିଲେ।

କୋଚ୍ ରାହୁଲ ଦ୍ରଭିଡଙ୍କ ପାଖରୁ ଟେଷ୍ଟ କ୍ୟାପ ମିଳିବା ପରେ ବିରାଟ କୋହଲି କହିଲେ କି ତାଙ୍କୁ ବହୁତ ଖୁସି ଲାଗୁଛି କି ତାଙ୍କୁ ତାଙ୍କ ପିଲା ବେଳର ହିରୋଙ୍କ ଠାରୁ କ୍ୟାପ ପିନ୍ଧିବାକୁ ମିଳୁଛି। ତାଙ୍କ ପାଖରେ ଆଜି ବି ସେହି ଅଣ୍ଡର ୧୫ର ଫୋଟୋ ଅଛି ଯାହା ଭିତରେ ସେ ରାହୁଲ ଦ୍ରଭିଡଙ୍କ ପାଖରେ ଠିଆ ହେଇଛନ୍ତି ଏବଂ କେବଳ ତାଙ୍କୁ ହି ଦେଖୁଛନ୍ତି।
ବିରାଟ କୋହଲି ଏହି ସ୍ୱତନ୍ତ୍ର ଅକେଜନରେ ସଭିଙ୍କୁ ଧନ୍ୟବାଦ ଜ୍ଞାପନ କଲେ। ସେ କହିଲେ କି ତାଙ୍କ ପତ୍ନୀ ସେଠାରେ ଅଛନ୍ତି ଆଉ ତାଙ୍କ ଭାଇ ଷ୍ଟାଣ୍ଡସରେ ବସିଛନ୍ତି ଆଉ ପୁରା ଟିମ ତାଙ୍କ ସହ ଅଛି ଯାହାଙ୍କ ସପୋର୍ଟ ବିନା ଏହା କେବେ ହୁଏତ ସମ୍ଭବ ପର ହେଇ ପାରିନଥାନ୍ତା। ବିରାଟ କୋହଲିଙ୍କୁ ଯେତେବେଳେ ଟିମ ଇଣ୍ଡିଆ ତରଫରୁ କ୍ୟାପ ଦିଆଗଲା ସେତେବେଳେ ତାଙ୍କ ପତ୍ନୀ ଅନୁଷ୍କା ମଧ୍ୟ ତାଙ୍କ ସହ ଥିଲେ।
What a moment to commemorate his 100th Test appearance in whites 🙌🏻
Words of appreciation from the Head Coach Rahul Dravid and words of gratitude from @imVkohli👏🏻#VK100 | #INDvSL | @Paytm pic.twitter.com/zfX0ZIirdz
— BCCI (@BCCI) March 4, 2022
ସେ ବିସିସିଆଇକୁ ଧନ୍ୟବାଦ ଜ୍ଞାପନ କରି କହିଲେ କି ଆଜିର ଦୁନିଆରେ ଆମେ ଦିନିକିଆ, ଟି ଟ୍ୱେଣ୍ଟି ତଥା ଅନ୍ୟନ୍ୟ ସବୁ ଫର୍ମାଟ ଯେପରିକି ଆଇପିଏଲ ମଧ୍ୟ ଖେଳିଥାଉ ମାତ୍ର ଆଗକୁ ସବୁ ଯୁବ ଲୋକମାନଙ୍କୁ ଏହା ଦେଖିବାକୁ ମିଳିବ କି ସେ କ୍ରିକେଟର ସବୁଠୁ ପବିତ୍ର ଫର୍ମାଟରେ ଖେଳି ନିଜର ଶତକ ପୁରା କଲେ।
ବିରାଟ କୋହଲି ପୂର୍ବରୁ ମଧ୍ୟ ଏହି ଫୋଟୋକୁ ସେୟାର କରି ବହୁତ ଥର କହିଛନ୍ତି କି ଏକ ସମୟ ଥିଲା ଯେତେବେଳେ ମୁଁ ଏହି କିମ୍ବଦନ୍ତୀଙ୍କ ସହ ଆଖି ମିଶାଇବା ପାଇଁ ଚେଷ୍ଟା କରୁଥିଲି ମାତ୍ର ଆଜି ସେ ଆମର ଇଣ୍ଟରଭିଉ ନେଉଛନ୍ତି। ଏହିପରି ଭାବେ ସମୟ ପରିବର୍ତ୍ତନ ହୁଏ। ସ୍ୱପ୍ନ ସର୍ବଦା ସତ ହେଇଥାଏ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।