IND vs SA: ବିରାଟ କୋହଲି ଲାଇଭ ମ୍ୟାଚରେ ଅମ୍ପାୟାରଙ୍କ ପଛରେ କଲେ ମଜାଦାର ଡାନ୍ସ, ଭାଇରଲ ଖବର

ବିରାଟ କୋହଲି ଯେଉଁଭଳି ଟେଷ୍ଟ କ୍ରିକେଟର ମଜାନେଇଥାନ୍ତି ତାହା ଅତି ସୁନ୍ଦର ଲାଗିଥାଏ। ଗାଉଣ୍ଡରେ ସେ ଟିମର ସଦସ୍ୟଙ୍କ ସହିତ ଦର୍ଶକଙ୍କ ମନୋବଳ ମଧ୍ୟ ବଢ଼ାଇଥାନ୍ତି। ଦକ୍ଷିଣ ଆଫ୍ରିକାରେ ଭାରତ ସେଂଚୁରିଆନରେ ପ୍ରଥମ ଟେଷ୍ଟ ଖେଳୁଛି। ଏହି ମ୍ୟାଚରେ ଦଶର୍କଙ୍କୁ ଆସିବାର ଅନୁମତି ନାହିଁ କିନ୍ତୁ ବିରାଟ କୋହଲିଙ୍କ ଉତ୍ସାହ ଓ ମନୋବଳ ପୂର୍ଵ ପରି ହିଁ ରହିଛି। ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ପୁଣି ଗ୍ରାଉଣ୍ଡରେ ଖୁସି ଥିବା ଦେଖା ଯାଇଛନ୍ତି। କାରଣ ତାଙ୍କ ଟିମ ସେଂଚୁରିଆନରେ ତୃତୀୟ ଦିନ ଦକ୍ଷିଣ ଆଫ୍ରିକା ଉପରେ ଭାରି ଅଛି।

ବିରାଟ କୋହଲି ମ୍ୟାଚର ତୃତୀୟ ଦିନ ଗ୍ରାଉଣ୍ଡରେ ନାଚୁଥିବା କ୍ୟାମେରାରେ ରେକର୍ଡ ହୋଇଛି। କୋହଲି ଏକ ଏପରି ଖେଳାଳି ଯିଏକି ଗ୍ରାଉଣ୍ଡରେ ନିଜର ସବୁକିଛି ଦେଇ ଦେଇଥାନ୍ତି। ତାଙ୍କର ଏହି କାର୍ଯ୍ୟର ପ୍ରଭାବ ଅନ୍ୟ ଖେଳାଳିଙ୍କ ଉପରେ ମଧ୍ୟ ପଡିଥାଏ। ଖେଳ ସମୟରେ କୋହଲିଙ୍କୁ ଅନେକ ଥର ପ୍ରସଂସକଙ୍କ ସହ କଥାହେଉଥିବାର ଦେଖାଯାଇଛି। ଯେଉଁଥିରେ ସେ ଷ୍ଟାଡିୟମରେ ବସିଥିବା ଦର୍ଶକଙ୍କୁ ଖେଳାଳିଙ୍କୁ ଉତ୍ସାହିତ କରିବା ପାଇଁ କହିଥାନ୍ତି। ତାଙ୍କୁ ଗୀତରେ ନାଚୁଥିବାର ମଧ୍ୟ ଦେଖାଯାଇଛି।

Google

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ମ୍ୟାଚର ତୃତୀୟ ଦିନ ମଙ୍ଗଳବାରକୁ ବିରାଟ କୋହଲି ଗ୍ରାଉଣ୍ଡରେ ନାଚୁଥିବା ଦେଖାଯାଇଛି। ଏପରିକି କମେଣ୍ଟଟେଟର ମଧ୍ୟ ଭାରତୀୟ ଅଧିନାୟକଙ୍କୁ ମୁଡରେ ଦେଖି ହସିଥିଲେ। କୋହଲିଙ୍କର ଏହି ନାଚ ଭିଡ଼ିଓ ସୋସିଆଲ ମିଡ଼ିଆରେ ବହୁତ ଭାଇରାଲ ହେଉଥିଲା। ଯାହାକୁ ଦେଖି ପ୍ରଶଂସକ ଖୁସି ହୋଇଛନ୍ତି।

ତିନିଦିନ ଖେଳ ଶେଷ ସୁଧା ଭାରତ ଦକ୍ଷିଣ ଆଫ୍ରିକା ଉପରେ ଭାରି ପଡିଛି। କିନ୍ତୁ ପ୍ରଥମ ପାରିରେ କୋହଲି ନିଜ ବ୍ୟାଟିଙ୍ଗକୁ ନେଇ ସନ୍ତୁଷ୍ଟ ନଥିଲେ। ୩୩ ବର୍ଷୀୟ କୋହଲି ପୁଣିଥରେ ବଡ଼ ପାରି ଖେଳିବାରେ ଅସଫଳ ରହିଲେ। ସେ ପ୍ରଥମ ପାରିରେ ୯୪ ବଲରେ ୩୫ ରନ କରି ଆଉଟ ହୋଇଯାଇଥିଲେ। ଭାରତ ତରଫରୁ ଓପନର କେଏଲ।ରାହୁଲ ସୁନ୍ଦର ବ୍ୟାଟିଙ୍ଗ କରି ୨୬୦ ବଲରେ ୧୨୩ ରନର ଶତକୀୟ ପାରି ଖେଳିଥିଲେ। ଜେବେକି ଅନ୍ୟ ଓପନର ମୟଙ୍କ ଅଗ୍ରୱାଲ ୧୨୩ ବଲରେ ୬୯ ରନ କରିଥିଲେ। ଏହା ସହିତ ରାହାଣେ ମଧ୍ୟ ୧୦୨ ବଲରେ ୪୮ ରନର ଭଲ ପାରି ଖେଳିଥିଲେ।

ଭାରତର ପ୍ରଥମ ପାରି ପରେ ବୋଲିଙ୍ଗରେ ମହମ୍ମଦ ସାମୀ କମାଲ ଦେଖାଇଥିଲେ। ସେ ଦକ୍ଷିଣ ଆଫ୍ରିକାର ପ୍ରଥମ ପାରିରେ ୪୪ ରନ ଦେଇ ୫ ଟି ୱିକେଟ ନେଇଥିଲେ। ଯଶପ୍ରୀତ ବୁମରା ଓ ସାରଦୁଲ ଠାକୁର ମଧ୍ୟ ୨-୨ ଟି ୱିକେଟ ଅକ୍ତିଆର କରିଥିଲେ। ମହମ୍ମଦ ସିରାଜ ମଧ୍ୟ ଗୋଟେ ୱିକେଟ ନେଇଥିଲେ। ଭାରତୀୟ ବୋଲିଙ୍ଗ ସାମ୍ନାରେ ଦକ୍ଷିଣ ଆଫ୍ରିକା ବ୍ୟାଟ୍ସମ୍ୟାନ ତିଷ୍ଠି ପାରିନଥିଲେ ଓ ପ୍ରଥମ ପାରିରେ ଦକ୍ଷିଣ ଆଫ୍ରିକା ୧୯୭ ରନରେ ଅଲଆଉଟ ହୋଇଯାଇଥିଲା।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *