ଭାରତୀୟ କ୍ରିକେଟ କଣ୍ଟ୍ରୋଲ ବୋର୍ଡର ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି ତାଙ୍କର ଓ ଟେଷ୍ଟ ଅଧିନାୟକ ବିରାଟ କୋହଲିଙ୍କ ମଧ୍ୟରେ ଚାଲିଥିବା ଶୀତଳ ଯୁଦ୍ଧ ମଧ୍ୟରେ ଗାଙ୍ଗୁଲି ଏବେ କୋହଲିଙ୍କୁ ନେଇ ଖୋଲିକି କହିଛନ୍ତି। କୋହଲି ଗାଙ୍ଗୁଲିଙ୍କର ସେହି ବୟାନକୁ ଅସ୍ବୀକାର କରିଥିଲେ ଯେଉଁଥିରେ ଗାଙ୍ଗୁଲି କହିଥିଲେ କି ସେ ବିରାଟଙ୍କୁ ଟି-୨୦ ଅଧିନାୟକ ପଦ ଛାଡିବାକୁ ମନାକରିଥିଲେ। ଗାଙ୍ଗୁଲି କହିଛନ୍ତି କି ତାଙ୍କୁ କୋହଲିଙ୍କ ଏହି ସ୍ଵଭାବ ପସନ୍ଦ।

ଗୁରୁଗ୍ରାମରେ ଅନୁଷ୍ଠିତ ଏକ ଇଭେଣ୍ଟରେ ସୌରଭ ଗାଙ୍ଗୁଲିଙ୍କୁ ପଚରାଯାଇଥିଲାକି ତାଙ୍କୁ କେଉଁ ଖେଳାଳିଙ୍କର ସ୍ଵଭାବ ସବୁଠୁ ଅଧିକ ପସନ୍ଦ।କ୍ରିକଟ୍ରେକରର ଏକ ରିପୋର୍ଟ ଅନୁସାରେ ଗାଙ୍ଗୁଲି ସେହି ପ୍ରଶ୍ନର ଉତ୍ତରରେ କହିଥିଲେ,”ମତେ ବିରାଟ କୋହଲିଙ୍କର ସ୍ଵଭାବ ସବୁଠୁ ଅଧିକ ଭଲ ଲାଗେ କିନ୍ତୁ ସେ ଆଜିକାଲି ଝଗଡା ବହୁତ କରୁଛନ୍ତି”।ଗାଙ୍ଗୁଲି ଏହା ପୂର୍ବରୁ ଏକ ଇଣ୍ଟରଭିଉରେ କହିଥିଲେ ,”ସେ ବ୍ୟକ୍ତିଗତ ରୂପରେ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ ଅନୁରୋଧ କରିଥିଲେ। ଏହାକୁ ଅଳ୍ପ ଦିନ ତଳେ ପ୍ରେସ କନ୍ଫରେନ୍ସରେ ଏହାକୁ ଅସ୍ୱୀକାର କରିଥିଲେ”।
ଇଭେଣ୍ଟରେ ଗାଙ୍ଗୁଲିଙ୍କୁ ଏହା ମଧ୍ୟ ପଚରାଯାଇଥିଲା କି ଜୀବନରେ ସବୁ ସମସ୍ୟା ସହ ସେ କିପରି ଲଢ଼ିଥାନ୍ତି। ସେ ଏହାର ଅଦ୍ଭୁତ ପ୍ରକାର ଉତ୍ତର ଦେଇ କହିଥିଲେ,”ଜୀବନରେ କୌଣସି ସମସ୍ୟା ନାହିଁ କେବଳ ପତ୍ନୀ ଓ ପ୍ରେମିକା ସମସ୍ୟା ଦେଇଥାନ୍ତି”। ସେ ଅଳ୍ପଦିନ ତଳେ ବିରାଟଙ୍କ ବୟାନ ଉପରେ କହିଥିଲେ ମୋ ପାଖରେ କହିବାକୁ କିଛି ନାହିଁ।ଏହା ବିସିସିଆଇର ମାମଲା ଓ ସେ ହିଁ ଏହା ସହ ଲଢ଼ିବେ।

ବିସିସିଆଇ ଦକ୍ଷିଣ ଆଫ୍ରିକା ସହ ଟେଷ୍ଟ ସିରିଜପାଇଁ ଦଳ ଘୋଷଣା କରିବା ବେଳେ ଏକଦିବସିୟ ଅଧିନାୟକ ପଦରୁ ବିରାଟଙ୍କୁ ହଟାଯାଇଥିବା ଖବର ଘୋଷଣା କରିଥିଲା। ଏହା ଉପରେ ସୌରଭ ଗାଙ୍ଗୁଲି କହିଥିଲେ ମୁଁ ବିରାଟଙ୍କ ସହ ଏକଦିବସିୟ ଅଧିନାୟକ ପଦକୁ ନେଇ କଥା ହୋଇଛି ଓ ମୁଁ ତାଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ ଅନୁରୋଧ କରଥିଲି। କିନ୍ତୁ ଦକ୍ଷିଣ ଆଫ୍ରିକା ଗ୍ରସ୍ତର ଗୋଟେ ଦିନ ପୂର୍ବରୁ ପ୍ରେସ କନ୍ଫରେନ୍ସରେ କୋହଲି କହିଥିଲେ ତାଙ୍କୁ କେହିବି ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିନଥିଲେ। ଏତିକି ନୁହେଁ ସେ ଏହା କହି ମଧ୍ୟ ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଥିଲେ କି ବିସିସିଆଇ ଘୋଷଣାର ମାତ୍ର ଦେଢ଼ ଘଣ୍ଟା ପୂର୍ବରୁ ତାଙ୍କୁ ଏକଦିବସିୟ ଅଧିନାୟକ ପଦରୁ ହଟାଯାଇଛି ବୋଲି ଖବର ଦିଆଯାଇଥିଲା।
ତେବେ ଏହାକୁ ନେଇ ଆପଣଙ୍କ ମତ କଣ ତାହା କମେଣ୍ଟରେ ଜଣାନ୍ତୁ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।