ବ୍ୟୁରୋ ରିପୋର୍ଟ: ଆରସିବିର ପୁଣି ଥରେ ଆଇପିଏଲ ଟ୍ରଫି ଜିତିବା ସ୍ୱପ୍ନ ଅଧାରେ ରହିଗଲା। ଟିମ ଭାଗ୍ୟର ସାହାରରେ ପ୍ଲେ ଅଫରେ ତ ପହଁଚିଗଲା ଓ ଏଲିମିନେଟର ମ୍ୟାଚ ମଧ୍ୟ ଜିତିଗଲା କିନ୍ତୁ କ୍ୱାଲିଫାୟର-୨ ମ୍ୟାଚରେ ରାଜସ୍ଥାନ ଆରସିବିକୁ ହରାଇଦେଇଛି। ଆରସିବି ରାଜସ୍ଥାନ ବିରୁଦ୍ଧରେ ୧୫୮ ରନର ଲକ୍ଷ୍ୟ ରଖିଥିଲା ଯାହାକୁ ରାଜସ୍ଥାନ ଜୋସ ବଟଲରଙ୍କ ୧୦୬ ରନର ନଟ ଆଉଟ ପାରି ଦ୍ଵାରା ୧୧ ବଲ ବାକି ଥାଇ ହାସଲ କରିନେଇଛି। ଏହା ସହ ଏବେ ଗୁଜରାଟ ସହ ଫାଇନାଲରେ ରାଜସ୍ଥାନ ଖେଳିବାର ଅଛି।

ଆରସିବି ଏବେ ଆଇପିଏଲ ୨୦୨୨ରୁ ବାହାର ହେବା ପରେ ପୂର୍ଵ ଅଧିନାୟକ ବିରାଟ କୋହଲି ପ୍ରସଂସକଙ୍କ ପାଇଁ ନିଜ ଟ୍ୱିଟର ଆକାଉଣ୍ଟରେ ଇମୋସନାଲ ପୋଷ୍ଟ ଲେଖିଛନ୍ତି। ସେ ଲେଖିଛନ୍ତି,”ଅନେକ ଥର ଆପଣ ଜିତିଥାନ୍ତି ଓ ଅନେକ ଥର ହାରିଥାନ୍ତି କିନ୍ତୁ ୧୨ ମ୍ୟାନ ଆର୍ମି ରୂପରେ ଆପଣମାନେ ବହୁତ ଭଲ ରହିଥିଲେ। ସବୁ ବେଳେ ଆମର ସପୋର୍ଟ କରିଛନ୍ତି ଆପଣମାନେ। ଅସୁବିଧା ସମୟରେ ମଧ୍ୟ ସପୋର୍ଟ କରି ଆମର ସାହସ ବଢ଼ାଇଛ ଓ କ୍ରିକେଟକୁ ସ୍ପେସାଲ କରିଦେଇଛ। ଶିଖିବା କେବେ ସରିନଥାଏ,ଟିମ ମ୍ୟାନେଜମେଣ୍ଟ, ସପୋର୍ଟ ଷ୍ଟାପ, ଓ ଟିମ ସହିତ ଜଡିତ ସବୁ ଲୋକଙ୍କୁ ଧନ୍ୟବାଦ। ଆଗାମୀ ସିଜନରେ ପୁଣି ଭେଟ ହେବ,ପ୍ଲେ ବୋଲ୍ଡ”।
କୋହଲି ତିନିଥର ଗୋଲଡେନ ଡ଼କର ଶିକାର ହୋଇଥିଲେ:
କୋହଲିଙ୍କ ପାଇଁ ଆଇପିଏଲ ୨୦୨୨ ବହୁତ ଖରାପ ରହିଛି କାରଣ ଏହି ସିଜମରେ ସେ ୩ ଥର ଗୋଲଡେନ ଡ଼କର ଶିକାର ହୋଇଛନ୍ତି। ରାଜସ୍ଥାନ ବିରୁଦ୍ଧରେ ଦ୍ୱିତୀୟ କ୍ୱାଲିଫାୟର ମ୍ୟାଚରେ ସେ ବୋଲଟଙ୍କ ବଲରେ ଛକା ମାରି ଭଲ ଆରମ୍ଭ କରିଥିଲେ କିନ୍ତୁ ଆଗାମି ହିଁ ଓଭରରେ ପ୍ରସିଦ୍ଧ କ୍ରିଷ୍ଣାଙ୍କ ବଲରେ ଆଉଟ ହୋଇଯାଇଥିଲେ। ଏହି ମ୍ୟାଚରେ ସେ ୭ ରନ କରିଥିଲେ। ଏହି ସିଜନରେ ସେ ୧୬ ମ୍ୟାଚରେ ୨୨.୭୩ ଔସତରେ ୩୪୧ ରନ କରିଛନ୍ତି।
Sometimes you win, and sometimes you don't, but the 12th Man Army, you have been fantastic, always backing us throughout our campaign. You make cricket special. The learning never stops. (1/2) pic.twitter.com/mRx4rslWFK
— Virat Kohli (@imVkohli) May 28, 2022
ଏହା ଆଇପିଏଲ ୨୦୧୦ ପରଠୁ ବିରାଟ କୋହଲିଙ୍କର ସବୁଠୁ ଖରାପ ପ୍ରଦର୍ଶନ ଅଟେ। ଆଇପିଏଲ ୨୦୨୨ ପୂର୍ବରୁ ସେ ଆରସିବିର ଅଧିନାୟକତ୍ୱ ଛାଡି ଦେଇଥିଲେ ଓ ଏହି ସିଜନରେ ଫାଫ ଡୁପ୍ଲେସିଙ୍କୁ ଆରସିବିର ନୂତନ ଅଧିନାୟକ କରାଯାଇଥିଲା। ଡୁ ପ୍ଲେସି ମଧ୍ୟ ଆରସିବିକୁ ପ୍ରଥମ ଟ୍ରଫି ଜିତାଇପାରିଲେନି ସେ ଏହି ମ୍ୟାଚରେ ମାତ୍ର ୨୫ ରନ କରିଥିଲେ। ଏହି IPL ରେ କୋହଲି ଏତେ ଖାସ୍ ପ୍ରଦର୍ଶନ କରିପାରିନଥିଲେ। ସେ ଜଣେ ଉଚ୍ଚକୋଟିର ପ୍ଲେୟର ଅଛନ୍ତି। ସେ କମବ୍ୟାକ କରିବାର କ୍ଷମତା ରଖନ୍ତି।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।