ଦିନ ଥିଲା କେଉଁ ବି ବୋଲର,କେଉଁ ବି ଗ୍ରାଉଣ୍ଡ କୋହଲିଙ୍କ ଆଗରେ ଫିକା! ଏବେ ଦୁଇ ଲଗାତାର ପାରିରେ ପ୍ରଥମ ବଲରେ ଆଉଟ! ଆଶ୍ଚର୍ଯ୍ୟ ଏହି ପୂର୍ବ ଖେଳାଳି!

ବ୍ୟୁରୋ ରିପୋର୍ଟ: ବିରାଟ କୋହଲି କ୍ରିକେଟରେ ଅନେକ ବଡ଼ ରେକର୍ଡ କରିଛନ୍ତି କିନ୍ତୁ ସେ ଇଣ୍ଟରନେସନାଲ କ୍ରିକେଟରେ ୨୦୧୯ରୁ କୌଣସି ଶତକ ମାରିନାହାଁନ୍ତି। ଏହା ମଧ୍ୟରେ କିଛି ସେ ଅନେକ ଅର୍ଦ୍ଧଶତକୀୟ ପାରି ଖେଳିଛନ୍ତି। ଆଇପିଏଲ ୨୦୨୨ ତାଙ୍କ କ୍ୟାରିଅରର ସବୁଠୁ ଖରାପ ଟୁର୍ଣ୍ଣାମେଣ୍ଟ ସାବ୍ୟସ୍ତ ହୋଇଛି। ଆଇପିଏଲ ୨୦୨୨ରେ ସେ ଏବେ ପର୍ଯ୍ୟନ୍ତ ୮ ଟି ମ୍ୟାଚରୁ କୌଣସି ବି ମ୍ୟାଚରେ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। ଏତିକି ନୁହେଁ ସେ ଲଗାତର ଦୁଇଥର ବିନା ରନ କରି ଆଉଟ ହେଲେ। ଶନିବାରକୁ ତାଙ୍କୁ ମାର୍କୋ ଯେନସନ ପ୍ରଥମ ବଲରେ ଆଉଟ କରିଛନ୍ତି। ଏହି ଆଇପିଏଲ ସିଜନରେ ସେ ଦୁଇଥର ରନ ଆଉଟ ମଧ୍ୟ ହୋଇଛନ୍ତି। ସେ ସବୁଠୁ ଫିଟ ଖେଳାଳି ଅଟନ୍ତି।

Google

ଟିମ ଇଣ୍ଡିଆର ପୂର୍ଵ ଅଲରାଉଣ୍ଡର ଇରଫାନ ପଠାନ ବିରାଟ କୋହଲିଙ୍କ ଖରାପ ଫର୍ମକୁ ନେଇ ଚିନ୍ତା ପ୍ରକାଶ କରିଛନ୍ତି। ଷ୍ଟାର ସ୍ପୋର୍ଟସରେ କମେଟ୍ରି ସମୟରେ ଇରଫାନ କହିଛନ୍ତି ମୁଁ ବିରାଟ କୋହଲିଙ୍କ ସହ ଖେଳିଛି କିନ୍ତୁ କେବେ ଭାବିନଥିଲିକି ତାଙ୍କ କ୍ୟାରିଅରରେ ଏପରି ଖରାପ ସମୟ ଆସିବ। ଦୁଇଥର ଗୋଲଡେନ ଡ଼କ ଆଉଟ ହେବା ବୁଝିବା ବାହାରେ। ପୂର୍ଵ ଭାରତୀୟ ବ୍ୟାଟ୍ସମ୍ୟାନ ଆକାଶ ଚୋପଡା କହିଛନ୍ତି ଏବେ କୋହଲିଙ୍କୁ ନିଶ୍ଚିନ୍ତ ନିଜ ବ୍ୟାଟିଙ୍ଗ ବିଷୟରେ ଭାବିବାକୁ ପଡିବ। ସେହିପରି ପୂର୍ଵ ଭାରତୀୟ ସ୍ପିନର ହରଭଜନ ସିଂହ କହିଛନ୍ତି ଆଜି ବ୍ୟାଟ୍ସମ୍ୟାନଙ୍କ ଉପରେ ବୋଲର ଭାରି ପଡିଲେ।

୫ମ ଥର ୧୦ ରୁ କମ ବଲ ଖେଳି ଆଉଟ ହେଲେ:

ବିରାଟ କୋହଲି ଟି-୨୦ ଲିଗର ଏହି ସିଜନରେ ୫ମ ଥର ୧୦ ରୁ କମ ବଲ ଖେଳି ଆଉଟ ହୋଇଛନ୍ତି। ଏଥିରୁ ତାଙ୍କର ଖରାପ ଫର୍ମ ଜଣାପଡୁଛି। ଏହା ୨୦୦୮ ଆଇପିଏଲ ପରେ ତାଙ୍କର ସବୁଠୁ ଖରାପ ପ୍ରଦର୍ଶନ ଅଟେ। ଏହି ଆଇପିଏଲ ସିଜନରେ ସେ ୮ ପାରିରେ ୧୭ ଔସତରେ ୧୧୯ ରନ କରିଛନ୍ତି। ୪୮ ରନ ତାଙ୍କର ସର୍ବଶ୍ରେଷ୍ଠ ସ୍କୋର ଅଟେ। ଏହି ସମୟରେ ତାଙ୍କର ଷ୍ଟାଇକରେଟ ୧୨୩ର ରହିଛି ଓ ସେ ୯ ଟି ଚୌକା ଓ ୨ ଟି ଛକା ଏହି ସିଜନରେ ମାରିଛନ୍ତି।

ବିରାଟ କୋହଲି ଆଇପିଏଲ ଇତିହାସରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ଏତିକି ନୁହେଁ ଗୋଟେ ସିଜନରେ ୯୦୦ ରୁ ଅଧିକ ରନ କରିବାର ରେକର୍ଡ ମଧ୍ୟ ତାଙ୍କ ନାମରେ ଅଛି।ତାଙ୍କର ଖରାପ ଫର୍ମ। ଆରସିବିର ଚିନ୍ତା ବଢ଼ାଇଦେଇଛି। ଆରସିବି ତରଫରୁ ଦିନେସ କାର୍ତିକ ଏହି ସିଜନରେ ସବୁଠୁ ଭଲ ପ୍ରଦର୍ଶନ କରିଛନ୍ତି। ସେ ୧୦୫ ଔସତରେ ୨୧୦ ରନ କରିଛନ୍ତି। ଡୁପ୍ଲେସି ୩୨ ଔସତରେ ୨୫୫ ରନ କରିଛନ୍ତି। ଆରସିବି ଟିମ କେବେବି ଆଇପିଏଲ ଟ୍ରଫି ଜିତିନାହିଁ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *