IND vs WI: ଶେଷ ଟି-୨୦ ମ୍ୟାଚରୁ ବାହାର ହେଲେ କୋହଲି ଏବଂ ପନ୍ତ!

ବ୍ୟୁରୋ ରିପୋର୍ଟ: ଧୁରନ୍ଦର ବ୍ୟାଟ୍ସମ୍ୟାନ ଟିମ ଇଣ୍ଡିଆର ପୂର୍ଵ ଅଧିନାୟକ ବିରାଟ କୋହଲି ଓ ୱିକେଟ କିପର ବ୍ୟାଟ୍ସମ୍ୟାନ ରିଷଭ ପନ୍ତ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଟି-୨୦ ସିରିଜର ତୃତୀୟ ମ୍ୟାଚରେ ଖେଳିବେ ନାହିଁ ବୋଲି ବିଶେଷ ରିପୋର୍ଟରୁ ଜଣା ଯାଇଛି। ବିରାଟ ରବିବାରକୁ ହେବାକୁ ଥିବା ଶେଷ ଟି-୨୦ ପାଇଁ ଛୁଟି ମାଗିଥିଲେ। ବିସିସିଆଇ ତାଙ୍କ ଏହି ଆବେଦନକୁ ସ୍ୱୀକାର କରିଛି ଓ ବାୟୋବବୁଲରୁ ତାଙ୍କୁ ୧୦ ଦିନର ଛୁଟି ଦିଆଯାଇଛି। ବିରାଟଙ୍କ ସହ ରିଷଭ ପନ୍ତଙ୍କୁ ମଧ୍ୟ ବ୍ରେକ ଦିଆଯାଇଛି। ଦୁହେଁ ଶ୍ରୀଲଙ୍କା ବିରୁଦ୍ଧରେ ଟି-୨୦ ସିରିଜ ଖେଳିପାରିବେ ନାହିଁ।

Google

ଭାରତୀୟ ଟିମ ୱେଷ୍ଟଇଣ୍ଡିଜକୁ ଦ୍ୱିତୀୟ ଟି-୨୦ରେ ହରାଇ ସିରିଜରେ ୨-୦ରେ ଆଗୁଆ ହୋଇଯାଇଛି। ବିରାଟ କୋହଲି ଓ ରିଷଭ ପନ୍ତ ଦୁହେଁ ଦ୍ୱିତୀୟ ଟି-୨୦ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକ ମାରିଥିଲେ। ରିଷଭ ପନ୍ତଙ୍କୁ ମ୍ୟାନ ଅଫ ଦି ମ୍ୟାଚ କରାଯାଇଥିଲା। ବିରାଟ କୋହଲି ଶ୍ରୀଲଙ୍କା ବିରୁଦ୍ଧରେ ୨୪ ଫେବୃଆରୀରୁ ଲକ୍ଷନୌରେ ଖେଳାଯିବାକୁ ଥିବା ତିନୋଟି ମ୍ୟାଚର ଟି-୨୦ ସିରିଜରେ ମଧ୍ୟ ଖେଳିବେ ନାହିଁ। ସେହି ସିରିଜର ଶେଷ ଦୁଇ ମ୍ୟାଚ ୨୬ ଓ ୨୭ ଫେବୃଆରୀକୁ ଧର୍ମଶାଳାରେ ଖେଳାଯିବାର ଅଛି। ସେ ଟେଷ୍ଟ ସିରିଜ ଖେଳିବେ ଯାହାର ଆରମ୍ଭ ୪ ମାର୍ଚ୍ଚକୁ ମୋହାଲିରେ ଖେଳାଯିବାର ଅଛି।

ଭାରତ ଓ ୱେଷ୍ଟଇଣ୍ଡିଜ ମଧ୍ୟରେ ଶେଷ ଟି-୨୦ ମ୍ୟାଚ କାଲି ୨୦ ଫେବୃଆରୀକୁ ଇଡେନ ଗାର୍ଡେନ କୋଲକତାରେ ଖେଳାଯିବ। ବିରାଟ ଖେଳିବେନାହିଁ ତେଣୁ ଯୁବ ବ୍ୟାଟ୍ସମ୍ୟାନ ଶ୍ରେୟସ ଅୟର ଟିମରେ ମୌକା ପାଇପାରନ୍ତି। ଶ୍ରେୟସ ସିରିଜର ପ୍ରଥମ ଦୁଇଟି ମ୍ୟାଚରେ ମୌକା ପାଇନଥିଲେ। ସେ ଶେଷ ଥର ନ୍ୟୁଜିଲାଣ୍ଡ ବିରୁଦ୍ଧରେ ପୂର୍ଵ ବର୍ଷ ଟି-୨୦ ମ୍ୟାଚ ଖେଳିଥିଲେ। ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଶେଷ ଏକଦିବସିୟରେ ସେ ୮୦ ରନ କରି ପ୍ଲେୟର ଅଫ ଦି ମ୍ୟାଚ ହୋଇଥିଲେ।

ବୋର୍ଡର ଏକ ଅଧିକାରୀ ପିଟିଆଇକୁ କହିଛନ୍ତି,”ବିରାଟ କୋହଲି ଶନିବାର ଦିନ ସକାଳୁ ଘରକୁ ଯାଇଛନ୍ତି। ଭାରତ ସିରିଜ ଜିତିସାରିଛି,ବୋର୍ଡ ଏହା କହିଛି କି ତିନୋଟି ଯାକ ଫର୍ମାଟ ଖେଳୁଥିବା ଖେଳାଳିଙ୍କୁ ମଝିରେ ମଝିରେ ବ୍ରେକ ଦିଆଯିବ। ଯାହା ଦ୍ୱାରା ଖେଳାଳି ମାନଙ୍କ କାମ ପ୍ରେସର, ଶାରୀରିକ ଓ ମାନସିକ ରୂପରେ ଯେପରି ସେମାନେ ସୁସ୍ଥ ରହିପାରିବେ।

ଭାରତ ଓ ଶ୍ରୀଲଙ୍କା ମଧ୍ୟରେ ମ୍ୟାଚ ସିଡ୍ୟୁଲ:

ପ୍ରଥମ ଟି-୨୦-୨୪ ଫେବୃଆରୀ-ଲକ୍ଷନଉ
ଦ୍ୱିତୀୟ ଟି-୨୦-୨୬ ଫେବୃଆରୀ-ଧର୍ମଶାଳା
ତୃତୀୟ ଟି-୨୦-୨୭ ଫେବୃଆରୀ-ଧର୍ମଶାଳା

ପ୍ରଥମ ଟେଷ୍ଟ-୪ ରୁ ୮ ମାର୍ଚ୍ଚ-ମୋହାଲି
ଦ୍ୱିତୀୟ ଡେ ନାଇଟ ଟେଷ୍ଟ-୧୨ ରୁ ୧୬ ମାର୍ଚ୍ଚ-ବାଙ୍ଗାଲୋର

 

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *