ଜୋର ଧରିଲା ଖବର, ଶେଷ ଟେଷ୍ଟ ଖେଳିପାରନ୍ତି କ୍ୟାପଟେନ ବିରାଟ କୋହଲି। ପ୍ରଥମ ଟେଷ୍ଟରେ କୋହଲି କ୍ୟାପଟେନସି କରିଥିଲେ ଏବଂ ଭାରତ ଏହି ଟେଷ୍ଟ ବିଜୟ ଲାଭ କରି ଇତିହାସ ରଚିଥିଲା। ଦ୍ୱିତୀୟ ଟେଷ୍ଟରେ ବିରାଟ କୋହଲିଙ୍କ ଅନୁପସ୍ଥିତିରେ କେ ଏଲ ରାହୁଲ ଦଳର ପାରି ସମ୍ଭାଳିଥିଲେ । ହେଲେ ଦ୍ୱିତୀୟ ଟେଷ୍ଟରେ ସାଉଥ ଆଫ୍ରିକା ଜିତି ଯିବାରେ ସକ୍ଷମ ହୋଇଥିଲେ।

ସାଉଥ ଆଫ୍ରିକା କ୍ୟାପଟେନ ଡିନ ଏଲଗରଙ୍କ ଲଢ଼ୁଆ ପାରି ବଲରେ ଭାରତ କୁ ଦ୍ୱିତୀୟ ଟେଷ୍ଟରେ ହରାଇ ସିରିଜକୁ ୧-୧ ରେ ବରାବର କଲା ଟିମ ସାଉଥ ଆଫ୍ରିକା। ୩ୟ ଟେଷ୍ଟରେ ବିରାଟ କୋହଲି ଦଳକୁ ଫେରିପାରନ୍ତି। ତାଙ୍କର ଖେଳିବା ଦଳ ପାଇଁ ଠିକ ହେବ। ତାଙ୍କ କ୍ୟାପଟେନସି ରେ ଟିମ ଇଣ୍ଡିଆ ଟେଷ୍ଟରେ ସୁନ୍ଦର ପ୍ରଦର୍ଶନ କରିଛି।
ହନୁମା ବିହାରୀ ଯେ କି କୋହଲିଙ୍କ ଜାଗାରେ ଖେଳୁଥିଲେ ସେ ବି ସୁନ୍ଦର ବ୍ୟାଟିଂ କରିଥିଲେ। ଆଜିଙ୍କ୍ୟ ରାହାଣେ ଏବଂ ଚେତେଶ୍ୱର ପୂଜାରା ମଧ୍ୟ ଫର୍ମକୁ ଫେରିଛନ୍ତି। ଦୁହେଁ ଦ୍ୱିତୀୟ ଟେଷ୍ଟରେ ସୁନ୍ଦର ବ୍ୟାଟିଂ କରି ଦଳକୁ ମଝଭୁତ ସ୍କୋରରେ ପଂହଚାଇଥିଲେ।

ଜାନୁଆରୀ ୧୧ କୁ ୩ୟ ଟେଷ୍ଟ କେପ ଟାଉନରେ ଖେଳାଯିବାର ଅଛି। ଅନୁମାନ କରାଯାଉଛି କି କ୍ୟାପଟେନ କୋହଲି ଏହି ଟେଷ୍ଟ ପାଇଁ ପ୍ଲେଇଁ ଇଲେଭେନରେ ଓହ୍ଲାଇବେ। WTC ପଏଣ୍ଟସ୍ ପାଇଁ ଭାରତକୁ ଏହି ଟେଷ୍ଟ ଜିତିବାକୁ ହେବ। କେ ଏଲ ରାହୁଲ ସୁନ୍ଦର ଫର୍ମରେ ଅଛନ୍ତି। ବିରାଟ କୋହଲି ଖେଳିଲେ କେ ଏଲ ରାହୁଲ ଉପ ଅଧିନାୟକ ଦାୟୀତ୍ବ ତୁଲାଇପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।