ବିରାଟ କୋହଲି ପ୍ରେସ କନ୍ଫରେନ୍ସରେ ଅନୁପସ୍ଥିତ ଦ୍ଵାରା ଆଶ୍ଚର୍ଯ୍ୟ କୋଚ୍, କହିଲେ ବୁଝିପାରୁନାହିଁ!

ବ୍ୟୁରୋ ନ୍ୟୁଜ: ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ଯିବା ପୂର୍ବରୁ ବିରାଟ କୋହଲି ଏକଦିବସିୟ ଅଧିନାୟକ ପଦରୁ ବାହାରିବା ଉପରେ ପ୍ରେସରେ ଖୋଲିକି ବୟାନ ଦେଇଥିଲେ। ସେ ବିୟାନରେ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲିଙ୍କ ସେହି ଦାବିକୁ ଅସ୍ବୀକାର କରିଥିଲେ ଯେଉଁଥିରେ ସୌରଭ ଗାଙ୍ଗୁଲି କହିଥିଲେ ସେ ବିରାଟ କୋହଲିଙ୍କୁ ଟି-୨୦ ଅଧିନାୟକ ପଦ ନଛାଡିବା ପାଇଁ କହିଥିଲେ। ଦକ୍ଷିଣ ଆଫ୍ରିକା ପହଁଚିବା ପରେ କୋହଲି ପ୍ରେସ କନ୍ଫରେନ୍ସରେ ଭାଗ ନେଇନାହାଁନ୍ତି।

Google

ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ଏବେ ପର୍ଯ୍ୟନ୍ତ ଦୁଇଟି ଟେଷ୍ଟ ମ୍ୟାଚ ଖେଳାଯାଇସାରିଲାଣି। ଦୁଇଥର ଯାକ ଭାରତୀୟ ଅଧିନାୟକ କୋହଲିଙ୍କ ଜାଗରେ କେ ଏଲ ରାହୁଲ ବା ମୁଖ୍ୟ କୋଚ ଦ୍ରାଭିଡ ପ୍ରେସ କନ୍ଫରେନ୍ସକୁ ଆସିଛନ୍ତି। କୌଣସି ପ୍ରେସ ମିଟିଙ୍ଗରେ ବିରାଟ କୋହଲି ନଜର ଆସି ନାହାଁନ୍ତି। ଦକ୍ଷିଣ ଆଫ୍ରିକାରେ ପ୍ରେସ କନ୍ଫରେନ୍ସରେ ଅନୁପସ୍ଥିତରେ ଥିବା କୋହଲିଙ୍କୁ ନେଇ ପିଲାବେଳର କୋଚ ରାଜକୁମାର ଶର୍ମା ଆଶ୍ଚର୍ଯ୍ୟ ହୋଇଛନ୍ତି। ସେ ଦାବି କରିଛନ୍ତିକି ତାଙ୍କୁ ଏହା ବୁଝିବାକୁ ଅସୁବିଧା ହେଉଛିକି ଅଧିନାୟକ ପ୍ରେସ କନ୍ଫରେନ୍ସରେ କଣ ପାଇଁ ଅନୁପସ୍ଥିତ ଅଛନ୍ତି।

ଇଣ୍ଡିଆ ନ୍ୟୁଜ ସହ କଥା ହୋଇ ରାଜ କୁମାର ଶର୍ମା କହିଛନ୍ତି,”ଏହାର କାରଣ ବୁଝାପଡୁନାହିଁ। ମତେ ଲାଗୁଛି କି ବିସିସିଆଇ କୌଣସି ନୂଆ ନିଜୟ କରିଥିବକି କିଏ ସଂଵୋଧିତ କରିବା ବା ମିଡ଼ିଆ ମ୍ୟାନେଜରକୁ ଅଧିକଅଧିକାର ଦିଆଯାଇଥିବ କି ସେ ନିର୍ଣ୍ଣୟ ନେବେ କି କଣ ଅଧିନାୟକ ଯିବେ କି ନାହିଁ”।

ସେ କହିଛନ୍ତି,”ଦକ୍ଷିଣ ଆଫ୍ରିକା ସହ ଦୁଇଟି ଯାକ ମ୍ୟାଚ ପୂର୍ବରୁ ଓ ପରେ ପ୍ରେସ କନ୍ଫରେନ୍ସରେ ବିରାଟ କୋହଲିଙ୍କ ଅନୁପସ୍ଥିତର କୌଣସି କାରଣ ଥିବ।ଏହା ବୁଝିବା କଷ୍ଟକରକି ଅଚାନକ ପରିବର୍ତ୍ତନ କଣ ପାଇଁ କରାଯାଇଛି ବା ବାସ୍ତବରେ ପରିବର୍ତ୍ତନ କରାଯାଇଛି ନା କୌଣସି ସଂଯୋଗ”। ଦ୍ୱିତୀୟ ଟେଷ୍ଟର ପୂର୍ଵ ସଂଧ୍ୟାରେ ହୋଇଥିବା ପ୍ରେସ କନ୍ଫରେନ୍ସରେ କୋଚ ରାହୁଲ ଦ୍ରାଭିଡ ଦାବି କରିଥିଲେକି ବିରାଟ ନିଜର ୧୦୦ ତମ ଟେଷ୍ଟ ପୂର୍ବରୁ ଏକ ପ୍ରେସ କନ୍ଫରେନ୍ସ କରିବେ ଓ ଆପଣ ସେବେ ତାଙ୍କୁ ଯାହା ଚାହିଁବେ ପଚାରିପାରିବେ।

Google

ଭାରତୀୟ ଟେଷ୍ଟ ଅଧିନାୟକ କୋହଲି ପିଠି ଦରଜ କାରଣରୁ ଜୋହାନବର୍ଗରେ ହୋଇଥିବା ଦ୍ୱିତୀୟ ଟେଷ୍ଟ ଖେଳିପାରିନଥିଲେ। ଏହି କାରଣରୁ ଏବେ କେପଟାଉନରେ ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ପୁରା ହେବନାହିଁ। ଏବେ ଆଗାମି ମାସରେ ବେଙ୍ଗଲୋରରେ ଶ୍ରୀଲଙ୍କା ସହ ଟେଷ୍ଟ ସିରିଜରେ ତାଙ୍କର ୧୦୦ ତମ ଟେଷ୍ଟ ମ୍ୟାଚ ପୁରା ହେବ।ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ତୃତୀୟ ବା ସିରିଜର ଶେଷ ମ୍ୟାଚ ୧୧ ଜାନୁଆରୀକୁ କେପଟାଉନରେ ଖେଳାଯିବାର ଅଛି। ସିରିଜ ୧-୧ରେ ବରାବରିରେ ଅଛି।

ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *