ବ୍ୟୁରୋ ରିପୋର୍ଟ: ଟି-୨୦ ଟିମରେ ଟିମ ଇଣ୍ଡିଆର ଫଇସଲା କଣ ହେବ?କଣ ଟିମ ଇଣ୍ଡିଆ ନିଜ ସିନିୟର ଖେଳାଳିଙ୍କୁ ବାହାର କରିବାର ରିସ୍କ ଉଠାଇପାରିବ? ପୂର୍ଵ ନେସନାଲ ଚୟନକର୍ତ୍ତା ସବା କରିମ ଏହି କଥାକୁ ନେଇ ବୟାନ ଦେଇଛନ୍ତି।

ସବା କରିମଙ୍କର କହିବା ଅଟେକି ରୋହିତ ଶର୍ମା, କେ ଏଲ ରାହୁଲ ଓ ବିରାଟ କୋହଲି ଫେରିବା ପରେ ସିଧା ଚୂଡାନ୍ତ ଏକାଦଶରେ ଜାଗା ପାଇବେ କିନ୍ତୁ ଏତେ ଅନୁଭବୀ ହେବା ପରେ ତିନିଜଣଙ୍କୁ ଏବେ ନିଜ ଖେଳର ଶୈଳୀ ବଦଳାଇବାକୁ ପଡିବ।
ପୂର୍ଵ ଚୟନକର୍ତ୍ତା କହିଛନ୍ତି ଯଦି ତାଙ୍କ ବ୍ୟାଟିଙ୍ଗକୁ ନେଇ ପ୍ରଶ୍ନ ଉଠୁଛି ତେବେ ତାଙ୍କୁ ଏହାର ଜବାବ ଦେବାକୁ ହେବ। ଯଦି ଏପରି ହେବ ନାହିଁ ତେବେ ଟିମ ମ୍ୟାନେଜମେଣ୍ଟକୁ ସିନିୟର ଖେଳାଳିଙ୍କ ସହ କଡା କଥା ହେବାକୁ ହେବ। ଆମକୁ ଆଶା ଅଛି କି ସିନିୟର ଖେଳାଳି ଟି-୨୦ ଅନୁସାରେ ନିଜକୁ ପରିବର୍ତ୍ତନ କରିବେ।

ଯୁବ ଟିମ ଇଣ୍ଡିଆ କରିଥିଲା ତୁଫାନି ଆରମ୍ଭ:
ଆପଣଙ୍କୁ କହିରଖିବୁ ଅଳ୍ପଦିନ ତଳେ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ହୋଇଥିବା ଟି-୨୦ ସିରିଜରେ ଇସାନ କିସାନ ଓ ଋତୁରାଜ ଗାୟକୱାଡ଼ ଭାରତ ତରଫରୁ ଓପନିଙ୍ଗ କରିଥିଲେ। ଆୟରଲ୍ୟାଣ୍ଡ ବିରୁଦ୍ଧରେ ଟି-୨୦ ସିଜନରେ ମଧ୍ୟ ଏହି ଦୁହେଁ ଓପନିଙ୍ଗ କରିପାରନ୍ତି।
କିନ୍ତୁ ଇଂଲଣ୍ଡ ସହ ଟି-୨୦ ସିରିଜରେ ଯଦି କେଏଲ ରାହୁଲଜ଼ ବିରାଟ କୋହଲି ଓ ରୋହିତ ଶର୍ମା ଉପଲବ୍ଧ ରୁହଁନ୍ତି ତେବେ କେ ଏଲ ରାହୁଲ ଓ ରୋହିତ ଶର୍ମା ଓପନିଙ୍ଗ କରିପାରନ୍ତି, ଯିଏକି ଲମ୍ବା ସମୟରୁ ଓପନିଙ୍ଗ କରୁଛନ୍ତି।

ଇସାନ କିସାନ ଓ ଋତୁରାଜ ଗାୟକୱାଡ଼ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଯେଉଁଭଳି ଓପନିଙ୍ଗ କରିଥିଲେ ସେଥିରୁ ନୂଆ ଟିମ ଇଣ୍ଡିଆର ଖେଳିବାର ନୂତନ ଶୈଳୀ ଜଣାପଡିଥିଲା। ଏପରି ମାନାଯାଉଛି ଲମ୍ବା ରଣନୀତି ପାଇଁ ଟିମ ଇଣ୍ଡିଆକୁ ଏହି ଶୈଳୀ ଆପଣାଇବାକୁ ପଡିବ।
ଅନ୍ୟ ପଟେ ଯଦି କେ ଏଲ ରାହୁଲ ଓ ରୋହିତ ଶର୍ମାଙ୍କ କଥା କହିବା ତ ଦୁହେଁ ଅନେକ ଥର ସ୍ଲୋ ଆରମ୍ଭ କରିଛନ୍ତି। ଯାହା ଉପରେ ଅନେକ ଥର ପ୍ରଶ୍ନ ଉଠିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।