ବିରାଟ କୋହଲି କ୍ରିକେଟ ଖେଳ ଭିତରେ ଗୋଟିଏ ପ୍ରତିଷ୍ଠିତ ନାମ। ସେ ଜଣେ ଉଚ୍ଚସ୍ତରୀୟ ଖେଳାଳି ଅଟନ୍ତି। ଭାରତୀୟ ଦଳ ଏସିଆ କପ ୨୦୨୨ ରେ ୧୮ ତାରିଖକୁ ପ୍ରଥମ ମ୍ୟାଚ ଖେଳୁଛି। ରୋହିତ ଶର୍ମା ଅଟନ୍ତି ଟିମ ଇଣ୍ଡିଆର କ୍ୟାପଟେନ। ବିରାଟ କୋହଲି ଏହି ମ୍ୟାଚରେ ଖେଳୁଛନ୍ତି ଏବଂ ସେ ଏହି ମ୍ୟାଚରେ ବ୍ୟାଟିଂ ନକରି ବି ହାସଲ କଲେ ବଡ଼ କୀର୍ତ୍ତିମାନ। ଏହା କରିବାରେ ସେ ପ୍ରଥମ ଭାରତୀୟ ଖେଳାଳି ବନିଛନ୍ତି।

ବିରାଟ କୋହଲି ବନେଇଲେ ଖାସ୍ ରେକର୍ଡ: ନ୍ୟୁଜ ଲେଖା ହେଲା ବେଳେ ଭାରତ ଏସିଆ କପ ୨୦୨୨ ର ପ୍ରଥମ ମ୍ୟାଚ ପାକିସ୍ତାନ ବିପକ୍ଷରେ ଖେଳୁଛି। T-20 କ୍ରିକେଟରେ ଏହି ମ୍ୟାଚ କୋହଲିଙ୍କର ୧୦୦ ତମ ମ୍ୟାଚ ଅଟେ। ବିରାଟ କୋହଲି ଏହି ରେକର୍ଡ ୩ ଫର୍ମାଟରେ କରିବାରେ ଦୁନିଆର ଦ୍ୱିତୀୟ ଖେଳାଳି ଏବଂ ଭାରତର ପ୍ରଥମ ଖେଳାଳି ବନିଛନ୍ତି। କୋହଲିଙ୍କ ପୂର୍ବରୁ ରସ ଟେଲର ଏହି ରେକର୍ଡ କରିଥିଲେ।
ତେବେ ଏବି ଡିଭିଲିୟର୍ସ ଯିଏକି ଜଣେ ଜବରଦସ୍ତ ବ୍ୟାଟ୍ସମାନ ଭାବେ ଜଣା ଯାଆନ୍ତି ସେ ବିରାଟ କୋହଲିଙ୍କ ପାଇଁ ଏକ ଭିଡିଓ କରିଛନ୍ତି। ସେ କୋହଲିଙ୍କୁ ଶୁଭେଚ୍ଛା ଦେଇଛନ୍ତି।
.@ABdeVilliers17 has a special message for his close friend @imVkohli ahead of his 100th T20I! ❤️
DP World #AsiaCup2022 | #INDvPAK | #TeamIndia | #BelieveInBlue | #GreatestRivalry pic.twitter.com/nG0VbOo27O
— Star Sports (@StarSportsIndia) August 28, 2022
ତେବେ ବିରାଟ କୋହଲି ଜଣେ ଉଚ୍ଚକୋଟୀର ଖେଳାଳି। ସେ IPL ରେ RCB ଟିମରେ ଅଛନ୍ତି। ସେ ଟିମ ଇଣ୍ଡିଆର ଜଣେ ଜବରଦସ୍ତ ଖେଳାଳି ଅଟନ୍ତି। କୋହଲି ୧୦୨ ଟି ଟେଷ୍ଟ, ୨୬୨ ଟି ODI ଏବଂ ୧୦୦ ଟି T-20 ଏଯାଏ ଖେଳିଛନ୍ତି।