IND vs SA: ବିରାଟ କୋହଲିଙ୍କ ଟାର୍ଗେଟରେ ଦ୍ରାଭିଡ-ସେହ୍ଵାଗ, ରାହାଣେ-ପୂଜାରା ଲିଷ୍ଟରେ ନାହାଁନ୍ତି!

ଭାରତୀୟ ଟେଷ୍ଟ ଅଧିନାୟକ ବିରାଟ କୋହଲି କିଛି ଦିନ ହେବ ଚର୍ଚ୍ଚାରେ ଅଛନ୍ତି। ଅଧିନାୟକତ୍ୱକୁ ନେଇ ସେ ଦେଇଥିବା ବୟାନ କାରଣରୁ ତାଙ୍କର ଅନେକ ପ୍ରସଂସକ ମଧ୍ୟ ନିରାଶ ଅଛନ୍ତି। କିନ୍ତୁ ଇତିହାସରେ ବିରାଟ କୋହଲି ଯେବେ ଯେବେ ଆଲୋଚନାର ସାମ୍ନା କରିଛନ୍ତି ଏହାର ଉତ୍ତର ସେ ବ୍ୟାଟରେ ଦେଇଛନ୍ତି। ବିରାଟ କୋହଲିଙ୍କ ପାଖରେ ପୁଣି ଥରେ ଏପରି କରିବାର ମୌକା ଅଛି। ଭାରତ ଓ ଦକ୍ଷିଣ ଆଫ୍ରିକା ମଧ୍ୟରେ ୨୬ ଡିସେମ୍ବରରୁ ଟେଷ୍ଟ ସିରିଜ ଆରମ୍ଭ ହେବାକୁ ଯାଉଛି। ବିରାଟ କୋହଲି ଯଦି ନିଜ ରେକର୍ଡ ଅନୁସାରେ ବ୍ୟାଟିଙ୍ଗ କରିବେ ତେବେ ଏହି ସିରିଜରେ ଅନେକ ମହାନ ବ୍ୟାଟ୍ସମ୍ୟାନଙ୍କୁ ପଛରେ ପକାଇଦେବେ। ଏଥିରେ ଟିମର କୋଚ ରାହୁଲ ଦ୍ରାଭିଡ ଓ ପୂର୍ଵ ଓପନର ବିରେନ୍ଦ୍ର ସେହ୍ଵାଗ ସାମିଲ ଅଛନ୍ତି।

Google

ଭାରତୀୟ ଟିମ ଦକ୍ଷିଣ ଆଫ୍ରିକା ସହ ତିନୋଟି ମ୍ୟାଚ ବିଶିଷ୍ଟ ଟେଷ୍ଟ ସିରିଜ ଖେଳିବ। ଏହାର ଆରମ୍ଭ ବକ୍ସିଙ୍ଗ ଡେ ବା ୨୬ ଡିସେମ୍ବରରୁ ଆରମ୍ଭ ହେବାକୁ ଯାଉଛି। ଭାରତୀୟ ଟିମ ଆଜି ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ଗୋଟେ ମଧ୍ୟ ଟେଷ୍ଟ ସିରିଜ ଜିତିନି ତେଣୁ ଆପଣ ଜାଣିପାରୁଥିବେ ବିରାଟ କୋହଲିଙ୍କ ସାମ୍ନାରେ କେତେ ବଡ଼ ଚ୍ୟାନେଞ୍ଜ ଅଛି।ବିରାଟଙ୍କୁ ଏହି ଟେଷ୍ଟ ସିରିଜ ଜିତିବା ପାଇଁ ହେଲେ ପୂର୍ଵ ଫର୍ମରେ ବ୍ୟାଟିଙ୍ଗ କରିବାକୁ ହେବ ଯାହା ସେ ୨୦୨୧ରେ କରିପାରିନାହାନ୍ତି।

ବିରାଟ କୋହଲି ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୧୨ ଟି ଟେଷ୍ଟ ମ୍ୟାଚରେ ୫୯.୭୨ର ଔସତରେ ୧୦୭୫ ରନ କରିସାରିଛନ୍ତି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ତାଙ୍କ ଠୁ ଅଧିକ ରନ କେବଳ ତିନୋଟି ଭାରତୀୟ ବ୍ୟାଟ୍ସମ୍ୟାନ କରିଛନ୍ତି। ସଚିନ ଟେନ୍ଦୁଲକର ୧୭୪୧ ରନ ସହିତ ଏହି ଲିଷ୍ଟରେ ପ୍ରଥମ ସ୍ଥାନରେ ସାମିଲ ଅଛନ୍ତି। ଦ୍ୱିତୀୟ ସ୍ଥାନରେ ୧୩୦୬ ରନ ସହିତ ବିରେନ୍ଦ୍ର ସେହ୍ଵାଗ ଅଛନ୍ତି। ସେହିପରି ୧୨୫୨ ରନ ସହିତ ରାହୁଲ ଦ୍ରାଭିଡ ତୃତୀୟ ସ୍ଥାନରେ ଅଛନ୍ତି।ଏହି ସିରିଜରେ ଯଦି ବିରାଟ କୋହଲି ୨୩୨ ରନ କରିଦେବେ ତେବେ ସେ ବିରେନ୍ଦ୍ର ସେହ୍ଵାଗ ଓ ରାହୁଲ ଦ୍ରାଭିଡଙ୍କ ଠୁ ଆଗକୁ ଚାଲିଯିବେ। ଯଦି ଔସତର କଥା କହିବା ତ ବିରାଟଙ୍କ ଔସତ ଦକ୍ଷିଣ ଆଫ୍ରିକାରେ ସବୁ ବ୍ୟାଟ୍ସମ୍ୟାନଙ୍କ ଠୁ ଭଲ। ତାଙ୍କ ଔସତ ଦକ୍ଷିଣ ଆଫ୍ରିକାରେ ପାଖାପାଖି ୬୦ ଅଟେ।

Google

ରାହାଣେ -ପୂଜାରା ଲିଷ୍ଟରେ ବହୁତ ପଛରେ: ଅଜିଙ୍କ୍ୟ ରାହାଣେ ଓ ଚେତେଶ୍ୱର ପୂଜାରା ମଧ୍ୟ ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଏହି ଟେଷ୍ଟ ସିରିଜରେ ଓହ୍ଲାଇବେ। କିନ୍ତୁ ସବୁଠୁ ଅଧିକ ରନ ଲିଷ୍ଟରେ ତାଙ୍କ ସ୍ଥାନ ବହୁତ ପଛରେ ଅଛି। ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ଟେଷ୍ଟରେ ପୂଜାରା ୭୫୮ ଓ ରାହାଣେ ୭୪୮ ରନ କରିଛନ୍ତି। ଯଦି ଏହି ସିରିଜରେ ଦୁହେଁ ଭଲ ପ୍ରଦର୍ଶନ କରନ୍ତି ତେବେ ବିରାଟ କୋହଲିଙ୍କ ପାଖୁତ ପହଁଚିପାରିବେ କିନ୍ତୁ ସେହ୍ଵାଗ କି ଦ୍ରାଭିଡଙ୍କ ପର୍ଯ୍ୟନ୍ତ ପହଁଚିପାରିବେନି। ରୋହିତ ଶର୍ମା ଦକ୍ଷିଣ ଆଫ୍ରିକା ବିରୁଦ୍ଧରେ ୯ ମ୍ୟାଚରେ ୬୭୮ ରନ କରିସାରିଛନ୍ତି। ସେ ଏହି ଟେଷ୍ଟ ସିରିଜରେ ଆଘାତ କାରଣରୁ ବାହାର ହୋଇଯାଇଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *