ବିରାଟ କୋହଲି ଏହି ବର୍ଷ ସବୁଠୁ ଚର୍ଚ୍ଚିତ ଭାରତୀୟ କ୍ରିକେଟର ଅଟନ୍ତି। ଟି-୨୦ ବିଶ୍ୱକପ ୨୦୨୧ରେ ଟିମର ପ୍ରଦର୍ଶନ ଭଲ ରହିନଥିଲା। ଏହା ପୂର୍ବରୁ ବିରାଟ କୋହଲି ଟି-୨୦ ଅଧିନାୟକ ପଦ ଛାଡିବେ ବୋଲି ଘୋଷଣା କରିଥିଲେ। ଏହା ପରେ ତାଙ୍କ ଠୁ ଏକଦିବସିୟ ଅଧିନାୟକ ପଦ ମଧ୍ୟ ଛଡାଇନିଆଯାଇଥିଲା। ସେ କେବଳ ଟେଷ୍ଟର ଅଧିନାୟକ ଅଟନ୍ତି। ସେ ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଅଛନ୍ତି। ସେଂଚୁରିଆନରେ ଖେଳାଯାଉଥିବା ପ୍ରଥମ ଟେଷ୍ଟରେ ଭାରତ ବିଜୟର ଆଖପାଖରେ ଅଛି। ଏହା ଏଥିପାଇଁ ମଧ୍ୟ ଗୁରୁତ୍ୱପୂର୍ଣ୍ଣ କାରଣ ସେଂଚୁରିଆନରେ ଭାରତ ଏଯାଏ କୌଣସି ଟେଷ୍ଟ ମ୍ୟାଚ ଜିତିନାହିଁ। ଅନ୍ୟ ପଟେ ଦକ୍ଷିଣ ଆଫ୍ରିକାରେ ଭାରତ ଏଯାଏ ପର୍ଯ୍ୟନ୍ତ ଟେଷ୍ଟ ସିରିଜ ଜିତିପାରିନାହିଁ।

ପ୍ରଥମ ଟେଷ୍ଟ କଥା କହିବା ତ ଭାରତୀୟ ଟିମ ପ୍ରଥମ ପାରିରେ ୩୨୭ ରନ କରିଥିଲା। ଜବାବରେ ଦକ୍ଷିଣ ଆଫ୍ରିକା ଟିମ ପ୍ରଥମ ପାରିରେ ୧୯୭ରନ କରିଥିଲା। ଦ୍ୱିତୀୟ ପାରିରେ ଭାରତୀୟ ଟିମ ମାତ୍ର ୧୭୪ ରନ କରିଥିଲା। ଏହିପରି ବିଜୟ ପାଇଁ ଦକ୍ଷିଣ ଆଫ୍ରିକାକୁ ୩୦୫ ରନର ଟାର୍ଗେଟ ମିଳିଛି। ଚତ୍ରୁର୍ଥ ଦିନ ଖେଳ ଶେଷ ସୁଦ୍ଧା ଦକ୍ଷିଣ ଆଫ୍ରିକା ଟିମ ୯୪ ରନରେ ୪ ୱିକେଟ ହରାଇଦେଇଛି। ଶେଷ ଦିନ ଭାରତକୁ ଜିତିବା ପାଇଁ ୬ ୱିକେଟର ଆବଶ୍ୟକତା ଅଛି।ଦ୍ୱିତୀୟ ଦିନ ବର୍ଷା କାରଣରୁ ଖେଳ ହୋଇପାରିନଥିଲା ମାନେ ଏବେ ପର୍ଯ୍ୟନ୍ତ ତିନି ଦିନ ହିଁ ଖେଳ ହୋଇଛି।
ପାରିରେ ହାରିସାରଛି ଭାରତୀୟ ଟିମ:ସେଂଚୁରିଆନର କଥା କହିବା ତ ଭାରତ ଏଠାରେ ତୃତୀୟ ଟେଷ୍ଟ ଖେଳୁଛି। ଏହା ପୂର୍ବରୁ ଏଠାରେ ଭାରତ ଖେଳିଥିବା ଦୁଇଟି ଯାକ ଟେଷ୍ଟରେ ହାରିଥିଲା। ଏଠାରେ ପ୍ରଥମ ମ୍ୟାଚ ଭାରତ ଡିସେମ୍ବର ୨୦୧୦ରେ ଖେଳିଥିଲା ଓ ଏହି ମ୍ୟାଚରେ ଭାରତକୁ ଦକ୍ଷିଣ ଆଫ୍ରିକା ଏକ ପାରି ଓ ୨୫ ରନରେ ହରାଇଥିଲା। ଏହା ପରେ ଦ୍ୱିତୀୟ ଥର ଜାନୁଆରୀ ୨୦୧୮ ରେ ଏଠାରେ ଭାରତକୁ ଦକ୍ଷିଣ ଆଫ୍ରିକା ୧୩୫ ରନରେ ହରାଇଥିଲା। ଦକ୍ଷିଣ ଆଫ୍ରିକାର ଏହି ଗ୍ରାଉଣ୍ଡ ସବୁଠୁ ଅଧିକ ପସନ୍ଦ। ଦକ୍ଷିଣ ଆଫ୍ରିକା ଏହି ଗ୍ରାଉଣ୍ଡରେ ୨୬ ଟେଷ୍ଟ ମ୍ୟାଚ ଖେଳିଛି ଯେଉଁଥିରୁ ୨୧ ଟେଷ୍ଟ ଜିତିଥିବା ବେଳେ ମାତ୍ର ୨ ଟି ଟେଷ୍ଟ ହାରିଛି ଓ ୩ ଟି ଟେଷ୍ଟ ଡ୍ର ହୋଇଛି। ମାନେ ଦକ୍ଷିଣ ଆଫ୍ରିକା ଏଠାରେ ୮୧% ମ୍ୟାଚ ଜିତିଛି।

କେବଳ ଦୁଇଟି ବିଦେଶୀ ଟିମ ଜିତିପାରିଛି ଏଠାରେ:ସେଂଚୁରିଆନ କଥାକହିବାତ ଏବେ ପର୍ଯ୍ୟନ୍ତ ୯ ଟି ବିଦେଶୀ ଟିମ ଏଠାରେ କମସେ କମ ଦୁଇଟି ଟେଷ୍ଟ ମ୍ୟାଚ ଖେଳିଛନ୍ତି କିନ୍ତୁ ମାତ୍ର ଦୁଇଟି ବିଦେଶୀ ଟିମ ଏଠି ବିଜୟ ପାଇଛି। କେବଳ ଅଷ୍ଟ୍ରେଲିଆ ଓ ଇଂଲଣ୍ଡ ଏଠାରେ ବିଜୟ ପାଇଛି। ଏବେ ଟିମ ଇଣ୍ଡିଆ ପାଖରେ ଏପରି କରିବା ପାଇଁ ମୌକା ଅଛି।ପାକିସ୍ତାନ ଏଠାରେ ଖେଳିଥିବା ୩ ଟି ଟେଷ୍ଟ ଓ ଶ୍ରୀଲଙ୍କା ଖେଳିଥୁବା ୫ ଟି ଯାକ ଟେଷ୍ଟ ହାରିଛି।ବଙ୍ଗଳାଦେଶ ମଧ୍ୟ ଗୋଟେ ମ୍ୟାଚ ହାରିଛି। ଯଦି ଭାରତ ଏହି ମ୍ୟାଚ ଜିତେ ତେବେ ଏସିଆ ଟିମ ଭାବେ ପ୍ରଥମ ଏଠାରେ ଟେଷ୍ଟ ମ୍ୟାଚ ଜିତିବ।
ଦ୍ୱିତୀୟ ସବୁଠୁ ସଫଳ ଅଧିନାୟକ ହେବେ:ବିରାଟ କୋହଲି ଏବେ ପର୍ଯ୍ୟନ୍ତ ଦକ୍ଷିଣ ଆଫ୍ରିକାରେ ତିନୋଟି ଯାକ ଫର୍ମାଟରେ ଅଧିନାୟକ ରୂପରେ ୭ ଟି ମ୍ୟାଚ ଜିତିଛନ୍ତି। ଯଦି ଏହି ଟେଷ୍ଟ ମ୍ୟାଚ ଭାରତ ଜିତିବ ତେବେ ସେ ବିଦେଶୀ ଅଧିନାୟକ ରୂପରେ ସବୁଠୁ ଅଧିକ ମ୍ୟାଚ ଜିତିଥିବା ଅଧିନାୟକ ମାମଲାରେ ଦ୍ୱିତୀୟ ସ୍ଥାନରେ ପହଁଚିଜୀବେ। ଅଷ୍ଟ୍ରେଲିଆର ପୂର୍ଵ ଅଧିନାୟକ ରିଙ୍କି ପଏଣ୍ଟିଙ୍ଗ ୧୪ ଓ ଇଂଲଣ୍ଡର ଇୟୋନ ମୋର୍ଗାନ ୮ ଟି ମ୍ୟାଚ ଜିତିଛନ୍ତି। ଯଦି ଟିମ ଟେଷ୍ଟ ସିରିଜ ଜିତିବ ତେବେ କୋହଲି ମୋର୍ଗାନଙ୍କୁ ପଛରେ ପକାଇଦେବେ।
ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।