କୋହଲିଙ୍କ ରେକର୍ଡର ବରାବରୀ କଲେ ୟସ ଢୁଲ, IPL ଅକନ୍ସରେ ମାରି ପାରନ୍ତି ବାଜି!

ବ୍ୟୁରୋ ରିପୋର୍ଟ: ଅଣ୍ଡର-୧୯ ବିଶ୍ୱକପ ଚାଲିଛି ଓ ଏଥିରେ ଭାରତୀୟ ଦଳ ଦମଦାର ପ୍ରଦର୍ଶନ କରିଚାଲିଛି। ୟସ ଢୁଲ ଭାରତୀୟ ଦଳର ଅଧିନାୟକ ଅଟନ୍ତି। ଏହି ବିଶ୍ୱକପ ରେ ଭାରତ ଚମତ୍କାର ପ୍ରଦର୍ଶନ ଜାରି ରଖିଛି। ଦଳ ଫାଇନାଲରେ ପଂହଁଚିଯାଇଛି। ସେମି ଫାଇନାଲରେ ଅଧିନାୟକ ୟସ ଢୁଲଙ୍କର ସୁନ୍ଦର ୧୧୦ର ଶତକୀୟ ପାରି ଓ ଉପ ଅଧିନାୟକ ଶେଖ ରସିଦଙ୍କ ସୁନ୍ଦର ୯୪ ରନର ଅର୍ଦ୍ଧଶତକୀୟ ପାରି ଦ୍ଵାରା ଭାରତ ଅଷ୍ଟ୍ରେଲିଆକୁ ୯୬ ରନରେ ହରାଇଥିଲା। ଭାରତ ୫ ଫେବୃଆରୀ ରବିବାରକୁ ଫାଇନାଲରେ ଇଂଲଣ୍ଡକୁ ଭେଟିବ।

Google

ସେମି ଫାଇନାଲ ଶତକ ଦ୍ଵାରା ଅଧିନାୟକ ଯସ ଢୁଲ ଏକ ରେକର୍ଡ ନିଜ ନାମରେ କରିଛନ୍ତି। କହିରଖିବୁ ସେ ଅଣ୍ଡର-୧୯ ବିଶ୍ୱକପରେ ଶତକ ମାରିଥିବା ତୃତୀୟ ଭାରତୀୟ ଅଧିନାୟକ ହୋଇ ଯାଇଛନ୍ତି। ତାଙ୍କ ପୂର୍ବରୁ ଏହି ଲିଷ୍ଟରେ ଦୁଇ ଭାରତୀୟ ହେଉଛନ୍ତି ବିରାଟ କୋହଲି ଓ ଉନ୍ମୁକ୍ତ ଚାନ୍ଦ। କହିରଖିବୁ କୋହଲି ୨୦୦୮ଅଣ୍ଡର-୧୯ ବିଶ୍ୱକପରେ ୱେଷ୍ଟଇଣ୍ଡିଜ ବିରୁଦ୍ଧରେ ଓ ଚାନ୍ଦ ୨୦୧୨ ରେ ଅଷ୍ଟ୍ରେଲିଆ ବିରୁଦ୍ଧରେ ଶତକ ମାରିଥିଲେ। ଦୁହିଁଙ୍କ ଅଧିନାୟକତ୍ୱରେ ଭାରତ ଅଣ୍ଡର-୧୯ ବିଶ୍ୱକପ ଜିତିଥିଲା ମଧ୍ୟ।

ଏହା ସହିତ ୟସ ନକଆଉଟ ଅଣ୍ଡର-୧୯ ବିଶ୍ୱକପ ମ୍ୟାଚରେ ଶତକ ମାରିଥିବା ପଞ୍ଚମ ଭାରତୀୟ ଅଟନ୍ତି। ତାଙ୍କ ପୂର୍ବରୁ ଏହି କାରନାମା କରିଛନ୍ତି,ଚେତେଶ୍ୱର ପୂଜାରା, ଉନମୁକ୍ତ ଚାନ୍ଦ, ୟସସ୍ୱି ଜୟସୱାଲ। ୟସଙ୍କ ଅଧିନାୟକତ୍ୱରେ ଅଣ୍ଡର-୧୯ ବିଶ୍ୱକପରେ ଭାରତ ୮ ମ ଥର ଫାଇନାଲରେ ପହଁଚିଛି ଓ ୫ ଥର ଚମ୍ପିୟାନ ହେବାକୁ ଓହ୍ଲାଇବ। ଅବେ ପର୍ଯ୍ୟନ୍ତ ଏହି ଅଣ୍ଡର-୧୯ ବିଶ୍ୱକପରେ ଭାରତ ସବୁ୫ ଟି ଯାକ ମ୍ୟାଚ ଜିତିଛି। ଦଳ ସେମି ଫାଇନାଲରେ ଅଷ୍ଟ୍ରେଲିଆକୁ ହରାଇ ଫାଇନାଲ ଟିକେଟ ହାସଲ କରିନେଇଛି। ଏହି ବିଶ୍ୱକପ ଫାଇନାଲରେ ଭାରତୀୟ ଦଳ ଇଂଲଣ୍ଡ ଟିମକୁ ଭେଟିବ। ଯେଉଁ ଦଳ ଏଥିରେ ବିଜୟ ହେବ ସେ ଚମ୍ପିୟାନ ହେବ।

Google
ଆଇପିଏଲ ନିଲାମୀରେ ହୋଇପାରନ୍ତି ବିକ୍ରି:

ଆଇପିଏଲ ୨୦୨୨ରେ ୮ ସ୍ଥାନରେ ୧୦ ଟିମ ଓହ୍ଲାଇବାର ଅଛି ଓ ମେଗା ଅକ୍ସନ ହେବାକୁ ଯାଉଛି। ମେଗା ଅକ୍ସନ ଫେବୃଆରୀ ୧୨ ଓ ୧୩ କୁ ବାଙ୍ଗାଲୋରରେ ଅନୁଷ୍ଠିତ ହେବାକୁ ଯାଉଛି। ଏହି ମେଗା ଅକ୍ସନ ପାଇଁ ବିସିସିଆଇ ୫୯୦ ଜଣଙ୍କ ଲିଷ୍ଟ ଜାରି କରିଛି ଓ ଯସ ଢୁଲ ମଧ୍ୟ ଏଥିରେ ସାମିଲ ଅଛନ୍ତି। ତାଙ୍କ ବେଶ ପ୍ରାଇସ୍ ୨୦ ଲକ୍ଷ ରଖା ଯାଇଛି। ତାଙ୍କର ଏହି ସୁନ୍ଦର ଫର୍ମକୁ ଦେଖି ଟିମ ମାନେ ତାଙ୍କ ଉପରେ ବଡ଼ ଦାମ ଲଗାଇ ପାରନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *