କୋହଲି-ରୋହିତଙ୍କୁ ନେଇ ନାହିଁ ଚିନ୍ତା! ସୌରଭ ଗାଙ୍ଗୁଲିଙ୍କ ବଡ଼ ବୟାନ, ପଢନ୍ତୁ ପୁରା ଖବର

ବ୍ୟୁରୋ ରିପୋର୍ଟ: ଆଇପିଏଲ ୨୦୨୨ରେ ଅନେକ ଖେଳାଳି ରନ କରୁଥିବା ବେଳେ ଭାରତୀୟ କ୍ରିକେଟର ଦୁଇ ମହାନ ଖେଳାଳି ରନ ପାଇ ସଂଘର୍ଷ କରୁଛନ୍ତି। ଆଇପିଏଲର ପୂର୍ଵ ସିଜନରେ ଧମାଲ କରୁଥିବ ଏହି ଦୁଇ ବ୍ୟାଟ୍ସମ୍ୟାନଙ୍କ ବ୍ୟାଟ ଏହି ସିଜନରେ ଶାନ୍ତ ରହିଛି। ଏହାର ପରିଣାମ ଦୁଇ ଖେଳାଳିଙ୍କ ଟିମ ଭୋଗୁଛି। ଗୋଟେ ପଟ ଯେଉଁଠି ମୁମ୍ବାଇ ପ୍ଲେଅଫରୁ ବାହାର ହୋଇଯାଇଛି ଅନ୍ୟ ପଟେ ଆରସିବି ପାଇଁ ପ୍ଲେଅଫରେ ପହଁଚିବା କଷ୍ଟକର ହୋଇଯାଇଛି। ଆଇପିଏଲର ପରେ ଭାରତୀୟ ଟିମକୁ ଦକ୍ଷିଣ ଆଫ୍ରିକା ସହ ୫ ଟି ମ୍ୟାଚ ବିଶିଷ୍ଟ ଟି-୨୦ ସିରିଜ ଖେଳିବାର ଅଛି। ଏହା ପରେ ଆୟରଲ୍ୟାଣ୍ଡ ଓ ପୁଣି ଇଂଲଣ୍ଡ ଗ୍ରସ୍ତ କରିବାର ଅଛି। ଏହା ପରେ ଅଷ୍ଟ୍ରେଲିଆରେ ଟି-୨୦ ବିଶ୍ୱକପ ମଧ୍ୟ ଖେଳିବାର ଅଛି। ଏବେ ଦୁଇ ଖେଳାଳିଙ୍କ ଖରାପ ଫର୍ମ ଟିମ ପାଇଁ ଚିନ୍ତାର ବିଷୟ ପାଲଟିଛି।କିନ୍ତୁ ବିସିସିଆଇ ଅଧକ୍ଷ ସୌରଭ ଗାଙ୍ଗୁଲି କୋହଲି ଓ ରୋହିତଙ୍କ ଫର୍ମକୁ ନେଇ ଚିନ୍ତା ନାହିଁ ବୋଲି କହିଛନ୍ତି।

Google

ସୌରଭ ଗାଙ୍ଗୁଲି କୋହଲି ଓ ରୋହିତଙ୍କ ଫର୍ମକୁ ନେଇ ବଡ଼ କଥା କହିଛନ୍ତି। ଏହା ପୂର୍ବରୁ କହିରଖିବୁ ଆଇପିଏଲ ୨୦୨୨ରେ ଦୁଇ ଖେଳାଳିଙ୍କ ପ୍ରଦର୍ଶନ କିପରି ରହିଛି। କୋହଲି ୧୩ ଟି ମ୍ୟାଚରେ ୨୦ ରୁ କମ ଔସତରେ ୨୩୬ ରନ କରିଛନ୍ତି। ତାଙ୍କର ଷ୍ଟାଇକ ରେଟ ମଧ୍ୟ ୧୧୩ ରହିଛି। ସେ ଏହି ସିଜନରେ ମାତ୍ର ଗୋଟେ ଅର୍ଦ୍ଧଶତକ ମାରିଛନ୍ତି ଓ ତିନିଥର ଗୋଲଡେନ ଡ଼କ ହୋଇଛନ୍ତି। ଏହା ଆଇପିଏଲର ପୂର୍ଵ ୧୪ ସିଜନରେ କୋହଲିଙ୍କର ସବୁଠୁ ଖରାପ ପ୍ରଦର୍ଶନ ଅଟେ। କୋହଲି ଆଇପିଏଲର ଆରମ୍ଭ ସିଜନ ୨୦୦୮ରେ ସବୁଠୁ କମ ରନ କରିଥିଲେ। ଏହି ସିଜନରେ ଆଉ ଏକ ଲିଗ ମ୍ୟାଚ ବାକିଅଛି ଓ କୋହଲି ଏହି ରେକର୍ଡକୁ ଭଲ କରିବାକୁ ଚାହିଁବେ।

ରୋହିତଙ୍କ ବ୍ୟାଟ ନିରବ:

ଅନ୍ୟ ପଟେ ଟିମ ଇଣ୍ଡିଆର ଓ ମୁମ୍ବାଇ ଇଣ୍ଡିଆନ୍ସର ଅଧିନାୟକ ବ୍ୟାଟ୍ସମ୍ୟାନ ରୋହିତ ଶର୍ମାଙ୍କ ଅବସ୍ଥାତ ବିରାଟ କୋହଲିଙ୍କ ଠୁ ମଧ୍ୟ ଖରାପ। ସେ ଏହି ଆଇପିଏଲ ସିଜନରେ ୧୨ ମ୍ୟାଚରେ ୧୮ର ଔସତରେ ୧୨୫ ଷ୍ଟାଇକ ରେଟରେ ୨୧୮ ରନ କରିଛନ୍ତି। ସେ ଏହି ସିଜନରେ ୫ ଥର ଦୁଇ ଅଙ୍କ ମଧ୍ୟ ଛୁଇଁପାରିନାହାଁନ୍ତି। ସେ ଥରେ ଶୂନ୍ୟରେ ଆଉଟ ହୋଇଛନ୍ତି ଓ ଏହି ସିଜନରେ ଗୋଟେ ମଧ୍ୟ ଅର୍ଦ୍ଧଶତକ ମାରିପାରିନାହାଁନ୍ତି। ମୁମ୍ବାଇ ପ୍ଲେ ଅଫରୁ ବାହାର ହୋଇଯାଇଛି ଓ ମୁମ୍ବାଇର ଆଉ ଦୁଇଟି ମ୍ୟାଚ ବାକିଅଛି।

Google

ରୋହିତ-ବିରାଟ ଜଲ୍ଦି ହାସଲ କରିବେ ଫର୍ମ-ଗାଙ୍ଗୁଲି:

ମିଡ-ଡେରେ ଗାଙ୍ଗୁଲି କହିଛନ୍ତି,”ମୁଁ କୋହଲି ଓ ରୋହିତଙ୍କ ଫର୍ମକୁ ନେଇ ଚିନ୍ତାରେ ନାହିଁ। ସେ ବଡ଼ ଖେଳାଳି ଅଟନ୍ତି ଓ ଟି-୨୦ ବିଶ୍ୱକପକୁ ଆହୁରି ବହୁତ ସମୟ ବାକିଅଛି ତେଣୁ ସେ ବହୁତ ଜଲ୍ଦି ନିଜ ଫର୍ମ ହାସଲ କରିନେବେ”। ଏବେ କେବେ ପର୍ଯ୍ୟନ୍ତ ଦୁହେଁ ନିଜ ଫର୍ମ ହାସଲ କରିବେ ଏହା ସମୟ କହିବ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ ।

Leave a Reply

Your email address will not be published. Required fields are marked *