ବ୍ୟୁରୋ ନ୍ୟୁଜ: ଭାରତୀୟ କ୍ରିକେଟ ଟିମ ଭିତରେ ପୂର୍ଵ କିଛି ଦିନରୁ ସବୁକିଛି ଠିକ ଅଛି କି ନାହିଁ ତାହା ନେଇ ଆଲୋଚନା ଚାଲିଛି। ସେହିପରି ଅଧିନାୟକ ବିବାଦ ମଧ୍ୟ କିଛି ଦିନ ହେବ ସାମ୍ନାକୁ ଆସିଛି।ଯେଉଁ ତିନୋଟି ନାମ ଏହି ବିବାଦରେ ଚର୍ଚାରେ ଅଛି ତାହା ହେଉଛି ବିରାଟ କୋହଲି, ରୋହିତ ଶର୍ମା ଓ ବିସିସିଆଇ ଅଧ୍ୟକ୍ଷ ସୌରଭ ଗାଙ୍ଗୁଲି। ଏହି ତିନୋଟି ଯାକ ଷ୍ଟାର ଭିଡ଼ିଓ କଲରେ ଏକାସାଥିରେ ଦେଖାଯାଇଛନ୍ତି?
ଏହା ପୁରା ସତକି ବିରାଟ କୋହଲି, ରୋହିତ ଶର୍ମା ଓ ସୌରଭ ଗାଙ୍ଗୁଲି ଭିଡ଼ିଓ କଲରେ ଏକାସାଥିରେ ସାମ୍ନାକୁ ଆସିଛନ୍ତି। ଏହି ଭିଡ଼ିଓ କଲରେ ଅନେକ ମଜା କଥା ହେଲା ଓ ଦାଦା ନିଜ ଦୁଇ ଅଧିନାୟକଙ୍କ ପାଇଁ ପିଜା ଅର୍ଡର କଲେ। ଆପଣ ଭାବୁଥିବେ ଏପରି କିପରି ହେଲା ଦାଦା ତ କରୋନା ସଂକ୍ରମଣ ବି ଥିଲେ।
Saurvan Ganguly Ordered
White Pizza for Rohit Sharma
Red Pizza For Virat KohliLets see how they reacted 🤩🤩🤩@ImRo45 @imVkohli @SGanguly99 #pizzadelivery #HappyNewYear pic.twitter.com/kPUAB6Gr8h
— HITMAN ❤️ LOVER ❤️ (@ILoveYouJanu69) December 31, 2021
ଏହା ଏକ ଏପରି ଭିଡ଼ିଓ ଥିଲା ଯେଉଁଠି ତିନିଜଣଯାକ ଷ୍ଟାର୍ସଙ୍କର ଅଲଗା ଅଲଗା ଭିଡ଼ିଓ ଲଗାଯାଇଥିଲା। ଏହି ଭିଡ଼ିଓକୁ ୟୁଟୁବରେ ୟୁଟୁବର “ଦି କାର୍ବଟ ଇଂଣ୍ଡିୟନ” ତିଆରି କରିଥିଲେ। ଏହା ସୋସିଆଲ ମିଡ଼ିଆରେ ୩୦ ଡିସେମ୍ବର ୨୦୨୧କୁ ସାମ୍ନାକୁ ଆସିଥିଲା। ଆପଣ ଅଚାନକ ଦେଖିଲେ ଭାବିବେକି ଏହା ଏକ ସତ ଭିଡ଼ିଓ କଲ ଓ ତିନିଜଣଯାକ ସତରେ ଏକାସାଥିରେ ଭିଡ଼ିଓ କଲରେ ଅଛନ୍ତି।
ଏହି ଭିଡ଼ିଓକୁ ସୁନ୍ଦର ଭାବରେ ତିନୋଟି ଅଲଗା ଅଲଗା ଭିଡ଼ିଓକୁ ମିଶାଇ ଲଗାଯାଇ ଏକ ସୁନ୍ଦର ଏଡିଟ କରାଯାଇଛି। ଏହି ଭିଡ଼ିଓରେ ଏକ ଫୁଡ଼ ଡେଲିଭରି ବଏ ଦେଖାଯାଉଛି ଯିଏକି ନାଲି ପିଜା ଓ ଧଳା ପିଜା ଅର୍ଡର କରିବା କଥା କହୁଛି। ଏହି ଅର୍ଡର ସୌରଭ ଗାଙ୍ଗୁଲିଙ୍କ ଦ୍ଵାରା କରାଯାଇଥିଲା।
Happy New Year Indians 😊and Indian cricket fans 😍..
Specially #ViratKohli and #Rohit fans 🤗🤗..
Watch this amazing video by #Ganguly sir 😍.. Ordering pizza for Virat and Rohit…
All is fine gyz.@mufaddal_vohra @CricCrazyJohns plz watch.@imVkohli @BCCI #HappyNewYear2022 1/2 pic.twitter.com/tTBrq5ZTta— Vishal Singh (@fans4AlexZverev) December 31, 2021
ଆପଣ ଭାବୁଥିବେ ନାଲି ପିଜା ଓ ଧଳା ପିଜା କଣ। ଆପଣଙ୍କୁ କହିରଖିବୁ ଅଳ୍ପ ଦିନ ତଳେ କୋହଲିଙ୍କୁ ନାଲି ବଲ କ୍ରିକେଟ ମାନେ ଟେଷ୍ଟ ଅଧିନାୟକ କରାଯାଇଥିବା ବେଳେ ରୋହିତଙ୍କୁ ଧଳା ବଲ ମାନେ ସୀମିତ ଓଭର କ୍ରିକେଟର ନୂତନ ଅଧିନାୟକ କରାଯାଇଛି। ଏହାକୁ ଏଠାରେ ମଜାରେ ଏପରି କୁହାଯାଇଛି।
ରୋହିତ-କୋହଲିଙ୍କ ମଧ୍ୟରେ କିଛି ବିବାଦ ଅଛି କି?:
ଏହି ଭିଡ଼ିଓରେ ହୋସ୍ଟ ପଚାରୁଛିକି ନାଲି ପିଜା ଓ ଧଳା ପିଜାକୁ ନେଇ କିଛି ବିବାଦ ହୋଇଛିକି। ଏହାକୁ ନେଇ ଗାଙ୍ଗୁଲି କହୁଛନ୍ତି ଏହା କେବଳ କାହାଣୀ ଓ ଲୋକ ମିଛରେ ପ୍ରଚାର କରୁଛନ୍ତି। ସେ ଏହା ମଧ୍ୟ କହିଥିଲେକି ରୋହିତ ଓ କୋହଲିଙ୍କ ମଧ୍ୟରେ ବିବାଦ ଅଛି ବୋଲି ମିଛ ପ୍ରଚାର କରାଯାଉଛି।ଏହାର ଜବାବରେ ରୋହିତ କହୁଛନ୍ତିକି ଭଲ କଥା ପ୍ରଚାର କର।
ଏହା ସହିତ ଏହି ଭିଡ଼ିଓରେ ଆପଣଙ୍କୁ ଅଳ୍ପଦିନ ତଳେ କୋହଲି ଓ ଗାଙ୍ଗୁଲିଙ୍କ ମଧ୍ୟରେ ହୋଇଥିବା ବିବାଦର ଝଲକ ମଧ୍ୟ ଦେଖିବାକୁ ମିଳିଛି। ଦକ୍ଷିଣ ଆଫ୍ରିକା ଗ୍ରସ୍ତରେ ଯିବା ପୂର୍ବରୁ କୋହଲି ପ୍ରେସ କନ୍ଫରେନ୍ସରେ କହିଥିଲେକି ତାଙ୍କୁ ଟି-୨୦ ଅଧିନାୟକ ପଦ ଛାଡିବାକୁ କେହି କହିନଥିଲେ।ଏହା ପୂର୍ବରୁ ଗାଙ୍ଗୁଲି କହିଥିଲେକି ସେ ବିରାଟଙ୍କୁ ଅଧିନାୟକ ପଦ ନଛାଡିବାକୁ କହିଥିଲେ।
ଏହି ଭିଡ଼ିଓରେ ହୋସ୍ଟ ୟୁଟୁବର ଅନେକ ମଜାକ ପ୍ରଶ୍ନ ପଚାରୁଛନ୍ତି। ଯାହାର ଜବାବ ମଧ୍ୟ ଏଡିଟ କରାଯାଇଥିବା ତିନିଜଣ ଯାକ ଦେଉଛନ୍ତି। ଏହି ଭିଡ଼ିଓକୁ ପିଜା ଡେଲିଭରି ଉପରେ ପ୍ରସ୍ତୁତ କରାଯାଇଛି। ଆପଣଙ୍କୁ ପୁଣି କହିରଖିବୁ ଏହି ଭିଡ଼ିଓ ଓରିଜିନାଲ ନୁହେଁ ଏଡିଟ କରାଯାଇଛି। ଆପଣ ସେହି ଭିଡ଼ିଓ ଦେଖିବା ପାଇଁ ଚାହୁଁଥିଲେ ଉପରେ ଦିଆଯାଇଥିବା ୟୁଟୁବ ଚ୍ୟାନେଲରେ ଦେଖିପାରିବେ।
ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।