IND VS PAK: କୋହଲି ଓ ରୋହିତ ମ୍ୟାଚ ଖେଳିବାକୁ ଯିବେ ପାକିସ୍ତାନ? ICC ଟ୍ରଫି ଜିତିବାର ଅଛି ଚାନ୍ସ

ରୋହିତ ଶର୍ମା ଓ ବିରାଟ କୋହଲି ଭାରତୀୟ କ୍ରିକେଟ ଟିମର ଦୁଇଟି ବଡ଼ ଖେଳାଳି। କିଛି ଦିନ ତଳେ ରୋହିତଙ୍କୁ ଟି-୨୦ ଟିମର ଅଧିନାୟକ ମଧ୍ୟ କରାଯାଇଛି। ତାଙ୍କୁ ଏକଦିବସିୟ ଟିମର ମଧ୍ୟ ଅଧିନାୟକ କରାଯାଇପାରେ ବୋଲି ଖବର ସୋସିଆଲ ମିଡିଆରେ ଭାଇରଲ ହେଉଥିଲା ମାତ୍ର ଏହା ଅଫିସିଆଲ ନୁହେଁ। ଅନ୍ୟ ପଟେ କୋହଲି ଟେଷ୍ଟରେ ଅଧିନାୟକ ରହିବେ। ଦୁହିଁଙ୍କର ଇଣ୍ଟରନେସନାଲ କ୍ରିକେଟରେ ଭଲ ପ୍ରଦର୍ଶନ ରହିଛି।

Google

ଟିମ ଇଣ୍ଡିଆ ବର୍ଷ ୨୦୦୮ ପରଠୁ ପାକିସ୍ତାନ ଗ୍ରସ୍ତରେ ଯାଇନାହିଁ। ବର୍ଷ ୨୦୨୩ ଏସିଆ କପ ଓ ୨୦୨୫ ଚାମ୍ପିୟାନ ଟ୍ରଫି ମଧ୍ୟ ପାକିସ୍ତାନରେ ହେବ। ଦୁଇଟି ଯାକ ଟୁର୍ଣ୍ଣାମେଣ୍ଟ ଏକଦିବସିୟରେ ଅଟେ ତେଣୁ ଏହି ଟୁର୍ଣ୍ଣାମେଣ୍ଟ ଖେଳିବା ପାଇଁ ଭାରତ ପାକିସ୍ତାନ ଯାଇପାରେ।

ICC ପାକିସ୍ତାନକୁ ବର୍ଷ ୧୯୯୬ ପରେ ପ୍ରଥମ ଥର ଆଇସିସି ଇଭେଣ୍ଟର ଆୟୋଜନର ଦାୟୀତ୍ୱ ଦେଇଛି। ଆଇସିସିର ସଦସ୍ୟ ହୋଇଥିବାରୁ ଇଭେଣ୍ଟରେ ସାମିଲ ହେବାକୁ ଭାରତକୁ ପାକିସ୍ତାନ ଯିବାକୁ ପଡିବ। ନଯିବା ଦ୍ଵାରା ଭାରତ ଉପରେ ବ୍ୟାନ ସହିତ ଜୋରିମାନା ଲାଗିପାରେ। ୨୦୧୬ରେ ହୋଇଥିବା ଟି-୨୦ ବିଶ୍ୱକପରେ ମଧ୍ୟ ପାକିସ୍ତାନ ଟିମ ଭାରତ ଆସିଥିଲା।

Google

ଆଗାମୀ ବର୍ଷ ଟି-୨୦ ଏସିଆ କପ ଶ୍ରୀଲଙ୍କାରେ ହେବ ବୋଲି ଜଣା ଯାଉଛି। ଏହା ଦ୍ଵାରା ଭାରତ ଓ ପାକିସ୍ତାନ ମଧ୍ୟରେ ମ୍ୟାଚ ହେବାର ଚାନ୍ସ ଅଛି। ଅଳ୍ପ ଦିନ ତଳେ ସରିଥିବା ଟି-୨୦ ବିଶ୍ୱକପରେ ବାବର ଆଜମଙ୍କ ଅଧିନାୟକତ୍ୱରେ ପାକିସ୍ତାନ ଟିମ ଭାରତକୁ ୧୦ ୱିକେଟରେ ହରାଇଥିଲା। ବିଶ୍ୱକପରେ ପାକିସ୍ତାନ ପ୍ରଥମ ଥର ଭାରତକୁ ହରାଇଲା।

ଭାରତ ଓ ପାକିସ୍ତାନ ମଧ୍ୟରେ ବର୍ଷ ୨୦୧୨-୧୩ ପରଠୁ କୌଣସି ଦିପାକ୍ଷୀୟ ସିରିଜ ହୋଇନାହିଁ। ଆଇପିଏଲରେ ମଧ୍ୟ ପାକିସ୍ତାନ ଖେଳାଳିଙ୍କ ଖେଳିବା ଉପରେ ପ୍ରତିବନ୍ଧକ ଲଗା ଯାଇଛି। ତେଣୁ ଭାରତ ଓ ପାକିସ୍ତାନ ମଧ୍ୟରେ ଇଣ୍ଟରନେସନାଲ ମ୍ୟାଚ ବହୁତ କମ ହୋଇଥାଏ। କହିରଖିବୁ କି ଟି-୨୦ ବିଶ୍ୱକପରେ ଭାରତ ଓ ପାକିସ୍ତାନ ମ୍ୟାଚର ଟିକେଟ ପ୍ରାୟ ଅଧ ଘଣ୍ଟାଏରେ ସରି ଯାଇଥିଲା।

Google

ପାକିସ୍ତାନ ଟିମ ବର୍ଷ ୨୦୨୩ରେ ଭାରତ ଗ୍ରସ୍ତ କରିପାରେ। ୨୦୨୩ ବିଶ୍ୱକପର ଆୟୋଜନ ଭାରତରେ ହେବ। ତିନୋଟି ଯାକ ଫର୍ମାଟରେ କଥା କହିବା ତ ଭାରତ ଓ ପାକିସ୍ତାନ ମଧ୍ୟରେ ଏବେ ପର୍ଯ୍ୟନ୍ତ ୨୦୦ ମ୍ୟାଚ ଖେଳା ଯାଇଛି। ଟିମ ଇଣ୍ଡିଆ ୭୦ ଓ ପାକିସ୍ତାନ ୮୭ ମ୍ୟାଚ ଜିତିଛି। ହେଲେ ବିଶ୍ଵକପରେ ଭାରତ ପାକିସ୍ତାନ ଠୁ ଅଧିକ ଜିତିଛି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *