କୋହଲିଙ୍କର ପ୍ରଶଂସା କଲେ ରୋହିତ ଶର୍ମା। କହୁ କହୁ କହିଦେଲେ ଏହି କଥା, ପଢନ୍ତୁ ପୁରା ଖବର

କ୍ରିକେଟର ତିନୋଟି ଯାକ ଫର୍ମାଟରେ ଭାରତର ଲାଇନ ଅଫର ସ୍ତମ୍ଭ କୁହାଯାଉଥିବା ବିରାଟ କୋହଲି ଓ ରୋହିତ ଶର୍ମା ଖେଳରେ ବହୁତ ଯୋଗଦାନ ଦେଇଛନ୍ତି। ଟିମର ସଫଳତାରେ ମହତ୍ତ୍ୱପୂର୍ଣ୍ଣ ଭୂମିକା ନିଭାଇଛନ୍ତି। ଯେଉଁଠି ବିରାଟ କୋହଲି ବର୍ଷ ୨୦୧୧ରୁ ତିନୋଟି ଯାକ ଫାର୍ମାଟରେ ଭାରତର ବ୍ୟାଟିଙ୍ଗ କ୍ରମର ପ୍ରମୁଖ ରହିଛନ୍ତି ସେହିପରି ରୋହିତ ଶର୍ମା ବର୍ଷ ୨୦୧୯ରୁ ଟେଷ୍ଟରେ ନିଜ ଜାଗା ପକ୍କା କରିଛନ୍ତି ଓ ସେବେଠୁ ତାଙ୍କ ଅଟକାଇପାରିବା କଷ୍ଟକର ହେଉଛି। ସେ ବର୍ଷ ୨୦୧୩ରୁ ସୀମିତ ଓଭର କ୍ରିକେଟରେ ସ୍ଥାୟୀ ଅଛନ୍ତି ଓ ଲଗାତର ରନ କରୁଛନ୍ତି। ବ୍ୟାଟିଙ୍ଗ ସହିତ ଦୁଇ ବ୍ୟାଟ୍ସମ୍ୟାନ ଅଧିନାୟକତ୍ୱ ମଧ୍ୟ କରୁଛନ୍ତି।

Google

ଗୋଟେ ପଟେ ବିରାଟ କୋହଲି ଏକଦିବସସିୟ ଓ ଟେଷ୍ଟ ଟିମର ଅଧିନାୟକତ୍ୱ କରୁଥିବା ବେଳେ ରୋହିତ ଶର୍ମା ଟି-୨୦ ଇଣ୍ଟରନେସନାଲର ଅଧିନାୟକତ୍ୱ କରୁଥିଲେ। ବିରାଟ କୋହଲି ଆଇସିସି ଟି-୨୦ ବିଶ୍ୱକପ ପରେ ଟି-୨୦ର ଅଧିନାୟକତ୍ୱ ପଦ ଛାଡିଦେଇଥିଲେ ଓ ଏହି ପଦ ଏବେ ରୋହିତ ଶର୍ମାଙ୍କୁ ମିଳିଛି। ଦୁହେଁ ଅନେକ ସମୟରେ ବଡ଼ ପାର୍ଟନରସିପ କରିଥାନ୍ତି। ନ୍ୟୁଜିଲାଣ୍ଡ ସହ ଟି-୨୦ ସିରିଜ ପରେ ବ୍ରେକ ନେଇଥିବା ରୋହିତ କୋହଲିଙ୍କ ପ୍ରସଂସା କରିଛନ୍ତି।

ରୋହିତ ବୋରିଆ ମଜୁମଦାରଙ୍କୁ ଦେଇଥିବା ଏକ ଇଣ୍ଟରଭିଉରେ କୋହଲିଙ୍କ ରେକର୍ଡର ବହୁତ ପ୍ରଶଂସା କରିଛନ୍ତି। ସେ କହିଛନ୍ତି,”ବିରାଟ କୋହଲିଙ୍କ ପରି ସୁନ୍ଦର ବ୍ୟାଟ୍ସମ୍ୟାନ ଆବଶ୍ୟକତା ସର୍ଵଦା ହୋଇଥାଏ। ଟି-୨୦ ଇଣ୍ଟରନେସନାଲରେ ୫୦+ ଔସତ ବହୁତ କିଛି ଦର୍ଶାଉଛି।କଠିନ ପରିସ୍ଥିତି ଓ ଅନୁଭବୀ ବ୍ୟାଟ୍ସମ୍ୟାନ ଟିମର ଲିଡ଼ରସିପି ମଧ୍ୟ କରିଥାନ୍ତି। ତାଙ୍କ ଉପସ୍ଥିତ ମହତ୍ତ୍ୱପୂର୍ଣ୍ଣ ଅଟେ”।

Google

ଯେପରି ରୋହିତ ଶର୍ମା କହିଲେ ଟି-୨୦ ଇଣ୍ଟରନେସନାଲରେ କୋହଲିଙ୍କ ଔସତ ୫୦+ ଅଟେ। ତିନୋଟି ଯାକ ଫର୍ମାଟରେ ୫୦+ ଔସତ ଥିବା ସେ ଏକ ଖେଳାଳି ଅଟନ୍ତି। ସେ ୯୬ ଟି ଟେଷ୍ଟରେ ୫୧.୦୮ ଔସତରେ ୭୭୬୫ ରନ କରିଛନ୍ତି। ୨୫୪ ଏକଦିବସିୟରେ ୫୯.୦୯ର ଔସତରେ ୧୨୧୬୯ ରନ କରିଛନ୍ତି ଓ ଟି-୨୦ ଇଣ୍ଟରନେସନାଲରେ ୫୨.୦୩ର ଔସତରେ ୩୨୨୭ ରନ କରିଛନ୍ତି। ସେ ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ରନ କରିଥିବା ଖେଳାଳି ଅଟନ୍ତି। ୩୮ ଟେଷ୍ଟ ବିଜୟ ସହିତ ସେ ଭାରତର ଟେଷ୍ଟରେ ସବୁଠୁ ସଫଳ ଅଧିନାୟକ ଅଟନ୍ତି।

ରୋହିତ ଶର୍ମାଙ୍କ କଥା କହିବାତ ତାଙ୍କର ଟେଷ୍ଟରେ ୪୩ ମ୍ୟାଚରେ ୪୬.୮୭ ଔସତରେ ୩୦୪୭ ରନ ଅଟେ। ଏକଦିବସିୟରେ ଗୋଟେରୁ ଅଧିକ ଡ଼ବଲ ଶତକ ମାରିଥିବା ରୋହିତ ଶର୍ମା ଏକଦିବସିୟରେ ୪୮.୯୬ର ଔସତରେ ୯୨୦୫ ରନ କରିଛନ୍ତି ।ସେ ୧୧୯ ଟି-୨୦ ଇଣ୍ଟରନେସନାଲ ମ୍ୟାଚରେ ୩୧୯୭ ରନ କରିଛନ୍ତି ଓ ୪ ଟି ଶତକ ମଧ୍ୟ ମାରିଛନ୍ତି।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *