IND VS NZ: ରୋହିତ ଶର୍ମା କଲେ କୋହଲିଙ୍କ ବରାବରି, ହେଲେ ଏହା ପରେ ବି ଆଗରେ ବିରାଟ

ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ତିନୋଟି ମ୍ୟାଚର ଟି-୨୦ ସିରିଜ ଚାଲିଛି ଯାହାର ପ୍ରଥମ ଦୁଇଟି ମ୍ୟାଚ ଭାରତ ଜିତିଯାଇଛି। ଏବେ ଭାରତ ତିନୋଟିରୁ ଦୁଇଟି ଜିତି ସିରିଜ ମଧ୍ୟ ହତେଇ ନେଇଛି। ଭାରତ ପ୍ରଥମ ମ୍ୟାଚ ୫ ୱିକେଟରେ ଓ ଦ୍ୱିତୀୟ ମ୍ୟାଚ ୭ ୱିକେଟରେ ଜିତିଛି। ଏବେ ଭାରତୀୟ ଟି-୨୦ ଦଳର ରେଗୁଲାର ଅଧିନାୟକ ହୋଇଛନ୍ତି ରୋହିତ ଶର୍ମା ଓ ସେ ନିଜର ପ୍ରଥମ ସିରିଜ ଜିତିଯାଇଛନ୍ତି। ଏହି ସିରିଜର ଦ୍ୱିତୀୟ ମ୍ୟାଚରେ ସେ ନିଜ ନାମରେ ଏକ ଅଲଗା ରେକର୍ଡ କରିଛନ୍ତି। ସେ ବିରାଟ କୋହଲିଙ୍କ ବରାବରୀ କରିଛନ୍ତି ଏହା ପରେ ମଧ୍ୟ କୋହଲି ତାଙ୍କ ଠୁ ଆଗରେ ଅଛନ୍ତି।

Google

ଏପରି କିପରି ହୋଇପାରେକି ଜଣେ ଜଣଙ୍କର ବରାବରି କରିବା ପରେ ମଧ୍ୟ ସେ ଆଗରେ ଚାଲୁଛି। ଆଜି ଆମେ ଏହା ବିଷୟରେ ଆଲୋଚନା କରିବା ଓ ସେହି ରେକର୍ଡ ଉପରେ ଆଖି ପକାଇବା। ରୋହିତ ଶର୍ମା ଦ୍ୱିତୀୟ ଟି-୨୦ ମ୍ୟାଚରେ ସୁନ୍ଦର ଅର୍ଦ୍ଧଶତକୀୟ ପାରି ଖେଳିଥିଲେ। ସେ ୩୬ ବଲରେ ୫୫ ରନର ପାରି ଖେଳିଥିଲେ ଯେଉଁଥିରେ ଗୋଟେ ଚୌକା ଓ ୫ ଟି ଛକା ସାମିଲ ଅଛି। ରୋହିତ ଶର୍ମାଙ୍କର ଏହା ଟି-୨୦ ଇଣ୍ଟରନେସନାଲରେ ୨୯ ଥର ୫୦ରୁ ଅଧିକ ରନର ସ୍କୋର ଥିଲା। ବିରାଟ କୋହଲି ମଧ୍ୟ ଟି-୨୦ ଇଣ୍ଟରନେସନାଲରେ ୨୯ ଟି ଅର୍ଦ୍ଧଶତକ ଲଗାଇଛନ୍ତି।

ଏବେ କୋହଲିଙ୍କର ୨୯ ଟି ଅର୍ଦ୍ଧଶତକ ଅଛି କିନ୍ତୁ ରୋହିତ ବରାବରୀ କରି ମଧ୍ୟ ପଛରେ ଅଛନ୍ତି କାରଣ ରୋହିତଙ୍କର ଟି;୨୦ ଇଣ୍ଟରନେସନାଲରେ ୨୫ ଟି ଅର୍ଦ୍ଧଶତକ ଓ ୪ ଟି ଶତକ ଅଛି। କିନ୍ତୁ କୋହଲିଙ୍କ ନାମରେ ଗୋଟେ ମଧ୍ୟ ଶତକ ନାହିଁ।ଟି-୨୦ ଇଣ୍ଟରନେସନାଲରେ ସବୁଠୁ ଅଧିକ ଶତକ ମଧ୍ୟ ରୋହିତ ଶର୍ମାଙ୍କ ନାମରେ ଅଛି।

Google

ସେହିପରି ଏକଦିବସିୟରେ ମଧ୍ୟ ତାଙ୍କ ନାମରେ ତିନୋଟି ଦୁଇ ଶତକ ଅଛି। ଯାହାର ରେକର୍ଡ଼ କେବଳ ତାଙ୍କରି ନାମରେ ଅଛି। ଟି-୨୦ ବିଶ୍ୱକପ ପରେ ବିରାଟ କୋହଲି ଟି-୨୦ ର ଅଧିନାୟକ ପଦ ଛାଡିଦେଇଥିଲେ ଓ ଏହା ରୋହିତ ଶର୍ମାଙ୍କୁ ଦିଆଯାଇଥିଲା। ଏହା ସହ ଅନେକ ଦିନ ବାୟୋବବୁଲରେ ରହିବା ଦ୍ଵାରା ଏବେ ବିରାଟ କୋହଲି ନ୍ୟୁଜିଲ୍ୟାଣ୍ଡ ସିରିଜରେ ବିଶ୍ରାମ ନେଇଛନ୍ତି। କେବଳ ଟି-୨୦ ସିରିଜ ନୁହେଁ ଏହା ସହ ବିରାଟ କୋହଲି ପ୍ରଥମ ଟେଷ୍ଟରେ ମଧ୍ୟ ଖେଳିବେ ନାହିଁ। ସେ କାନପୁର ଟେଷ୍ଟରେ ଖେଳିବେ ନାହିଁ ବରଂ ଦ୍ୱିତୀୟ ମୁମ୍ବାଇ ଟେଷ୍ଟରେ ଖେଳିବେ।

ବନ୍ଧୁଗଣ ଆପଣ ଏହିପରି ଦେଶବିଦେଶ ଖବର, ଓଡ଼ିଶା ଖବର, କରୋନା ଅପଡେଟ, ମନରୋଞ୍ଜନ୍ ଧର୍ମୀ ବିଷୟ, ଜ୍ୟୋତିଷ ଶାସ୍ତ୍ର, ବାସ୍ତୁଶାସ୍ତ୍ର ବିଷୟରେ ଅଧିକ ଜାଣିବା ପାଇଁ ଆମ ପୋର୍ଟାଲ କୁ ଲାଇକ କରନ୍ତୁ ଓ ଫୋଲୋ କରନ୍ତୁ । ଯଦି ଆପଣଙ୍କୁ ଏହି ଖବରଟି ପସନ୍ଦ ଆସିଲା ତେବେ ଏହାକୁ ଆପଣ ଆପଣଙ୍କ ସାଙ୍ଗସାଥୀ ଙ୍କୁ ସେୟାର କରନ୍ତୁ ଯାହାଫଳରେ ସେ ମଧ୍ୟ ଏ ବିଷୟରେ କିଛି ଜାଣି ପାରିବେ।

Leave a Reply

Your email address will not be published. Required fields are marked *